ଓ୍ବାଶିଂଟନ,୨୬ା୬: ଚାଇନା ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଆମେରିକାର ଏକ ବିବୃତ୍ତି ନିଶ୍ଚିତ ଭାବରେ ପାକିସ୍ତାନ ଏବଂ ଚାଇନାର ମନକୁ ଅଶାନ୍ତ କରିବ। ଆମେରିକା କହିଛି ଯେ, ବିଶ୍ୱବ୍ୟାପୀ ଭାରତ ଆମର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଆମେ ଅନେକ ଅର୍ଥନୈତିକ, ରଣନୀତିକ ଏବଂ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ଭାରତ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ। ହ୍ବାଇଟ୍ ହାଉସର ପ୍ରେସ ମୁଖପାତ୍ର ଜେନ୍ ସାକି କହିଛନ୍ତି ଯେ, କରୋନା ବିରୋଧରେ ଲଢ଼ିବାରେ ଆମେରିକା ଭାରତକୁ ସାହାଯ୍ୟ କରିବା ପାଇଁ ଅନେକ ପଦକ୍ଷେପ ନେଉଛି। ଏହି ମହାମାରୀର ମୁକାବିଲା ପାଇଁ ଆମେ ଭାରତକୁ ସବୁ ପ୍ରକାରରେ ସାହାଯ୍ୟ କରୁଛୁ। ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଚାଇନା କ୍ରମାଗତ ଭାବରେ ସୀମାରେ ଭାରତ ଉପରେ ଚାପ ପକାଉଛି। ଏଭଳି ପରିସ୍ଥିତିରେ ଭାରତ ସହିତ ଖୋଲାଖୋଲି ଭାବେ ଆମେରିକା ଆସିବା ଚାଇନା ଏବଂ ପାକିସ୍ତାନ ପାଇଁ ଚିନ୍ତାର କାରଣ ହୋଇପାରେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.