ଦୋହା, ୮।୬(ପି.ଟି.): ଚଳିତ ଫିଫା ବିଶ୍ୱକପ୍ ଓ ଏସିଆନ କପ୍ କ୍ୱାଲିଫାୟର୍ସ ଫୁଟ୍ବଲ ଟୁର୍ନାମେଣ୍ଟରେ ଭାରତ ସୋମବାର ପଡ଼ୋଶୀ ବାଂଲାଦେଶକୁ ୨-୦ ଗୋଲରେ ପରାସ୍ତ କରିଛି। ସ୍ଥାନୀୟ ଜାଶିମ ବିନ୍ ହମାଦ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଅଧିନାୟକ ସୁନୀଲ ଛେତ୍ରୀ ୭୯ ତମ ଓ ୯୦
+ ୨ତମ ମିନିଟ୍ରେ ଦୁଇଟି ଯାକ ଗୋଲ ସ୍କୋର କରିଥିଲେ। କୋଚ୍ ଇଗୋର ଷ୍ଟିମାକ୍ଙ୍କ ତତ୍ତ୍ୱାବଧାନରେ ଖେଳୁଥିବା ଭାରତର ପ୍ରତିଯୋଗିତାରେ ଏହା ହେଉଛି ପ୍ରଥମ ବିଜୟ। ଏହି ବିଜୟ ଦ୍ୱାରା ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୭ଟି ମ୍ୟାଚରୁ ୩ ଡ୍ର, ୩ ପରାଜୟ ଓ ଗୋଟିଏ ବିଜୟରୁ ୬ ପଏଣ୍ଟ ଅର୍ଜନ କରି ଗ୍ରୁପ୍ ଇ’ ଦ୍ୱିତୀୟ ରାଉଣ୍ଡ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନ ଅଧିକାର କରିଛି। କାତାର ସମାନ ସଂଖ୍ୟକ ମ୍ୟାଚରୁ ୧୯ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଥିବାବେଳେ ଓମାନ ୫ଟି ମ୍ୟାଚରୁ ୧୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଆଫଗାନିସ୍ତାନ ୬ଟି ମ୍ୟାଚରୁ ୫ ପଏଣ୍ଟ ସହ ଚତୁର୍ଥ ଏବଂ ବାଂଲାଦେଶ ୭ଟି ମ୍ୟାଚରୁ ମାତ୍ର ୨ ପଏଣ୍ଟ ହାସଲ କରି ୫ମ ତଥା ସର୍ବନିମ୍ନ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ସୋମବାର ବାଂଲାଦେଶକୁ ପରାସ୍ତ କରିବା ଦ୍ୱାରା ଭାରତ ଗତ ୬ ବର୍ଷ ମଧ୍ୟରେ ବିଶ୍ୱକପ୍ କ୍ୱାଲିଫାୟର୍ସରେ ପ୍ରଥମ ବିଜୟ ହାସଲ କରିଛି। ପୂର୍ବରୁ ଭାରତ ଶେଷଥର ପାଇଁ ୨୦୧୫ ନଭେମ୍ବରରେ ବିଜୟ ହାସଲ କରିଥିଲା। ବେଙ୍ଗାଲୁରୁରେ ୨୦୧୮ ବିଶ୍ୱକପ୍ ପାଇଁ କ୍ୱାଲିଫାଇଙ୍ଗ୍ ରାଉଣ୍ଡ ମ୍ୟାଚ୍ରେ ଭାରତ ୧-୦ ଗୋଲରେ ଗୁଆମକୁ ହରାଇଥିଲା। ଗତ ଗୁରୁବାର ଭାରତ ଏସିଆନ ଚାମ୍ପିୟନ କାତାରଠାରୁ ୧-୦ ଗୋଲରେ ପରାଜିତ ହୋଇଥିଲା। ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ ଦୌଡ଼ରୁ ଭାରତ ବାଦ୍ ପଡିସାରିଛି। ତେବେ ୨୦୨୩ ଏସିଆନ କପ୍ ପାଇଁ ଯୋଗ୍ୟତା ହାସଲ ସମ୍ଭାବନା ଉଜ୍ଜୀବିତ ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.