ୱାଶିଂଟନ,୨୬ା୬: ଆମେରିକାର ଫ୍ଲୋରିଡାସ୍ଥିତ ମିଆମି ସହରରେ ୧୨ ମହଲା ବିଶିଷ୍ଟ ଏକ ୪୦ ବର୍ଷ ପରୁଣା କୋଠା ଭୁଶୁଡ଼ିପଡ଼ିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୫୯ ଜଣ ବାସିନ୍ଦା ନିଖୋଜ ହୋଇଯାଇଛନ୍ତି। ନିଖୋଜଙ୍କ ମଧ୍ୟରେ କେତେଜଣ ଲାଟିନ ଆମେରିକୀୟ ଅଛନ୍ତି। ପାରାଗୁଏର ପ୍ରଥମ ମହିଳା ସିଲ୍ଭାନା ଲୋପେଜ୍ ମୋରେଆଙ୍କ ଭଉଣୀ, ଜ୍ୱାଇଁ, ୩ ପିଲା ଓ ଚାକରଙ୍କୁ ମଧ୍ୟ ଉଦ୍ଧାରକାରୀ ଦଳ ଠାବ କରିପାରି ନାହାନ୍ତି। ଭଗ୍ନାବଶେଷ ତଳେ ଅନେକ ଚାପିହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ୩୫ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ବେଳେ ବିଲ୍ଡିଂରେ କେତେଜଣ ଲୋକ ଥିଲେ ତାହା ସ୍ପଷ୍ଟ ହୋଇନାହିଁ। ମିଆମିର ଉତ୍ତରରେ ଅବସ୍ଥିତ ସର୍ଫସାଇଡ୍ରେ ଚାମ୍ପ୍ଲେନ୍ ଟାୱାର୍ସ ୧୯୮୦ରେ ନିର୍ମିତ ହୋଇଥିଲା। ସେଠାରେ ୧୩୦ ଫ୍ଲାଟ ରହିଥିଲା। ଏଥିରୁ ପ୍ରାୟ ଅଧା ୟୁନିଟ ପ୍ରଭାବିତ ହୋଇଛି। ହଠାତ୍ କୋଠା ଭୁଶୁଡ଼ିଯିବାରୁ ଖୁବ୍ ଜୋର୍ରେ ଶବ୍ଦ ଶୁଣିବାକୁ ମିଳିଲା। ଭୂକମ୍ପ ଭଳି ଅନୁଭବ ହେଲା। କୋଠା ଭାଙ୍ଗି ଧରାଶାୟୀ ହେବାବେଳକୁ ୯/୧୧ ଆତଙ୍କବାଦୀ ଆକ୍ରମଣରେ ନ୍ୟୁୟର୍କର ଟୁଇନ୍ ଟାୱାର୍ସ ଧସିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଯେଭଳି ଭାବେ କୋଠାଟି ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ତାକୁ ଧ୍ୟାନରେ ରଖି ଅଘଟଣ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ଫ୍ଲୋରିଡା ଗଭର୍ନର ରୋନ୍ ଡିସେଣ୍ଟିସ୍ ଚେତାଇ ଦେଇଛନ୍ତି।
ଭଗ୍ନାବଶେଷ ତଳୁ ୩୫ ଉଦ୍ଧାର
ମୁମ୍ବାଇର ଫୋର୍ଟ ଏରିଆସ୍ଥିତ ଏକ କୋଠାର ଅଂଶ ଶୁକ୍ରବାର ସକାଳେ ଭୁଶୁଡ଼ିପଡ଼ିଛି। ବାଜୁ କୋଟାକ୍ ମାର୍ଗରେ ଥିବା ୫ ମହଲା ବିଶିଷ୍ଟ ଏହି ପୁରୁଣା ବିଲ୍ଡିଂର ତୃତୀୟ ଫ୍ଲୋରରେ ମହାରାଷ୍ଟ୍ର ହାଉସିଂ ଡେଭେଲପ୍ମେଣ୍ଟ ଅଥରିଟି (ଏମ୍ଏଚ୍ଏଡିଏ) ପକ୍ଷରୁ ରିପେୟାରିଂ କାମ ଚାଲିଥିବାବେଳେ ଏହାର ଛାତ ଧସିପଡ଼ିଥିଲା। ଅଗ୍ନିଶମ ବାହିନୀ ଓ ରେସ୍କ୍ୟୁ ଟିମ୍ ପହଞ୍ଚତ୍ ଭଗ୍ନାବଶେଷ ତଳୁ ୩୫ ଜଣଙ୍କୁ ଉଦ୍ଧାର କରିଛନ୍ତି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.