Categories: ଜାତୀୟ

ଇଟାଲୀ ମରିନ୍‌ଙ୍କ ବିରୋଧରେ ମାମଲା ବନ୍ଦ

ନୂଆଦିଲ୍ଲୀ,୧୬ା୬: ୨୦୧୨ରେ ଇଟାଲୀର ୨ ନୌସୈନିକ(ମରିନ୍‌)ଙ୍କ ଦ୍ୱାରା କେରଳ ଉପକୂଳରେ ୨ ଦୁଇଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ହତ୍ୟା ମାମଲାର ଶୁଣାଣିକୁ ମଙ୍ଗଳବାର ସୁପ୍ରିମକୋର୍ଟ ବନ୍ଦ କରିଦେଇଛନ୍ତି। ଏହାସହ ଦୁଇ ମୃତକଙ୍କ ପରିବାରକୁ ୧୦ କୋଟି ଟଙ୍କା କ୍ଷତିପୂରଣ ଦେବା ନେଇ ସୁନିଶ୍ଚିତ କରିବାକୁ କେରଳ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୨ ଫେବୃୟାରୀ ୧୫ରେ କେରଳର ୨ ମତ୍ସ୍ୟଜୀବୀ ଜେଲେଷ୍ଟାଇନ୍‌ ଏବଂ ଅଜିଶ ପିଙ୍କୁ ନିନ୍ଦାକାର ହାର୍ବରକୁ ମାଛ ଧରିବାକୁ ଯାଇଥିଲେ। ଦୁହେଁ ସେଣ୍ଟ ଆଣ୍ଟୋନି ବୋଟ୍‌ରେ ଲାକ୍ଷାଦ୍ୱୀପ ଆଡ଼କୁ ଗଭୀର ସମୁଦ୍ରରେ ମାଛ ଧରିବାକୁ ଯାଇ ଫେରିବାବେଳେ ସିଙ୍ଗାପୁରରୁ ଇଜିପ୍ଟ ଯାଉଥିବା ଅଏଲ୍‌ ଟ୍ୟାଙ୍କର ଏମ୍‌ଭି ଏନ୍‌ରିକା ଲେକ୍ସି ସହ ମୁହଁାମୁହଁି ହୋଇଥିଲେ। ଏହା ଏକ ଇଟାଲୀୟ ଜାହାଜ ଥିଲା। ସେଥିରେ ୧୯ ଭାରତୀୟଙ୍କ ସମେତ ୩୪ କ୍ରିଉ ମେମ୍ବର ଥିଲେ। ଜାହାଜରେ ମୁତୟନ ଇଟାଲୀର ଦୁଇ ମରିନ୍‌୍‌ ସଲ୍‌ଭାଟୋର ଗିରୋନ୍‌ ଏବଂ ମସିମିଲିଆନୋ ଲଟୋର ଉଭୟଙ୍କୁ ଗୁଳିକରି ହତ୍ୟା କରିଥିଲେ। ଇଟାଲୀ ସରକାର ଏଥିପାଇଁ ୧୦ କୋଟି ଟଙ୍କା କ୍ଷତିପୂରଣ ଦେଇଛନ୍ତି। ଏହାସହ ୨ ହତ୍ୟା ଅଭିଯୁକ୍ତଙ୍କ ବିରୋଧରେ ଇଟାଲୀରେ ଆପରାଧିକ ମାମଲା ଚଳାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ବନ୍ଦ କରି ଦୁଇ ଇଟାଲୀୟ ନୌସୈନିକଙ୍କ ବିରୋଧରେ ଏଫ୍‌ଆଇଆର୍‌କୁ ରଦ୍ଦ କରିଛନ୍ତି। କହିଛନ୍ତି, ଅନ୍ତର୍ଜାତୀୟ ଆଇନ ଅନୁସାରେ ଭାରତ କ୍ଷତିପୂରଣ ପାଇଛି। ଏହି ରାଶି ଯୁକ୍ତିଯୁକ୍ତ ଓ ପର୍ଯ୍ୟାପ୍ତ। ଇଟାଲୀ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ନିଜ କୋର୍ଟରେ ମାମଲା ଚଳାଇବ। ସୁପ୍ରିମକୋର୍ଟ ରେଜେଷ୍ଟ୍ରିରେ ଜମା ଥିବା ଏହି ଅର୍ଥକୁ କେରଳ ହାଇକୋର୍ଟକୁ ସ୍ଥାନାନ୍ତର କରାଯିବ। ହାଇକୋର୍ଟ ୧୦ କୋଟିରୁ ୪ କୋଟି ଟଙ୍କା ଲେଖାଏ ମୃତକଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ନାମରେ ଜମା କରିବେ। ବୋଟ୍‌ ମାଲିକଙ୍କୁ ୨ କୋଟି ଟଙ୍କା ଦିଆଯିବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.