ବେଜିଂ,୯।୬: ଏବେ ସୋସିଆଲ ମିଡ଼ିଆରେ ଚାଇନାର ଏକ ହାତୀପଲ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲଗେିଛି। ୧୫ ଜଣିଆ ହାତୀପଲ ଦୀର୍ଘ ଏକବର୍ଷ ଧରି ନିଜ ବାସସ୍ଥାନ ଛାଡ଼ି ଘୁରି ବୁଲୁଛନ୍ତି। ହାତୀପଲଙ୍କର ୨୫,୦୦୦ ଫଟୋ ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କରାଯାଇଛି। ଏହାକୁ ଇତିମଧ୍ୟରେ ବିଶ୍ୱବ୍ୟାପୀ ୟୁଜର ୨୦ କୋଟିରୁ ଅଧିକ ଥର ଦେଖିସାରିଛନ୍ତି। ହାତୀପଲ ଏବେ ଟୁଇଟର ଏବଂ ୟୁଟ୍ୟୁବ୍ରେ ଭାଇରାଲ ହେବାରେ ଲାଗିଛି। ହାତୀପଲ ଶୋଇଥିବାରୁ ଫଟୋ ଓ ଭିଡ଼ିଓକୁ ଅଧିକ ୟୁଜର ପସନ୍ଦ କରିଛନ୍ତି। ହାତୀପଲ ଜିଶୁଆଙ୍ଗ୍ବନ୍ନା ସୀମାରେ ଥିବା ରିଜର୍ଭ ଜଙ୍ଗଲରେ ବାସ କରୁଥିଲେ। ତେବେ ଏବେ ହାତୀପଲ ୫୦୦ କିଲୋମିଟର ଦୂର ୟୁନାନା ପ୍ରଦେଶର କୁନ୍ମିଙ୍ଗ୍ ଅଞ୍ଚଳରେ ପହଞ୍ଚିଛନ୍ତି। ଯାତ୍ରା ଆରମ୍ଭ କରିବା ସମୟରେ ହାତୀପଲରେ ୧୬ ହାତୀଥିଲେ। ତେବେ ପରବର୍ତ୍ତୀ ସମୟରେ ୨ଟି ହାତୀ ଘରକୁ ଫେରିଯାଇଥିଲେ। ସେହିପରି ଗୋଟିଏ ହାତୀ ଛୁଆ ମଧ୍ୟ ଜନ୍ମ ହୋଇଥିଲା। ଏବେ ପଲରେ ୬ଟି ମାଈ ହାତୀ, ୩ଟି ଅଣ୍ଡିରା ହାତୀ, ୩ଟି ଛୋଟ ହାତୀ ଏବଂ ୩ଟି ଛୁଆ ହାତୀ ରହିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ହାତୀପଲ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି। କିଛି ଦିନ ତଳେ ଗୋଟିଏ ହାତୀ ପଚାସଢ଼ା ଖାଦ୍ୟଶସ୍ୟ ଖାଇଥିଲା। ଫଳରେ ହାତୀଟି ନିଶାଗ୍ରସ୍ତ ହୋଇ ବହୁ ଭଙ୍ଗାରୁଜା କରିଥିବା ସ୍ଥାନୀୟ ଜଙ୍ଗଲ ଅଧିକାରୀ ପ୍ରକାଶ କରିଛନ୍ତି।
Posted inଅନ୍ତର୍ଜାତୀୟ, ଫୁରସତ View All
୧୮ ହଜାର କିଲୋଗ୍ରାମ୍ର ବିରାଟ ବୋମା ପରୀକ୍ଷା କଲା ଆମେରିକା, ସମୁଦ୍ରରେ ସୃଷ୍ଟି ହେଲା ଭୂକମ୍ପ…
ଓ୍ବାଶିଂଟନ,୨୧।୬: ଚାଇନା ନିଜର ସାମୁଦ୍ରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ସମୁଦ୍ରରେ ୧୮ ହଜାର କିଲୋଗ୍ରାମ୍ର...
