ବେଜିଂ,୨୫।୬: ଚାଇନାର ରଣନୈତିକ ଭାବେ ମହତ୍ୱପୂର୍ଣ୍ଣ ଥିବା ହିମାଳୟର ତିବ୍ବତ ଅଞ୍ଚଳରେ ଚାଇନା ପ୍ରଥମ ଇଲେକ୍ଟ୍ରୋନିକ୍ ବୁଲେଟ ଟ୍ରେନ୍ ଆରମ୍ଭ କରିଛି। ଶୁକ୍ରବାର ଏହି ଟ୍ରେନ୍ ଆରମ୍ଭ ହୋଇଥିବା ବେଳେ ଏହା ତିବ୍ବତର ପ୍ରାଦେଶିକ ରାଜଧାନୀ ଲହସା ଓ ଅରୁଣାଞ୍ଚଳ ପ୍ରଦେଶ ସୀମା ନିକଟର୍ତ୍ତି ସହର ନ୍ୟଙ୍ଗ୍ଚିକୁ ଯୋଡ଼ିବ ବୋଲି ଜଣାପଡ଼ିଛି। ସିଚୁଆନ-ତିବ୍ବତ ରେଳ ଅଧିନରେ ଥିବା ୪୩୫.୫ କିଲୋମିଟର ଲମ୍ବା ଲହସା ଓ ନ୍ୟଙ୍ଗ୍ଚି ବିଭାଗକୁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା(ସିପିସି)ର ଶତବାର୍ଷିକୀ ଜୁଲାଇ ୧ପୂର୍ବରୁ ଉଦ୍ଘାଟନ କରାଯାଇଛି। ତେବେ କିଙ୍ଘଇ-ତିବ୍ବତ ରେଲଓ୍ବେ ପରେ ସିଚୁଆନ-ତିବ୍ବତରେ ଏହା ଦ୍ୱିତୀୟ ରେଳ ହେବ। ଏହି ଟ୍ରେନ୍ କିଙ୍ଘଇ-ତିବ୍ବତ ପଠାରର ଦକ୍ଷିଣ-ପୂର୍ବ ଦେଇ ଯାତାୟତ କରିବ। ଯାହାକୁ ବିଶ୍ୱର ଅନ୍ୟତମ ଭୌଗୋଳିକ ସକ୍ରିୟ ଅଞ୍ଚଳ ବୋଲି କୁହାଯାଏ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.