ନୂଆଦିଲ୍ଲୀ,୧୫ା୬: ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି)ରେ କନ୍ଦଳ ଓ ଫାଟ ବଢ଼ିବାରେ ଲାଗିଛି। ଚିରାଗଙ୍କ ଗୋଷ୍ଠୀ ମଙ୍ଗଳବାର ୫ ବିଦ୍ରୋହୀ ଏମ୍ପିଙ୍କୁ ଦଳରୁ ବହିଷ୍କାର କରିଛନ୍ତି।
ଏଲ୍ଜେପି ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ରାମବିଳାସ ପାଶ୍ୱାନଙ୍କ ସାନଭାଇ ପଶୁପତି କୁମାର ପାରସଙ୍କ ଗୋଷ୍ଠୀ ଚିରାଗଙ୍କୁ ଦଳର ଅଧ୍ୟକ୍ଷ ପଦରୁ ବିଦା କରିବା ପରେ ଏହା ହେଉଛି ଚିରାଗଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ। ଉଭୟ ପକ୍ଷ ବର୍ତ୍ତମାନ ଏଲ୍ଜେପିର ଲଗାମ ନିଜ ହାତରେ ରଖିବାକୁ ଉଦ୍ୟମ କରୁଛନ୍ତି। ଦୁଇ ଗୋଷ୍ଠୀ ଦଳର ପ୍ରତିନିଧିତ୍ୱ କରୁଥିବା ଦାବି କରୁଥିବାରୁ ଏହି ବିଷୟ ଏବେ ନିର୍ବାଚନ କମିଶନଙ୍କ ପାଖରେ ପହଞ୍ଚତ୍ବ।
ପଶୁପତିଙ୍କ ଗୋଷ୍ଠୀର ୫ ଏମ୍ପି ସୋମବାର ଅଲଗା ହୋଇଥିଲେ। ସେମାନେ ପଶୁପତିଙ୍କୁ ଲୋକ ସଭାରେ ଦଳର ନେତା ବାଛିବା ସହ ବାଚସ୍ପତିଙ୍କୁ ଏହି ବିଷୟ ଅବଗତ କରାଇଥିଲେ। ଲୋକ ସଭା ସେକ୍ରେଟାରିଏଟ୍ ପଶୁପତିଙ୍କୁ ଗୃହରେ ଏଲ୍ଜେପି ନେତା ରୂପେ ସ୍ବୀକୃତି ଦେଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.