କ୍ୟାନ୍‌ସର ରୋଗୀଙ୍କୁ ମିଳୁନି କେମୋଥେରାପି

ବରଗଡ଼ ଅଫିସ୍‌,୨୧।୬: ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ସ୍ଥାନୀୟ କ୍ୟାନ୍‌ସର ରୋଗୀଙ୍କୁ ମିଳୁଥିବା କେମୋଥେରାପି ଚିକିତ୍ସା ଏବେ ବନ୍ଦ ରହିଛି। ଫଳରେ ଜନସାଧାରଣରେ ପୁଣି ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅରୁଣ କୁମାର ପାତ୍ରଙ୍କୁ ପଚାରିବାରୁ କ୍ୟାନ୍‌ସର ରୋଗୀଙ୍କ କେମୋଥେରାପି ଚିକିତ୍ସା ଚାଲିଛି। ବେଳେବେଳେ ଆବଶ୍ୟକ ଔଷଧ ଅଭାବ ଯୋଗୁ ରୋଗୀଙ୍କ କେମୋଥେରାପି ହୋଇ ପାରୁ ନ ଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ସେମାନଙ୍କୁ ସେହି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି କହିଥିଲେ ।

ସୋମବାର ଖେଦାପାଲି ଗ୍ରାମର ତୁଳାଧର ପ୍ରଧାନ କେମୋଥେରାପି ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ। ମାତ୍ର ତାଙ୍କୁ ସେହି ସେବା ମିଳିପାରି ନ ଥିବା ସେ କହିଛନ୍ତି। ଆବଶ୍ୟକ ଔଷଧ ଅଭାବ ଦର୍ଶାଇ ଗତ ୨ସପ୍ତାହ ହେଲା ତାଙ୍କୁ ଉକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇ ନ ଥିବା ତୁଳାଧର କହିଛନ୍ତି। ଅନ୍ୟପଟେ ବୁର୍ଲା କିମ୍ବା ଅନ୍ୟ କୌଣସି ଡାକ୍ତରଖାନାକୁ ଯିବାକୁ ବିଭାଗୀୟ ଡାକ୍ତରମାନେ କହୁଛନ୍ତି। ମାତ୍ର ଲକ୍‌ଡାଉନ କଟକଣା ଯୋଗୁ ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ ବାହାରକୁ ଯିବା ସମ୍ଭବ ହେଉ ନ ଥିବା ସେ ପ୍ରକାଶ କରିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.