ନୂଆଦିଲ୍ଲୀ, ୨୨ା୬: ନୂତନ ଗୋପନୀୟତା ନୀତିର ଅନୁସନ୍ଧାନ ବାବଦରେ ସୂଚନା ଦେବାକୁ କୁହାଯାଇ କମ୍ପିଟେଶନ କମିଶନ ଅଫ୍ ଇଣ୍ଡିଆ(ସିସିଆଇ) ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ ଉପରେ ରୋକ ଲଗାଇବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍ବୁକ୍ ଏବଂ ହ୍ବାଟ୍ସଆପ୍ ସୋମବାର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଜଷ୍ଟିସ୍ ଅନୁପ ଜଏରାମ ଭମ୍ବାନୀ ଏବଂ ଜସ୍ମିତ୍ ସିଂଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଏକ ନିର୍ଦ୍ଦେଶ ଜାରି କରିବେ ବୋଲି କହିଛନ୍ତି। ଏହା ଏକ ଅବକାଶକାଳୀନ ଖଣ୍ଡପୀଠ ହୋଇଥିବାରୁ ଏବଂ ମୁଖ୍ୟ ପିଟିଶନ୍ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ଅଧୀନରେ ବିଚାରାଧୀନ ଥିବାରୁ ମାମଲାର ଗୁଣବତ୍ତା ଜାଣିବାକୁ ଚାହିଁ ନ ଥିଲେ ବୋଲି ଶୁଣାଣିବେଳେ ହାଇକୋର୍ଟ କହିଥିଲେ। ଏହି ମାମଲା ଜୁଲାଇ ୯(ମୁଖ୍ୟ ପିଟିଶନ ପାଇଁ ମଧ୍ୟ ସମାନ ତାରିଖ ରହିଛି) ପାଇଁ ସୂଚୀବଦ୍ଧ କରାଯାଇଛି।
ପ୍ରିଭେସି ପଲିସିର ସିସିଆଇ ତଦନ୍ତ ବିରୋଧରେ ପୂର୍ବରୁ ଫେସ୍ବୁକ୍ ଓ ହ୍ବାଟ୍ଆପ୍ ପକ୍ଷରୁ ଆଗତ ଆବେଦନକୁ ଏକକ ବିଚାରପତି ଖାରଜ କରିଦେଇଥିଲେ। ତେବେ ଗତ ଜୁନ୍ ୪ରେ ଜାରି ହୋଇଥିବା ସିସିଆଇ ନୋଟିସ୍ର ଉତ୍ତର ରଖିବାକୁ ସୋମବାର ଶେଷ ଦିନ ଥିବାବେଳେ ଏହାକୁ ସ୍ଥଗିତ ରଖିବାକୁ ଉକ୍ତ ଦୁଇ ସୋସିଆଲ ପ୍ଲାଟଫର୍ମ ପକ୍ଷରୁ ସଦ୍ୟ ଆବେଦନ ହୋଇଛି। ମାମଲା ସୁପ୍ରିମକୋର୍ଟରେ ଥିବାରୁ ସିସିଆଇ ନୋଟିସ୍ ଜାରି କରାଯିବାର କିଛି କାରଣ ନାହିଁ ବୋଲି ଫେସ୍ବୁକ୍ ଓ ହ୍ବାଟ୍ସଆପ୍ ପକ୍ଷ ଓକିଲ କହିଛନ୍ତି। ଗତ ଜାନୁୟାରୀରେ ହ୍ବାଟ୍ସଆପ୍ର ନୂଆ ପ୍ରିଭେସି ପଲିସି ଉପରେ ବିଭିନ୍ନ ଖବରକୁ ନେଇ ସିସିଆଇ ନିଜଆଡ଼ୁ ଏହାର ତଦନ୍ତ କରିବାକୁ ସ୍ଥିର କରିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.