ବେଜିଂ,୯।୬: ଏବେ ସୋସିଆଲ ମିଡ଼ିଆରେ ଚାଇନାର ଏକ ହାତୀପଲ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲଗେିଛି। ୧୫ ଜଣିଆ ହାତୀପଲ ଦୀର୍ଘ ଏକବର୍ଷ ଧରି ନିଜ ବାସସ୍ଥାନ ଛାଡ଼ି ଘୁରି ବୁଲୁଛନ୍ତି। ହାତୀପଲଙ୍କର ୨୫,୦୦୦ ଫଟୋ ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କରାଯାଇଛି। ଏହାକୁ ଇତିମଧ୍ୟରେ ବିଶ୍ୱବ୍ୟାପୀ ୟୁଜର ୨୦ କୋଟିରୁ ଅଧିକ ଥର ଦେଖିସାରିଛନ୍ତି। ହାତୀପଲ ଏବେ ଟୁଇଟର ଏବଂ ୟୁଟ୍ୟୁବ୍ରେ ଭାଇରାଲ ହେବାରେ ଲାଗିଛି। ହାତୀପଲ ଶୋଇଥିବାରୁ ଫଟୋ ଓ ଭିଡ଼ିଓକୁ ଅଧିକ ୟୁଜର ପସନ୍ଦ କରିଛନ୍ତି। ହାତୀପଲ ଜିଶୁଆଙ୍ଗ୍ବନ୍ନା ସୀମାରେ ଥିବା ରିଜର୍ଭ ଜଙ୍ଗଲରେ ବାସ କରୁଥିଲେ। ତେବେ ଏବେ ହାତୀପଲ ୫୦୦ କିଲୋମିଟର ଦୂର ୟୁନାନା ପ୍ରଦେଶର କୁନ୍ମିଙ୍ଗ୍ ଅଞ୍ଚଳରେ ପହଞ୍ଚିଛନ୍ତି। ଯାତ୍ରା ଆରମ୍ଭ କରିବା ସମୟରେ ହାତୀପଲରେ ୧୬ ହାତୀଥିଲେ। ତେବେ ପରବର୍ତ୍ତୀ ସମୟରେ ୨ଟି ହାତୀ ଘରକୁ ଫେରିଯାଇଥିଲେ। ସେହିପରି ଗୋଟିଏ ହାତୀ ଛୁଆ ମଧ୍ୟ ଜନ୍ମ ହୋଇଥିଲା। ଏବେ ପଲରେ ୬ଟି ମାଈ ହାତୀ, ୩ଟି ଅଣ୍ଡିରା ହାତୀ, ୩ଟି ଛୋଟ ହାତୀ ଏବଂ ୩ଟି ଛୁଆ ହାତୀ ରହିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ହାତୀପଲ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି। କିଛି ଦିନ ତଳେ ଗୋଟିଏ ହାତୀ ପଚାସଢ଼ା ଖାଦ୍ୟଶସ୍ୟ ଖାଇଥିଲା। ଫଳରେ ହାତୀଟି ନିଶାଗ୍ରସ୍ତ ହୋଇ ବହୁ ଭଙ୍ଗାରୁଜା କରିଥିବା ସ୍ଥାନୀୟ ଜଙ୍ଗଲ ଅଧିକାରୀ ପ୍ରକାଶ କରିଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.