ଜୟପୁର,୭ା୬: ଅଭିନବ ଉପାୟରେ ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ଚାଲାଣ ବେଳେ କୋରାପୁଟ ଜିଲା ଜୟପୁର ସଦର ପୋଲିସ ଚଢାଉ କରି ଏହାକୁ ଧରିଛି। ପ୍ରାୟ ୧ ଟନ ଗଞ୍ଜେଇ ଜବତ ହୋଇଛି। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏକ ଟ୍ରକ୍ରେ ଗଞ୍ଜେଇ ମହାରାଷ୍ଟ୍ର ଚାଲାଣ ହେଉଥିବା ଖବର ପାଇ ଥାନା ଅଧିକାରୀ ଆଦିତ୍ୟ ମହାକୁଡ କୋରାପୁଟ ଘାଟିରେ ଜଗି ରହିଥିଲେ। ଟ୍ରକ୍ (ନଂ.ଏମ୍ଏଚ୍ ୧୮ ବିଜି- ୫୫୪୧) ଘାଟିରେ ପହଞ୍ଚିବା ପରେ ଅଟକାଇ ଯାଞ୍ଚ କରାଯାଇଥିଲା। ଏହି ସମୟରେ ମୁଢି ବସ୍ତା ଭିତରୁ ଗଞ୍ଜେଇ ମିଳିଥିଲା। ଘଟଣାର ଅଧିକ ତଦନ୍ତ ଚାଳିଥିବା ଥାନା ଅଧିକାରୀ ମହାକୁଡ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଗଞ୍ଜେଇ ଚାଲାଣକାରୀମାନେ ପରିବା ବସ୍ତା, ପଣସ ବସ୍ତା ଭିତରେ ଗଞ୍ଜେଇ ପୂରାଇ ନେଉଥିବା ବେଳେ ଧରାପଡିଥିଲେ। ଏବେ ପୋଲିସ ନଜର ହଟାଇବା ପାଇଁ ସେମାନେ ମୁଢ଼ି ବସ୍ତା ଭିତରେ ଗଞ୍ଜେଇ ନେଉଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.