ଚେନ୍ନାଇ,୨୬।୬: ଆଗାମୀ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ରାଜ୍ୟର ଆଥ୍ଲେଟଙ୍କ ପାଇଁ ଶନିବାର ପୁରସ୍କାର ରାଶି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ। ସ୍ବର୍ଣ୍ଣ ପଦକ ଜିତିଲେ ରାଜ୍ୟର ଆଥ୍ଲେଟ୍ଙ୍କୁ ସର୍ବାଧିକ ୩ କୋଟି ଟଙ୍କା ପ୍ରଦାନ କରାଯିବ। ସେହିଭଳି ରୌପ୍ୟ ଓ ବ୍ରୋଞ୍ଜ ପଦକ ଅଧିକାରୀ ଆଥ୍ଲେଟ୍ଙ୍କୁ ଯଥାକ୍ରମେ ୨ ଓ ୧ କୋଟି ଟଙ୍କା ଟଙ୍କା ପୁରସ୍କାର ବାବଦକୁ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
କ୍ରୀଡ଼ାବିତ୍ ଦେଶ ପାଇଁ ଗର୍ବ। ସେମାନଙ୍କୁ ସର୍ବଦା ରାଜ୍ୟ ସରକାର ସମର୍ଥନ କରିବେ। ବିଶ୍ୱ ସ୍ତରୀୟ ଇଭେଣ୍ଟର ସଫଳ ଆଥ୍ଲେଟଙ୍କୁ ପ୍ରୋତ୍ସାହିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏକ ଟିକାକରଣ କେନ୍ଦ୍ରର ଉଦ୍ଘାଟନ ଅବସରରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୦ ସମର ଅଲିମ୍ପିକ୍ସ ଜୁଲାଇ ୨୩ରୁ ଅଗଷ୍ଟ ୮ ମଧ୍ୟରେ ଜାପାନ ରାଜଧାନୀଠାରେ ଅନୁଷ୍ଠିତ ହେବ।
ଅଲିମ୍ପିକ୍ ଯୋଗ୍ୟତା ପ୍ରାପ୍ତ ୬ ଆଥ୍ଲେଟ ନେଥରା କୁମାନାନ, ବରୁଣ ଠକ୍କର, କେ ସି ଗଣପଥି (ସମସ୍ତେ ସେଲିଂ), ଟେବୁଲ ଟେନିସ ଖେଳାଳି ଜି. ସାଥିଆଁ, ଏ. ସରଥ କମଲ ଓ ପାରାଅଲିମ୍ପିଆନ ଟି. ମରିଆପ୍ପାନଙ୍କୁ ୬ ଲକ୍ଷ ଲେଖାଏ ପ୍ରୋତ୍ସାହନ ରାଶି ଦିଆଯାଇଛି। ଦେଶର ପ୍ରଥମ ଫେନ୍ସର ଭାବେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜି ଥିବା ସି ଏ ଭବାନୀ ଦେବୀଙ୍କୁ ପୂର୍ବରୁ ଏହି ରାଶି ଦିଆଯାଇସାରିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.