ନୂଆଦିଲ୍ଲୀ,୨୬।୬: କୋଭିଡ୍ର ଦ୍ୱିତୀୟ ଲହର ଶୀର୍ଷରେ ଥିବାବେଳେ ଦିଲ୍ଲୀ ଅକ୍ସିଜେନ ଅଭାବକୁ ବଢ଼େଇ ଚଢ଼େଇ ପ୍ରକାଶ କରିଥିବା କହିବା ଉଚତ୍ ହେବ ନାହିଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ଏମ୍ସ ମୁଖ୍ୟ ଡ. ରଣଦୀପ ଗୁଲେରିଆ, ଯିଏକି ଅକ୍ସିଜେନ ଅଡିଟ୍ କମିଟିର ନେତୃତ୍ୱ ନେଇଥିଲେ। ଅକ୍ସିଜେନ ବିବାଦକୁ ନେଇ କେନ୍ଦ୍ର ସରକାର ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମୁହାଁମୁହିଁ ହୋଇଛନ୍ତି।
ମୋ ମତରେ ଆମେ ସେଭଳି କହିପାରିବା ନାହିଁ। ଏହି ମାମଲା ଏବେ ସୁପ୍ରିମକୋର୍ଟରେ। ଶୀର୍ଷ କୋର୍ଟ ଏ ସମ୍ପର୍କରେ କ’ଣ କହୁଛନ୍ତି, ତାହାକୁ ଅପେକ୍ଷା କରିବାକୁ ପଡ଼ିବ। ସକ୍ରିୟ ମାମଲା ଓ ଅନ୍ୟ କାରଣକୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ଡ. ଗୁଲେରିଆ କହିଛନ୍ତି।
ଦିଲ୍ଲୀ ସରକାର ଆବଶ୍ୟକତାଠାରୁ ୪ ଗୁଣ ଅଧିକ ଅକ୍ସିଜେନ ଦାବି କରିଥିଲା। ଯାହା ଫଳରେ ଅନ୍ୟ ରାଜ୍ୟଗୁଡ଼ିକୁ ଅକ୍ସିଜେନ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅଡିଟ୍ କମିଟି ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଏହା ଦର୍ଶାଯାଇଥିବା ଦାବି କରିଥିଲା ଭାଜପା। ତେବେ ସମସ୍ତ ରିପୋର୍ଟକୁ ଖଣ୍ଡନ କରିବା ସହ ଏଏପି ବିରୋଧୀଙ୍କ ଦାବିକୁ ମିଛ ବୋଲି କହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.