ବ୍ୟାଙ୍କରେ ରହୁନି ସାମାଜିକ ଦୂରତା:ଗୋଷ୍ଠୀ ସଂକ୍ରମଣ ଆଶଙ୍କା
ଗଞ୍ଜାମ,୧।୬(ଡି.ଏନ୍.ଏ.): ଗଞ୍ଜାମ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଦ୍ୱିତୀୟ ଲହରରେ ଏହି ସହରରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଲାଣି । ଏହିଭଳି ସମୟରେ ଦୁର୍ଗାଦେବୀ ସାହିସ୍ଥିତ ଗଞ୍ଜାମ ଏକ ବ୍ୟାଙ୍କରେ ମଙ୍ଗଳବାର...
ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର
କଟକ ଅଫିସ, ୧ା୬: ବିଶିଷ୍ଟ କବି ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଜୟନ୍ତ ମହାପାତ୍ର(୯୪) ସୋମବାର ଏସ୍ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ। ସୋମବାର ଦ୍ୱିପ୍ରହରରେ...
ଉପକୂଳ ଅଞ୍ଚଳ ସୁରକ୍ଷାକୁ ଗୁରୁତ୍ୱ
ବାଲେଶ୍ୱର ଅଫିସ, ୧ା୬: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାଲେଶ୍ୱର ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ସେ ପୂର୍ବାହ୍ନ ୧୦ଟା ବେଳେ ଚାନ୍ଦିପୁର ହେଲିପ୍ୟାଡ୍ରେ ଅବତରଣ କରି ସମୁଦ୍ର ଉପକୂଳବର୍ତ୍ତୀ...
କିସ୍ତି ଶୁଝିବା ଚିନ୍ତାରେ ଋଣଗ୍ରହୀତା
ପୁରୀ ଅଫିସ,୧ା୬: କିସ୍ତି ଟଙ୍କା ଦେବା ପାଇଁ ଋଣ ଗ୍ରହୀତାମାନେ ଚାପରେ ପଡ଼ି ନୟାନ୍ତ ହେଲେଣି। ଋଣ ଆଦାୟ ପାଇଁ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକ ଜୁଲମ କରୁଛନ୍ତି। ଋଣ ଅର୍ଥ ଆଦାୟ ପାଇଁ ଏଜେଣ୍ଟମାନଙ୍କୁ ଟାର୍ଗେଟ ଦିଆଯାଉଥିବାରୁ...
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ
କଟକ ଅଫିସ, ୧ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଥିବା ୩ଟି ମାମଲାରେ ତାଙ୍କୁ ସୋମବାର ହାଇକୋର୍ଟରୁ ଜାମିନ ମିଳିଛି। ୧୪ ଲକ୍ଷ ଟଙ୍କା ଜମାକରି ଜାମିନରେ ଯିବେ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି।...
ବିନା ଭକ୍ତରେ ହୋଇପାରେ ସ୍ନାନଯାତ୍ରା
ପୁରୀ ଅଫିସ, ୧ା୬: କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ଚଳିତ ବର୍ଷର ସ୍ନାନଯାତ୍ରା ହୋଇପାରେ। ତେବେ ଏ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। କେବଳ ଆଲୋଚନା ଚାଲିଛି। ସ୍ନାନଯାତ୍ରା ସହ ସଂଶ୍ଲିଷ୍ଟ ସମସ୍ତ ବ୍ୟକ୍ତିବିଶେଷଙ୍କ ସହିତ ବିଚାର...
ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍
ଯାଜପୁର ଅଫିସ, ୧ା୬: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଭୁଶୁଡ଼ିପଡ଼ିଛି। ପାଣିକୋଇଲିଠାରୁ ୬ କି.ମି. ଦୂର ଭଦ୍ରକ ରାସ୍ତାରେ ଠିକାସଂସ୍ଥା...
ଆଇସିୟୁ, ଭେଣ୍ଟିଲେଟର ନାହିଁ
ସୋନପୁର,୧୯।୫(ନି.ପ୍ର.) – କରୋନାର ଦ୍ୱିତୀୟ ଲହର ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି। ପ୍ରତିଦିନ ଶତାଧିକ ଲୋକ ସଂକ୍ରମିତ ହେଉଛନ୍ତି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତି।...