ଜି ୭କୁ ଚାଇନାର ଉପହାସ

କାର୍ବିସ୍‌ ବେ (ଇଂଲଣ୍ଡ), ୧୪।୬: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ କୋଣଠେସା କରିବା ପାଇଁ ୭ ଧନୀ ରାଷ୍ଟ୍ର ବ୍ରିଟେନ୍‌ରେ ରଣନୀତି ପ୍ରସ୍ତୁତ କରୁଥିବାବେଳେ ସେମାନଙ୍କୁ ଦୃଢ଼ ଜବାବ ଦେଇଛି ବେଜିଂ। କ୍ଷୁଦ୍ର ରାଷ୍ଟ୍ରଗୋଷ୍ଠୀ ବିଶ୍ୱର ଭାଗ୍ୟ ନିୟନ୍ତ୍ରଣ କରିବା ସମୟ ଚାଲିଗଲାଣି ବୋଲି ଚାଇନା ରବିବାର ଜି ୭ ନେତାମାନଙ୍କୁ ସତର୍କ କରାଇ ଦେଇଛି। ଚାଇନାର ବର୍ଦ୍ଧିତ ଶକ୍ତିର ମୁକାବିଲା ପାଇଁ ଧନୀ ରାଷ୍ଟ୍ରଗୁଡ଼ିକର ମିଳିତ ଉଦ୍ୟମକୁ ବେଜିଂ ସମାଲୋଚନା କରିଛି। ୧୯୯୧ରେ ସୋଭିଏଟ୍‌ ୟୁନିୟନ ଭୁଶୁଡ଼ିବା ସହ ଶୀତଳ ଯୁଦ୍ଧର ଅନ୍ତ ଘଟିଥିଲା। ଏହା ପରେ ଚାଇନା ଏକ ପ୍ରମୁଖ ବିଶ୍ୱ ଶକ୍ତି ଭାବେ ମୁଣ୍ଡ ଟେକିଛି। ଚାଇନାର ଶକ୍ତିବୃଦ୍ଧି ଆମେରିକାକୁ ହତୋତ୍ସାହିତ କରିଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ ଚାଇନାକୁ ମୁଖ୍ୟ ରଣନୀତିକ ପ୍ରତିଦ୍ୱନ୍ଦ୍ୱୀ ବିବେଚନା କରୁଛନ୍ତି। ଦିନ ଥିଲା ଯେତେବେଳେ ଏକ କ୍ଷୁଦ୍ର ରାଷ୍ଟ୍ରଗୋଷ୍ଠୀ ସାରା ବିଶ୍ୱ ଉପରେ ନିଷ୍ପତ୍ତି ନେଉଥିଲା। ଏବେ ସେ ସମୟ ଆଉ ନାହିଁ ବୋଲି ଲଣ୍ଡନରେ ଥିବା ଚାଇନା ଦୂତାବାସର ମୁଖପାତ୍ର କହିଛନ୍ତି। ରାଷ୍ଟ୍ର ଛୋଟ ହେଉ କି ବଡ଼, ଶକ୍ତିଶାଳୀ ହେଉ ଅଥବା ଦୁର୍ବଳ, ଧନୀ ହେଉ କି ଗରିବ; ବିଶ୍ୱ ବ୍ୟାପାର ସବୁ ଦେଶ ସହ ପରାମର୍ଶ ମାଧ୍ୟମରେ ପରିଚାଳନା ହେବା ଚାଇନା ବିଶ୍ୱାସ କରେ ବୋଲି ସେ କହିଛନ୍ତି। ଜାତିସଂଘ ନୀତି ଆଧାରରେ ଅନ୍ତର୍ଜାତୀୟ ନିର୍ଦ୍ଦେଶନାମା ହେଉଛି ଏକମାତ୍ର ବୈଧ ବୈଶ୍ୱିକ ପ୍ରଣାଳୀ, ତଥାକଥିତ କ୍ଷୁଦ୍ର ରାଷ୍ଟ୍ରଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ନିୟମାବଳୀ ନୁହେଁ ବୋଲି ଚାଇନା ମୁଖପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ଜି୭ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଭିତ୍ତିଭୂମି ପ୍ରକଳ୍ପକୁ ବିରୋଧ କରାଯାଇ ଗ୍ଲୋବାଲ୍‌ ଇନ୍‌ଫ୍ରା ପ୍ଲାନ୍‌ (ବିଶ୍ୱ ଭିତ୍ତିଭୂମି ଯୋଜନା) ଗୃହୀତ ହୋଇଥିଲା। ଗରିବ ରାଷ୍ଟ୍ରଗୁଡ଼ିକରେ ଉଚ୍ଚ ମାନର ଭିତ୍ତିଭୂମି ବିକାଶ ଲାଗି ସହାୟତା ଯୋଗାଇ ଦେବା ଏହି ଯୋଜନାର ଉଦ୍ଦେଶ୍ୟ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.