ମୁମ୍ବାଇ,୨୦।୬: ଶିବସେନା ବିଧାୟକ ପ୍ରତାପ ସରନାୟକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖିଛନ୍ତି। ଏହା ଏକ ସାଧାରଣ ଚିଠି ନୁହେଁ ବରଂ ଏକ ଚିଠି ବୋମା ବୋଲି କୁହାଯାଉଛି। ପ୍ରତାପ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଏନସିପି ଏବଂ କଂଗ୍ରେସ ନିଜ ଦଳର ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। କଂଗ୍ରେସ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି ଏବଂ ଏନସିପି ଶିବସେନାର ନେତାମାନଙ୍କୁ ଭାଙ୍ଗୁଛି। ଏହି ପରିସ୍ଥିତିକୁ ଦେଖିଲେ ଲାଗୁଛି ଏନସିପିକୁ କେନ୍ଦ୍ରରୁ ପରୋକ୍ଷ ସମର୍ଥନ ମିଳିଛି ବୋଲି ପ୍ରତାପ କହିଛନ୍ତି। ପ୍ରତାପ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି ଯେ, ସେ ଉଦ୍ଧବ ଠାକରେ ଏବଂ ତାଙ୍କ ନେତୃତ୍ୱରେ ବିଶ୍ୱାସ କରନ୍ତି, କିନ୍ତୁ କଂଗ୍ରେସ ଏବଂ ଏନସିପି ଆମ ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ (ମୁଖ୍ୟମନ୍ତ୍ରୀ) ପ୍ରଧାନମନ୍ତ୍ରୀଙ୍କ ନିକଟତର ହୁଅନ୍ତି ତେବେ ଏହା ଭଲ ହେବ ବୋଲି ମୋର ବିଶ୍ୱାସ। ଯଦି ଆମେ ଆଉ ଥରେ ଏକାଠି ହେବା ତେବେ ଏହା ଦଳ ଏବଂ ଶ୍ରମିକମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ବୋଲି ପ୍ରତାପ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.