କୁଇବା, ୨୩।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଗ୍ରୁପ୍ ଏ’ରେ ଖେଳାଯାଇଥିବା ମ୍ୟାଚ୍ରେ ଚିଲି ଓ ଲୁଇସ ସୁଆରେଜଙ୍କ ଉରୁଗୁଏ ଦଳ ମୁହାଁମୁହିଁ ହୋଇଥିଲେ। ସ୍ଥାନୀୟ ଏରିନା ପଣ୍ଟାନାଲରେ ମଙ୍ଗଳବାର ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଏଥିସହ ଉରୁଗଏ ପଏଣ୍ଟ ତାଲିକାରେ ଖାତା ଖୋଲିଛି। ୨ଟି ଲେଖାଏ ମ୍ୟାଚ୍ ଖେଳି ଗୋଟିଏ ଲେଖାଏ ଡ୍ର ଓ ପରାଜୟ ସହ ୧ ପଏଣ୍ଟ ହାସଲ କରି ଉରୁଗୁଏ ଗ୍ରୁପ ଏ’ରେ ଚତୁର୍ଥ ସ୍ଥାନରେ ରହିଛି। ଏବେ ଗ୍ରୁପ୍ ଏ’ରେ ଚିଲି ୩ ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ୨ଟି ଡ୍ର ସହ ୫ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଏଥିସହ ଚିଲି ନକ୍ଆଉଟ୍ ପର୍ଯ୍ୟାୟରେ ପ୍ରବେଶ କରିଛି। ମ୍ୟାଚ୍ରେ ଉରୁଗୁଏ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲା।
ଚିଲି ତରଫରୁ ୨୬ତମ ମିନିଟ୍ରେ ଏଡୁଆର୍ଡୋ ଭାର୍ଗାସ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ଦ୍ୱିତୀୟାର୍ଦ୍ଧରେ ଚିଲିର ଅର୍ଟୁରୋ ଭିଡାଲଙ୍କ ଦ୍ୱାରା ଏକ ଆତ୍ମଘାତୀ ଗୋଲ ସ୍କୋର ହୋଇଥିଲା। ଫଳରେ ମ୍ୟାଚ୍ ଡ୍ର ରହିଥିଲା। ଚିଲି ଗୋଲକିପର କ୍ଲାଉଡିଓ ବ୍ରାଭୋ ପ୍ରଥମ ୧୦ ମିନିଟ୍ରେ ଦୁଇଟି ଗୋଲରୁ ଦଳକୁ ରକ୍ଷା କରିଥିଲେ। ଏହି ଦୁଇଟି ଶଟ୍ ଉରୁଗୁଏର ଜିଓରଜିଆନ ଡି ଆରାସ୍କାଟ ମାରିଥିଲେ। ଉରୁଗୁଏ ଏବେ ତା’ର ତୃତୀୟ ମ୍ୟାଚ୍ରେ ଗୁରୁବାର ବଲିଭିଆକୁ ଭେଟିବ। ସେହିପରି ଗ୍ରୁପ୍ ପର୍ଯ୍ୟାୟରେ ଚିଲି ତା’ର ଅନ୍ତିମ ମ୍ୟାଚ୍ରେ ପାରାଗୁଏକୁ ଭେଟିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.