Categories: ଖେଳ

ରାଜସ୍ଥାନ ଅଧିନାୟକଙ୍କ ଭବିଷ୍ୟବାଣୀ ହେଲା ସତ! ଭାରତୀୟ କ୍ରିକେଟ ଟିମ୍‌ରେ ଚୟନକୁ ନେଇ ଏଭଳି…

ନୂଆଦିଲ୍ଲୀ,୧୨।୬: ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଭାରତୀୟ ଟିିମ୍‌ର ଘୋଷଣା କରାଯାଇଛି। ଏଥିରେ ଅନେକ ଯୁବ କ୍ରିକେଟରଙ୍କୁ ସୁଯୋଗ ମିଳିଛି। ସେମାନଙ୍କ ମଧ୍ୟରୁ ଦ୍ରୁତ ବୋଲର ଚେତନ ସାକାରିଆ ଜଣେ। ଆଇପିଏଲ୍‌ ୨୦୨୧ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସେ ଉଲ୍ଲେଖନୀୟ ବୋଲିଂ କରି ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷିତ କରି ବାରେ ସଫଳ ହୋଇଛନ୍ତି। ଏବେ ସେ ପ୍ରଥମ ଥର ପାଇଁ ଭାରତୀୟ ଟିମ୍‌ ଲାଗି ଚୟନ ହେବାକୁ ନେଇ ଏକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ଆଇପିଏଲ୍‌ ସମୟରେ ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ ତାଙ୍କ ଦଳରେ ଚୟନ ହେବା ନେଇ ଭବିଷ୍ୟବାଣୀ କରିଥିଲେ ବୋଲି ସେ କହିଛନ୍ତି।

ଏକ ସାକ୍ଷାତକାରରେ ସାକାରିଆ କହିଛନ୍ତି, ସଞ୍ଜୁ ଭାଇ ଅନ୍ୟମାନଙ୍କଠାରୁ ଅଧିକ ମୋ ଉପରେ ବିଶ୍ୱାସ ଥିବା ଦର୍ଶାଉଥିଲେ। ଯେଉଁଭଳି ଭାବେ ବୋଲିଂ କରୁଛ, ଭାରତୀୟ ଟିମ୍‌ ପାଇଁ ଚୟନ ହେବାର ଦିନ ପାଖେଇ ଆସୁଛି ବୋଲି ଆଇପିଏଲ୍‌ ସମୟରେ ସେ କହିଥିଲେ। ହେଲେ ତାଙ୍କର ବିଶ୍ୱାସ ନଥିଲା। ସେ କେବଳ ଜଣେ ନେଟ୍‌ ବୋଲର୍‌ ଭାବେ ଟିମ୍‌ ସହ ଯୋଡ଼ି ହୋଇ ରହିବାକୁ ଆଶା ରଖିଥିବା ସାକାରିଆ କହିଛନ୍ତି।

ଆଇପିଏଲ୍‌ ପରେ ଲୋକେ ମୋ ବିଷୟରେ ଯେଉଁଭଳି ଭାବେ କଥା ହେଉଥିଲେ, ଅତିକମ୍‌ରେ ଭାରତୀୟ ଟିମ୍‌ ପାଇଁ ନେଟ୍‌ ବୋଲର୍‌ ହେବାର ସୁଯୋଗ ମିଳିବ ବୋଲି ଆଶା ରହିଥିଲା। ହେଲେ ଶ୍ରୀଲଙ୍କା ଗସ୍ତ ପାଇଁ ଦଳରେ ସାମିଲ କରାଯିବ ସ୍ବପ୍ନ ଭଳି ଥିଲା। ଯଦି ଏହା ସତ ହୋଇଛି ତେବେ ନିଜର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବି।

ପ୍ରକାଶ ଯେ, ଗତ ମାସରେ କରୋନାରେ ସଂକ୍ରମିତ ହେବା କାରଣରୁ ସାକାରିଆଙ୍କ ବାପାଙ୍କ ପରଲୋକ ଘଟିଛି। ଏବେ ଦଳରେ ସାକାରିଆଙ୍କୁ ସୁଯୋଗ ମିଳିଥିଲେ ହେଁ ଖୁସି ଦେଖିବାକୁ ସେ ଆଉ ନାହାନ୍ତି। ଏହା ବେଶ ଆଘାତ ଦେଇଛି କ୍ରିକେଟରଙ୍କୁ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.