ଗୋଟିଏ ଭୁଲ୍ ପାଇଁ କ୍ଷତି ହେଲା ୩୦ ହଜାର କୋଟି…
ଲିସବନ୍,୧୬।୬: ଗୋଟିଏ ଭୁଲ୍ ପାଇଁ ସାଙ୍ଗେ ସାଙ୍ଗେ ୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍...
ଆଡ୍ମିଶନ ପାଇଁ ଯୁବତୀଙ୍କ ସହ ରାତି କାଟିବାକୁ ଅଫର ଦେଉଛି ଏହି ବିଶ୍ୱବିଦ୍ୟାଳୟ, ଜାଣିଲେ କରିବେ ନିନ୍ଦା
ବେଜିଂ,୧୦ା୬: ଚାଇନାର ଏକ ବିଶ୍ୱବିଦ୍ୟାଳୟ ଏବେ କଡ଼ା ବିବାଦର ସମ୍ମୁଖୀନ ହୋଇଛି। ଏହି ବିଶ୍ୱବିଦ୍ୟାଳୟ ଆଡ୍ମିଶନ ପାଇଁ ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଦେଇଥିଲା। କିନ୍ତୁ...
ପ୍ରେମ କରି ଚର୍ଚ୍ଚାରେ ବିଶ୍ୱର ଏହିସବୁ ଲୋକପ୍ରିୟ ନେତା
ନିକଟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ୱେଷ୍ଟମିଂଷ୍ଟର କ୍ୟାଥେଡ୍ରଲରେ ତାଙ୍କ ଗର୍ଲଫ୍ରେଣ୍ଡ କ୍ୟାରି ସାଇମଣ୍ଡସଙ୍କୁ ଗୁପ୍ତରେ ବିବାହ କରିଥିଲେ। ୫୬ ବର୍ଷ ବୟସରେ ବୋରିସ ତୃତୀୟ...
ଆବର୍ଜନା ପାହାଡ଼ରେ ପାର୍କ
ରୁଷିଆ ରାଜଧାନୀ ମସ୍କୋରେ ଏଣିକି ଅଳିଆଗଦାରେ ପାର୍କ ଦେଖିବାକୁ ମିଳିବ। ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରୁ ଏଠାକୁ ବହୁ ଟନ୍ ଅଳିଆ ଆବର୍ଜନା ଆସିଥାଏ।...
ଏହି ପ୍ରାଚୀନ ଦୁର୍ଗରେ ହଠାତ୍ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଭାଇରାଲ ହେଉଛି ଭିଡିଓ
ମଧ୍ୟପ୍ରଦେଶର ରାୟସେନର ପ୍ରାଚୀନ ଦୁର୍ଗରେ ଓଁ କାର ଆକୃତିର ଅଦ୍ଭୁତ ପ୍ରତିବିମ୍ବ ଦେଖିବାକୁ ମିଳିଛି। ରାୟସେନର ଉଚ୍ଚା ପାହାଡ଼ରେ ଥିବା ଏହି ପ୍ରାଚୀନ ଦୁର୍ଗରେ କିଛିଦିନ...
୫ ଦେଶକୁ ଛୁଇଁନି କରୋନା
ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲା କରୋନା କବଳରେ ପଡ଼ିଛି ପୃଥିବୀ। ଚାଇନାରୁ ଆରମ୍ଭ ହୋଇଥିବା ଏହି ଘାତକ ରୋଗରେ ଊଣା ଅଧିକେ...
ଭୟ କରନାହିଁ , ଭାକ୍ସିନ୍ ନିଅ, ମାଗଣାରେ ବିୟର ପିଅ: ରାଷ୍ଟ୍ରପତି…
ଓ୍ବାଶିଂଟନ,୩।୬: କରୋନା ମହାମାରୀ ବିରୋଧରେ ପୃଥିବୀ ବ୍ୟାପୀ ଲଢ଼େଇ ଜାରି ରହିଛି। କରୋନା ଲଢ଼େଇରେ ଭାକ୍ସିନ୍ ଏକମାତ୍ର ବିକଳ୍ପ ସାବ୍ୟସ୍ତ ହୋଇଛି। ଏପରିସ୍ଥଳେ ଜନସାଧାରଣଙ୍କୁ ଭାକ୍ସିନ୍...


