ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ କରୋନା ମାର୍ଗଦର୍ଶିକା ଜାରି କରାଯାଇଛି। ଲକ୍ଷଣ ପ୍ରକାଶ ପାଉ ନ ଥିବା କରୋନା ଆକ୍ରାନ୍ତ ଭିଟାମିନ୍ ଟ୍ୟାବଲେଟ୍, ଷ୍ଟିମ୍ ନେବାକୁ ମାର୍ଗଦର୍ଶିକାରେ ବାରଣ କରାଯାଇଛି। ଏହା ସହିତ କୌଣସି ଆଣ୍ଟିବାୟୋଟିକ୍, ଆଇଭରମେକ୍ଟିନ୍ ଆଦି ନ ନେବାକୁ ପରାମର୍ଶ ଦିଆଯାଇଛି। ତେବେ କେବଳ ଜ୍ୱର ପାଇଁ ପାରାସିଟାମଲ(ଆଣ୍ଟିପାୟରେଟିକ୍) ଏବଂ ଥଣ୍ଡା ଲାଗି ଆଣ୍ଟିଟ୍ୟୁସିଭ୍ ନେବାକୁ କୁହାଯାଇଛି। ଏହା ସହିତ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ନିରନ୍ତର ଭାବେ ନିଦ୍ଧିଷ୍ଟ ବ୍ୟବଧାନରେ ହାତ ଧୋଇବାକୁ କୁହାଯାଇଛି। ଅପରପକ୍ଷରେ ହାଇଡ୍ରୋକ୍ସିକ୍ଲୋରୋକ୍ୱାଇନ୍, ଡୋକ୍ସିସାଇକ୍ଲିନ୍, ଜିଙ୍କ୍, ସିଟି ସ୍କାନ୍ ଆଦି ଅନାବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ନିଶ୍ୱାସ ନେବାରେ କଷ୍ଟ ହେଲେ ବ୍ୟୁଡେସୋନଇଡ୍ର ୮୦୦ ଏମ୍ସିଜି ଡୋଜ୍ ଦିନକୁ ଦୁଇଥର ୫ ଦିନ ପର୍ଯ୍ୟନ୍ତ ନେବୁଲାଇଜର ମେଶିନ୍ ଦ୍ୱାରା ଗ୍ରହଣ କରିବାକୁ ସରକାରଙ୍କ ନୂଆ ମାର୍ଗଦର୍ଶିକାରେ ଦର୍ଶାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.