ଭାକ୍ସିନ ମିଶ୍ରଣକୁ କେନ୍ଦ୍ରର ନା

ନୂଆଦିଲ୍ଲୀ,୨ା୬: କୋଭିଡ୍‌-୧୯ ନିରାକରଣ ପାଇଁ ଦୁଇ ପ୍ରକାର ଭାକ୍ସିନର ମିଶ୍ରଣକୁ ନେଇ ନାନା ମତ ପ୍ରକାଶ ପାଉଥିବାବେଳେ ମଙ୍ଗଳବାର କେନ୍ଦ୍ର ସରକାର ଏପରି ନ କରିବାକୁ ପରାମର୍ଶ ଦେଇଛନ୍ତି। ଅଧିକ ଅପ୍‌ଡେଟ୍‌ ନ ଆସିବା ପର୍ଯ୍ୟନ୍ତ ଭାକ୍ସିନଗୁଡ଼ିକୁ ମିଶାଇବା ଏକ ପ୍ରୋଟୋକଲ ନୁହେଁ। କୋଭିଶିଲ୍ଡ ଓ କୋଭାକ୍ସିନ ଟିକାର ଦୁଇ ଡୋଜ୍‌ ସମୟ ସୀମାରେ କିଛି ପରିବର୍ତ୍ତନ କରାଯାଇ ନାହିଁ ବୋଲି କେନ୍ଦ୍ର କହିଛି।
ଦେଶର କରୋନା ସ୍ଥିତିକୁ ନେଇ ମଙ୍ଗଳବାର ନୀତି ଆୟୋଗ ସଦସ୍ୟ ଡ. ଭି.କେ. ପଲ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଟିକାକରଣ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର (ଏସ୍‌ଓପି) ଅନୁସାରେ ହିଁ କରାଯିବା ଆବଶ୍ୟକ। ଜଣେ ବ୍ୟକ୍ତିଙ୍କୁ ଦୁଇ ପ୍ରକାର ଟିକା ଦେବା ପ୍ରୋଟୋକଲ ନୁହେଁ। ଦୁଇ ପ୍ରକାର ଟିକା ମିଶାଇ ଦିଆଗଲେ ସକାରାମତ୍କ ପ୍ରଭାବ ପଡ଼ିପାରେ। ତେବେ ଏହାର ନକାରାମତ୍କ ପ୍ରତିକ୍ରିୟାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। କାରଣ ଅନ୍ତର୍ଜାତୀୟ ସ୍ତରରେ ଏନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏହା ଏକ ଅମୀମାଂସିତ ବୈଜ୍ଞାନିକ ପ୍ରଶ୍ନ। ବିଜ୍ଞାନ ଏହାର ସମାଧାନ ବାହାର କରିବ।
ଅନ୍ୟପକ୍ଷରେ ଆସନ୍ତା ଜୁଲାଇ ଶେଷ କିମ୍ବା ଅଗଷ୍ଟ ମାସ ଆରମ୍ଭ ବେଳକୁ ଦିନକୁ ୧ କୋଟି ଲୋକଙ୍କୁ କୋଭିଡ୍‌ ଟିକା ଦିଆଯିବ ବୋଲି ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଅଧ୍ୟକ୍ଷ ଡ. ବଳରାମ ଭାର୍ଗବ କହିଛନ୍ତି, ନମୁନା ଟେଷ୍ଟିଂର ପରିମାଣ ବୃଦ୍ଧି ଏବଂ କଟକଣା ଯୋଗୁ କରୋନାର ଦ୍ୱିତୀୟ ଲହରକୁ କିଛି ପରିମାଣରେ ରୋକାଯାଇ ପାରିଛି। କିନ୍ତୁ ଏପରି ପଦକ୍ଷେପ ଏକ ନିରନ୍ତର ସମାଧାନ ନୁହେଁ ବୋଲି ସେ ଚେତାଇ ଦେଇଛନ୍ତି। ଭାର୍ଗବ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଚଳିତ ବର୍ଷରେ ଦେଶର ପ୍ରାୟ ୧୦୮ କୋଟି ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜୁଲାଇ ମଧ୍ୟଭାଗ କିମ୍ବା ଅଗଷ୍ଟ ପହିଲା ଆଡ଼କୁ ଦୈନିକ କୋଟିଏ ଡୋଜ୍‌ ଟିକା ଉପଲବ୍ଧ ହେବ। ବର୍ତ୍ତମାନ ଭାକ୍ସିନ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକ ନିଜ ଉତ୍ପାଦନ କ୍ଷମତା ବଢ଼ାଇବା ଆବଶ୍ୟକ। ଏପରି କରାଗଲେ ଭବିଷ୍ୟତରେ ଟିକା ଅଭାବ ରହିବ ନାହିଁ। ବର୍ତ୍ତମାନ ଟିକା ଅଭାବ ପରିଲକ୍ଷିତ ହେଉଥିଲେ ମଧ୍ୟ ଭାକ୍ସିନ ନିଅଣ୍ଟ ହେଉନାହିଁ। ଲୋକଙ୍କୁ ଜୁଳାଇ ମଧ୍ୟଭାଗ କିମ୍ବା ଅଗଷ୍ଟ ଆରମ୍ଭ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବାକୁ ପଡ଼ିବ। ସେତେବେଳେ ଆମ ପାଖରେ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ହେବ, ଯାହାର ପରିମାଣ ଦୈନିକ କୋଟିଏ ଡୋଜ୍‌ ହେବ। ଡିସେମ୍ବର ସୁଦ୍ଧା ସାରା ଦେଶରେ ଟିକାକରଣ ହୋଇଯାଇଥିବା ନେଇ ଆମେ ଆଶା କରୁଛୁ ବୋଲି ଭାର୍ଗବ କହିଛନ୍ତି।
