E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inକରୋନା ଭାଇରସ୍‌, ଜାତୀୟ

ସିସିଆଇ ନୋଟିସ ଉପରେ ରୋକ ଲଗାଯାଉ
9:47 amJune 22, 2021

ନୂଆଦିଲ୍ଲୀ, ୨୨ା୬: ନୂତନ ଗୋପନୀୟତା ନୀତିର ଅନୁସନ୍ଧାନ ବାବଦରେ ସୂଚନା ଦେବାକୁ କୁହାଯାଇ କମ୍ପିଟେଶନ କମିଶନ ଅଫ୍‌ ଇଣ୍ଡିଆ(ସିସିଆଇ) ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌ ଉପରେ ରୋକ ଲଗାଇବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌ ଏବଂ ହ୍ବାଟ୍ସଆପ୍‌ ସୋମବାର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଜଷ୍ଟିସ୍‌ ଅନୁପ ଜଏରାମ ଭମ୍ବାନୀ ଏବଂ ଜସ୍‌ମିତ୍‌ ସିଂଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଏକ ନିର୍ଦ୍ଦେଶ ଜାରି କରିବେ ବୋଲି କହିଛନ୍ତି। ଏହା ଏକ ଅବକାଶକାଳୀନ ଖଣ୍ଡପୀଠ ହୋଇଥିବାରୁ ଏବଂ ମୁଖ୍ୟ ପିଟିଶନ୍‌ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ଅଧୀନରେ ବିଚାରାଧୀନ ଥିବାରୁ ମାମଲାର ଗୁଣବତ୍ତା ଜାଣିବାକୁ ଚାହିଁ ନ ଥିଲେ ବୋଲି ଶୁଣାଣିବେଳେ ହାଇକୋର୍ଟ କହିଥିଲେ। ଏହି ମାମଲା ଜୁଲାଇ ୯(ମୁଖ୍ୟ ପିଟିଶନ ପାଇଁ ମଧ୍ୟ ସମାନ ତାରିଖ ରହିଛି) ପାଇଁ ସୂଚୀବଦ୍ଧ କରାଯାଇଛି।
ପ୍ରିଭେସି ପଲିସିର ସିସିଆଇ ତଦନ୍ତ ବିରୋଧରେ ପୂର୍ବରୁ ଫେସ୍‌ବୁକ୍‌ ଓ ହ୍ବାଟ୍‌ଆପ୍‌ ପକ୍ଷରୁ ଆଗତ ଆବେଦନକୁ ଏକକ ବିଚାରପତି ଖାରଜ କରିଦେଇଥିଲେ। ତେବେ ଗତ ଜୁନ୍‌ ୪ରେ ଜାରି ହୋଇଥିବା ସିସିଆଇ ନୋଟିସ୍‌ର ଉତ୍ତର ରଖିବାକୁ ସୋମବାର ଶେଷ ଦିନ ଥିବାବେଳେ ଏହାକୁ ସ୍ଥଗିତ ରଖିବାକୁ ଉକ୍ତ ଦୁଇ ସୋସିଆଲ ପ୍ଲାଟଫର୍ମ ପକ୍ଷରୁ ସଦ୍ୟ ଆବେଦନ ହୋଇଛି। ମାମଲା ସୁପ୍ରିମକୋର୍ଟରେ ଥିବାରୁ ସିସିଆଇ ନୋଟିସ୍‌ ଜାରି କରାଯିବାର କିଛି କାରଣ ନାହିଁ ବୋଲି ଫେସ୍‌ବୁକ୍‌ ଓ ହ୍ବାଟ୍ସଆପ୍‌ ପକ୍ଷ ଓକିଲ କହିଛନ୍ତି। ଗତ ଜାନୁୟାରୀରେ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସି ଉପରେ ବିଭିନ୍ନ ଖବରକୁ ନେଇ ସିସିଆଇ ନିଜଆଡ଼ୁ ଏହାର ତଦନ୍ତ କରିବାକୁ ସ୍ଥିର କରିଥିଲା।

 


[mc4wp_form id="252536"] All Right Reserved By Dharitri.Com

Posted inକରୋନା ଭାଇରସ୍‌, ଜାତୀୟ View All

ପୁଣି ବିପଦ, ବ୍ୟାପିଲା ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌, ସ୍ବତନ୍ତ୍ର ନିର୍ଦ୍ଦେଶ ଜାରି କଲେ ମୁଖ୍ୟମନ୍ତ୍ରୀ…

ଲକ୍ଷ୍ନୌ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍‌ ପରେ ଏବେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଯୋଗୁ ପୁଣି ବିପଦ...

