ଅନିର୍ଦ୍ଦିଷ୍ଟ କାଳ ଯାଏ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର,୩।୬(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀ ଦ୍ୱିତୀୟ ଲହରରେ ଯାତ୍ରୀ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷକରି ଯାତ୍ରୀବାହୀ ବସ୍‌ଗୁଡ଼ିକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଲକ୍‌ଡାଉନ, ଶଟ୍‌ଡାଉନ, ତୈଳଦର ବୃଦ୍ଧି, ଯାତ୍ରୀସଂଖ୍ୟା ହ୍ରାସ ଆଦି ସମସ୍ୟା ନେଇ ରାଜ୍ୟର ୧୪ ହଜାର ବସ୍‌ ଅନିର୍ଦ୍ଦିଷ୍ଟ କାଳ ଲାଗି ଚଳାଚଳ ବନ୍ଦ ରଖିବାକୁ ରାଜ୍ୟ ବସ୍‌ ମାଲିକ ସଂଘ ପକ୍ଷରୁ ଘୋଷଣା କରାଯାଇଛି।
କୋଭିଡ୍‌ ପ୍ରଥମ ଲହର ପରେ ବସ୍‌ ସେବା ସ୍ବାଭାବିକ ହେବା ପୂର୍ବରୁ ଦ୍ୱିତୀୟ ଲହରର ଶକ୍ତ ଧକ୍କା ଦେଇଛି। ରାଜ୍ୟର ଆର୍ଥିକ ଓ ନିଯୁକ୍ତି କ୍ଷେତ୍ରକୁ ଗୁରୁତ୍ୱ ଦେଇ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଭାବେ ରାଜ୍ୟ ପରିବହନ ଶିଳ୍ପକୁ ଗୁରୁତ୍ୱ ଦେବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରି ପରିବହନ ଶିଳ୍ପକୁ ବଞ୍ଚାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ନିବେଦନ କରିଛି। ରାଜ୍ୟ ସରକାର ମୋଟର ଯାନ ଟିକସ ଛାଡ଼ କରିଛନ୍ତି। କରୋନା ସ୍ଥିତି କେତେବେଳେ ସ୍ବାଭାବିକ ହେବ ତାହା ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଏହାକୁ ଦୃଷ୍ଟିରେ ରଖି ବସ୍‌ ମାଲିକମାନେ ସମସ୍ତ ବସ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି ବୋଲି ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି। ଲକ୍‌ଡାଉନ ଉଠିବା ପରେ ବସ୍‌ଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ହେବେ କି ନାହିଁ ତାହା ଆଶଙ୍କା ଭିତରେ ରହିଛି। ଏଥିସହିତ କ୍ରମାଗତ ଡିଜେଲ ଦର ବୃଦ୍ଧି ବୋଝ ଉପରେ ନଳିତବିଡ଼ା ହୋଇଛି। ବସ୍‌ ଚଳାଚଳ ଜାରି ରଖିଲେ ଦୈନିକ ୧୦ ହଜାର ଟଙ୍କା କ୍ଷତି ହେବାର ସମ୍ଭାବନା ରହିଛି। ଏସବୁକୁ ଦୃଷ୍ଟିରେ ରଖି ଚଳିତ ଜୁନ୍‌ରୁ ଅଗଷ୍ଟ ଯାଏ ଟିକସ ଛାଡ଼ କରିବା ସହ ବ୍ୟାଙ୍କ ସୁଧ ୬ ମାସ ପାଇଁ ସ୍ଥଗିତ ରଖିବା, ବସ୍‌ର ବୀମା ଅବଧିକୁ ୬ ମାସ ପାଇଁ ବୃଦ୍ଧି କରିବା, ବସ୍‌ ମାଲିକ ଓ କର୍ମଚାରୀମାନଙ୍କ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.