ଜିଲାଗୁଡ଼ିକୁ ଖୋଲିବା ଲାଗି ଥିବା ନିୟମ ସମ୍ପର୍କର କେନ୍ଦ୍ର କହିଛି ଯେ, କୋଭିଡ୍‌ ପଜିଟିଭ୍‌ ହାର ସପ୍ତାହେ ଧରି ୫% ତଳକୁ ରହିବା ଉଚିତ। ୭୦%ରୁ ଅଧିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ଟିକା ଦିଆଯିବା ଉଚିତ। କୋଭିଡ୍‌ର ଉପଯୁକ୍ତ ବ୍ୟବହାର କାର୍ଯ୍ୟକାରୀ କରାଇବା ଲାଗି ଗୋଷ୍ଠୀଗତ ଉଦ୍ୟମ ହେବା ଜରୁରୀ। ପ୍ରକାଶ ଯେ, ଦେଶର ୩୩୪ ଜିଲାରେ ପଜିଟିଭ୍‌ ହାର ୫%ରୁ କମ୍‌ ରହିଛି। ଗତ ସପ୍ତାହରୁ ୩୦ ରାଜ୍ୟରେ ସକ୍ରିୟ ମାମଲା କମ୍‌ ରହୁଥିବା ଜଣାପଡ଼ିଛି। ସେହିପରି ମେ’ ୭ରେ କୋଭିଡ୍‌-୧୯ର ଦ୍ୱିତୀୟ ଲହର ଶୀର୍ଷକୁ ଛୁଇଁଥିବା ରେକର୍ଡ କରାଯାଇଥିବାବେଳେ ବର୍ତ୍ତମାନ ଏଥିରେ ପ୍ରାୟ ୬୯% ହ୍ରାସ ଘଟିଥିବା ଜଣାପଡ଼ିଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

୨୩ କୋଟି ଡୋଜ୍‌ ଦିଆସରିଲାଣି
ଭାକ୍ସିନ ଯୋଗାଣକୁ ନେଇ କେନ୍ଦ୍ର ସହ ଅନେକ ରାଜ୍ୟ ମୁହଁ।ମୁହିଁ ଅବସ୍ଥାରେ ରହିଛନ୍ତି। ରାଜ୍ୟଗୁଡ଼ିକ ପାଖରେ ପର୍ଯ୍ୟାପ୍ତ ଟିକା ନ ଥିବାରୁ ଅନେକ ସ୍ଥାନରେ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଛି। ବିଶେଷକରି ୧୮ରୁ ୪୪ ବର୍ଷୀୟଙ୍କୁ ଦେବା ପାଇଁ ଉଦ୍ଦିଷ୍ଟ ଟିକା ପ୍ରାୟ ସବୁଠି ଅଭାବ ରହୁଛି। ଦିଲ୍ଲୀ ଓ ତାମିଲନାଡୁ ଭଳି କେତେକ ରାଜ୍ୟକୁ ଟିକାକରଣ ବନ୍ଦ କରିବାକୁ ପଡ଼ିଥିବାବେଳେ ଭାଜପା ଶାସିତ ଉତ୍ତରପ୍ରଦେଶ ବିଦେଶରୁ ଭାକ୍ସିନ ଆମଦାନୀ କରିବା ପାଇଁ ଗ୍ଲୋବଲ ଟେଣ୍ଡର ଆହ୍ବାନ କରିଛି। ଅନ୍ୟପକ୍ଷରେ ରାଜ୍ୟଗୁଡ଼ିକ ନିକଟରେ ପର୍ଯ୍ୟାପ୍ତ ଟିକା ମହଜୁଦ ଥିବା କେନ୍ଦ୍ର ସରକାର କହୁଛନ୍ତି। ମଙ୍ଗଳବାର ସୁଦ୍ଧା ଦେଶରେ ୨୩ କୋଟି ଡୋଜ୍‌ ଟିକା ଯୋଗାଇ ଦିଆଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଖରେ ବର୍ତ୍ତମାନ ୧.୫୭ କୋଟି ଡୋଜ୍‌ ଟିକା ମହଜୁଦ ରହିଛି। ପ୍ରକାଶ ଯେ, ସୁପ୍ରିମକୋର୍ଟଙ୍କୁ ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଏହି ପ୍ରତିଶ୍ରୁତି ଦିଆଯାଇଛି। ଦେଶରେ ବର୍ତ୍ତମାନ ଦୈନିକ ୨୮.୩୩ ଲକ୍ଷ ହିସାବରେ ମାସକୁ ୮.୫ କୋଟି ଡୋଜ୍‌ ଟିକା ଉତ୍ପାଦନ ହେଉଥିବା ନେଇ ଗତ ସପ୍ତାହରେ କେରଳ ହାଇକୋର୍ଟଙ୍କୁ କେନ୍ଦ୍ର ସରକାର ଅବଗତ କରାଇଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.