ଟିକା ପାଇଁ ପ୍ରାଇଭେଟ ହସ୍ପିଟାଲ କେତେ ଚାର୍ଜ କରିପାରିବେ

ନୂଆଦିଲ୍ଲୀ,୮।୬: କୋଭିଡ୍‌ ଟିକାକରଣ ପାଇଁ ପ୍ରାଇଭେଟ ହସ୍ପିଟାଲ କେତେ ଚାର୍ଜ କରିପାରିବେ, ତା’ର ମୂଲ୍ୟ ମଙ୍ଗଳବାର ନିର୍ଦ୍ଧାରିତ କରିଛନ୍ତି କେନ୍ଦ୍ର ସରକାର। ଏହା ଅନୁଯାୟୀ, କୋଭିଶିଲ୍ଡ...

ଟିକା ଯୋଗୁ ଦେଶରେ ଗଲା ପ୍ରଥମ ଜୀବନ

ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଜାନୁଆରୀ ୧୬ରୁ ଭାରତରେ କରୋନା ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୨୬କୋଟିରୁ...

ସଂଶୋଧନ ହୋଇପାରିବ ଟିକା ପ୍ରମାଣପତ୍ର ତ୍ରୁଟି

ନୂଆଦିଲ୍ଲୀ, ୧୦ା୬: ଟିକା ନେଇଥିବା ବ୍ୟକ୍ତିଙ୍କ ପ୍ରମାଣପତ୍ରରେ କୌଣସି ତ୍ରୁଟି ଥିଲେ ଏଣିକି ସେମାନେ କୋଓ୍ବିନ୍‌ ଆପ୍‌ ଯୋଗେ ତାହାକୁ ସଂଶୋଧନ କରିପାରିବେ। କେନ୍ଦ୍ର ସରକାରଙ୍କ...

୯୩୪୬ ଶିଶୁଙ୍କୁ ଅନାଥ କରିଛି କରୋନା: ଉତ୍ତରପ୍ରଦେଶରେ ସର୍ବାଧିକ…

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ୯୩୪୬ ଶିଶୁ ମାତାପିତାଙ୍କୁ ହରାଇ ଅନାଥ...

୮୯୯ ଜଣଙ୍କୁ ଏକ୍ସପାୟର ଭାକ୍ସିନ୍‌: ପୁଣି ଦିଆଯିବ ଡୋଜ୍‌…

ଓ୍ବାଶିଂଟନ,୧୬।୬: ଆମେରିକାରେ ଜାରି ରହିଥିବା ସାବର୍ଜନୀକ ଟିକାକରଣ ଅଭିଯାନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଟାଇମ୍ସ୍‌ ସ୍କୋୟାରଠାରେ ଥିବା ଟିକାଦାନ କେନ୍ଦ୍ରରେ ୮୯୯ ଜଣଙ୍କ...

ପାଣି ପାଇଁ କରୋନା ସଂକ୍ରମଣ ଅବା ମୃତ୍ୟୁକୁ ନାହିଁ ଭୟ…

ନୂଆଦିଲ୍ଲୀ,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀରେ କରୋନା ଯୋଗୁ ଭୟଙ୍କର ସ୍ଥିତି ଦେଖାଦେଇଛି। ତେବେ...

ଗରିବଙ୍କୁ ରାଶନ କାର୍ଡ ଦିଅ

ନୂଆଦିଲ୍ଲୀ, ୪।୬(ପି.ଟି.): ସମାଜର ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନକୁ ଆଣିବା ଲାଗି କେନ୍ଦ୍ର ସରକାର...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଦକ୍ଷିଣ କୋରିଆ ନ୍ୟୁକ୍ଲିୟର ସଂସ୍ଥା ହ୍ୟାକ୍‌
Next Post Next post:
ଆସ୍ଥାରେ ହାରିଲେ ସୁଇଡେନ ପ୍ରଧାନମନ୍ତ୍ରୀ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts