ନ୍ୟୁୟର୍କ, ୩।୬: ନୂଆ କରୋନା ଭୂତାଣୁ ପାଇଁ ଚାଇନା, ଜାପାନ, ଫିଲିପାଇନ୍ସ ଏବଂ ଥାଇଲାଣ୍ଡ ହଟ୍ସ୍ପଟ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ବାଦୁଡିବାହିତ ଏହି ଭୂତାଣୁ ପାଇଁ ଉପରୋକ୍ତ ଅଞ୍ଚଳ ଅନୁକୂଳ ହୋଇଥିବାବେଳେ ଉକ୍ତ ରୋଗ ବାଦୁଡି ଶରୀରରୁ ମଣିଷକୁ ସଂକ୍ରମିତ ହେବା ପାଇଁ ମଧ୍ୟ ଉପଯୁକ୍ତ ପରିବେଶ ସୃଷ୍ଟି କରିଥାଏ। ଜଙ୍ଗଲ ବିଭାଜନ, କୃଷି ସମ୍ପ୍ରସାରଣ ଏବଂ ପ୍ରାଣିଜ ଉତ୍ପାଦନ ବୃଦ୍ଧି ସମେତ ଜମି ବ୍ୟବହାରରେ ପରିବର୍ତ୍ତନ ଏହାର କାରଣ ବୋଲି ନେଚର ଫୁଡ୍ ନାମକ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି। ବର୍ତ୍ତମାନର ଅଧିକାଂଶ ହଟ୍ସ୍ପଟ୍ ଚାଇନାରେ ରହିଛି, ଯେଉଁଠି ମାଂସ ଉତ୍ପାଦନ ଚାହିଦା ବୃଦ୍ଧି ଯୋଗୁ ଔଦ୍ୟୋଗିକ ପ୍ରାଣୀ ଫାର୍ମ ବହୁପରିମାଣରେ ବଢ଼ିଯାଇଛି। ଏହାବ୍ୟତୀତ ଜାପାନର କେତେକ ଅଞ୍ଚଳ, ଫିଲିପାଇନ୍ସର ଉତ୍ତର ଭାଗ, ଚାଇନା ସାଙ୍ଘାଇ ମଧ୍ୟ ହଟ୍ସ୍ପଟରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଇଣ୍ଡୋଚାଇନା ଏବଂ ଥାଇଲାଣ୍ଡର କେତେକ ଅଞ୍ଚଳରେ ପ୍ରାଣିଜ ଉତ୍ପାଦନ ବୃଦ୍ଧି ପାଉଥିବାରୁ ହଟ୍ସ୍ପଟ ହେବା ଆଶଙ୍କା କରାଯାଇଛି। ବର୍କେଲିସ୍ଥିତ କାଲିଫର୍ନିଆ ୟୁନିଭର୍ସିଟି, ମିଲନସ୍ଥିତ ପଲିଟେକ୍ନିକ ୟୁନିଭର୍ସିଟି ଏବଂ ନ୍ୟୁଜିଲାଣ୍ଡର ମାସି ୟୁନିଭର୍ସିଟିର ଗବେଷକମାନଙ୍କର ଏକ ଟିମ୍ ଏହି ଗବେଷଣା କରିଥିଲେ। ସେମାନଙ୍କ ମତରେ ଜମି ବ୍ୟବହାରରେ ପରିବର୍ତ୍ତନ ମାନବ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଆମେ ପରିବେଶରେ ପରିବର୍ତ୍ତନ ଆଣୁଥିବାବେଳେ ତାହା ପ୍ରାଣୀଜନିତ ରୋଗ ବଢ଼ାଇବାର କାରଣ ହେଉଛି ବୋଲି ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ପ୍ରଫେସର ପାଓଲୋ ଡି’ଓଡୋରିକୋ କହିଛନ୍ତି। ଯଦିଓ ସାର୍ସ-କୋଭ-୨ ବା କରୋନା ଭୂତାଣୁର ବାସ୍ତବ ଉତ୍ସ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ଏହା ପ୍ରଥମେ ଅଶ୍ୱଖୁରାକୃତି ବାଦୁଡ଼ିକୁ ସଂକ୍ରମଣ କରିବା ପରେ ସେଠାରୁ ମାନବ ଶରୀରକୁ ବ୍ୟାପିଥିଲା ବୋଲି କୁହାଯାଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.