ରାୟପୁର,୪।୬: ଛତିଶଗଡର ପୂର୍ବତନ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲଙ୍କ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ମହଙ୍ଗା ବଢିଯାଇଛି ବୋଲି କହୁଛନ୍ତି, ସେମାନେ ଖାଇବା ପିଇବା ବନ୍ଦ କରିଦେବା ଉଚିତ ଏବଂ ପେଟ୍ରୋଲ ମଧ୍ୟ ପକାନ୍ତୁ ନାହିଁ। କଂଗ୍ରେସକୁ ଟର୍ଗେଟ କରି ସେ କହିଥିଲେ, ଯଦି କଂଗ୍ରେସକୁ ଭୋଟ ଦେଉଥିବା ଲୋକ ଏଭଳି କାର୍ଯ୍ୟ କରନ୍ତି ତେବେ ମହଙ୍ଗା କମିବ। ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଶୀଲ ଆନନ୍ଦ ଶୁକ୍ଲା ବ୍ରିଜମୋହନ ଅଗ୍ରୱାଲଙ୍କ ବିବୃତ୍ତିକୁ ନେଇ ବର୍ଷିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଭାଜପା ବିଧାୟକଙ୍କ ଲଜ୍ଜାଜନକ ପରାମର୍ଶକୁ ଦେଖନ୍ତୁ। ଲୋକମାନେ ଖାଇବା-ପିଇବା ବନ୍ଦ କରିଦିଅନ୍ତୁ, ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ବନ୍ଦ କରିଦେଲେ ତେବେ ମହଙ୍ଗା ହ୍ରାସ ପାଇବ।
ସୁଶୀଲ ଆନନ୍ଦ ଶୁକ୍ଲା କହିଛନ୍ତି ଯେ, ବ୍ରିଜମୋହନ ଅଗ୍ରୱାଲଙ୍କ ଏହି ବିବୃତ୍ତି ଲଜ୍ଜାଜନକ। ମହଙ୍ଗା ଯୋଗୁ ଦେଶର ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀର ଲୋକମାନେ ଯନ୍ତ୍ରଣା ଭୋଗୁଛନ୍ତି। ଜଣେ ଭାଜପା ନେତାଙ୍କ ଏପରି ବିବୃତ୍ତି ଦେବା ଘା’ ଉପରେ ଲୁଣ ସିଞ୍ଚିବା ଭଳି ବୋଲି ସେ କହିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.