Categories: ଜାତୀୟ

ମଡେଲ ଟେନାନ୍ସି ଆଇନକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଘରଭଡ଼ା ଦିଆଯିବା ସଂକ୍ରାନ୍ତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ମଡେଲ ଟେନାନ୍ସି ଆଇନ ଲାଗୁ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଏହାକୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡିକ ଲାଗି ଜାରି କରାଯାଇଛି। ଫଳରେ ସେମାନେ ବର୍ତ୍ତମାନର ଅନୁସାରେ ନୂଆ ଆଇନ ପ୍ରସ୍ତୁତ କରିପାରିବେ କିମ୍ବା ବର୍ତ୍ତମାନର ଆଇନରେ ସଂଶୋଧନ କରିପାରିବେ। ଏହାଦ୍ୱାରା ଦେଶ ମଧ୍ୟରେ ଭଡାରେ ଘର ଦିଆଯିବା ସଂକ୍ରାନ୍ତ ଆଇନଗତ ଢାଞ୍ଚାକୁ ସୁଦୃଢ କରିବାରେ ସହାୟତା ମିଳିପାରିବ। ମଡେଲ ଟେନାନ୍ସି ଆଇନର ଉଦ୍ଦେଶ୍ୟ ହେଉଛି ଦେଶରେ ଘରଭଡ଼ା ଦିଆଯିବା ମାଧ୍ୟମରେ ଏକ ଜୀବନ୍ତ, ଦୀର୍ଘସ୍ଥାୟୀ ଏବଂ ସମାବେଶୀ ଢାଞ୍ଚା ପ୍ରସ୍ତୁତ କରିବା। ଫଳରେ ପ୍ରତ୍ୟେକ ଆୟ ବର୍ଗର ଲୋକମାନଙ୍କ ପାଇଁ ଭଡ଼ାଘର ଉପଲବ୍ଧ ହୋଇପାରିବ। ଘର ଭଡା ଦେବା ପ୍ରକ୍ରିୟା ଧୀରେ ଧୀରେ ଔପଚାରିକ ବଜାରରେ ବଜାରରେ ପରିବର୍ତ୍ତିତ ହୋଇ ଏହାକୁ ସଂସ୍ଥାଗତ ରୂପ ଦିଆଯାଇପାରିବ। ନୂଆ ଆଇନ ଲାଗୁ ହେଲେ ଖାଲି ପଡିଥିବା ଘରକୁ ଭଡ଼ାରେ ଦେବା ଲାଗି ଖୋଲା କରାଯାଇପାରିବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.