ଚାଇନା ବ୍ଲଗରଙ୍କୁ ୮ ମାସ ଜେଲ

ବେଜିଂ, ୨ା୬: ଗଲଓ୍ବାନ ଘାଟିରେ ଗତବର୍ଷ ଜୁନ୍‌ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷକୁ ନେଇ ନିଜ ବ୍ଲଗ୍‌ରେ ପୋଷ୍ଟ କରିଥିବା ଚାଇନିଜ୍‌ ବ୍ଲଗର କ୍ୟୁ ଜିମିଙ୍ଗ୍‌ଙ୍କୁ ସୋମବାର ୮ ମାସ ଜେଲ ଦଣ୍ଡାଦେଶ ହୋଇଛି। ‘ଶହୀଦଙ୍କୁ ବଦନାମ’ କରିବା ଅପରାଧରେ ଚାଇନା କୋର୍ଟ ତାଙ୍କୁ ଏହି ଦଣ୍ଡ ଦେଇଥିବା ‘ଗ୍ଲୋବାଲ ଟାଇମ୍ସ’ରେ ରିପୋର୍ଟ ପ୍ରକାଶ ପାଇଛି। ଇଣ୍ଟରନେଟ୍‌ ସେଲିବ୍ରିଟି ୩୮ ବର୍ଷୀୟ ଜିମିଙ୍ଗ୍‌ଙ୍କ ପ୍ରାୟ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ ରହିଛନ୍ତି।
ଲଦାଖ ସୀମାନ୍ତ ଗଲଓ୍ବାନ ଉପତ୍ୟାକାରେ ସଂଘର୍ଷବେଳେ ୪୫ ପିଏଲ୍‌ଏ ସୈନିକଙ୍କ ମୃତ୍ୟୁ ଘଟିଥିବା ରୁଷିଆର ନ୍ୟୁଜ୍‌ ଏଜେନ୍ସି ଟିଏଏସ୍‌ଏସ୍‌ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ଏହି ସଂଘର୍ଷରେ ନିଜର ମାତ୍ର ୪ ସୈନ୍ୟ ନିହତ ହୋଇଥିବା ନେଇ ଚାଇନା କହିଥିଲା। ଚାଇନା ସରକାର ସେମାନଙ୍କ ପ୍ରକୃତ ସଂଖ୍ୟା ଲୁଚାଇଛନ୍ତି ବୋଲି ଜିମିଙ୍ଗ୍‌ ବ୍ଲଗରେ ପୋଷ୍ଟ କରିଥିଲେ। ସଂଘର୍ଷବେଳେ ଅଧିକ ସଂଖ୍ୟାରେ ପିଏଲ୍‌ଏ ସୈନ୍ୟ ନିହତ ହୋଇଥିବା ଜିମିଙ୍ଗ୍‌ କହିଥିଲେ। ଶାସକ କମ୍ୟୁନିଷ୍ଟ ପାର୍ଟି ସମେତ ଚାଇନା ସୈନ୍ୟଙ୍କ ବୀରତ୍ୱ ଉପରେ ସେ ପ୍ରଶ୍ନ ଉଠାଇଥିଲେ। ଭାରତୀୟ ଯବାନଙ୍କ ସାମ୍‌ନାରେ ଚାଇନା ସୈନ୍ୟ ଡରିଯିବା ସହ ସେମାନଙ୍କ ସହ ମୁକାବିଲା କରିପାରି ନ ଥିଲେ ବୋଲି ଜିମିଙ୍ଗ୍‌ କହିଥିଲେ। ଜିମିଙ୍ଗ୍‌ ନିଜ ଭୁଲ ସ୍ବୀକାର କରିବା ସହ ଭବିଷ୍ୟତରେ ଏଭଳି ଅପରାଧ କରିବେ ନାହିଁ ବୋଲି କହିବା ପରେ ତାଙ୍କୁ ଅଳ୍ପ ଦିନର ଜେଲ ଦଣ୍ଡ ନିର୍ଦ୍ଦେଶ ଦିଆଯାଇଥିବା କୋର୍ଟ କହିଛନ୍ତି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.