ପାଟନା,୧୫।୬: ବିହାର ରାଜନୈତିକ ଏବେ ସରଗରମ ରହିଛି। ଲୋକ ଜନଶକ୍ତି ପାଟି(ଏଲ୍ଜେପି)ରେ ଫାଟ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଏମ୍ପି ଚିରାଗ ପାଶଓ୍ବାନ ଏବେ ଏକୁଟିଆ ହୋଇଯାଇଛନ୍ତି। ଏଭଳି ସ୍ଥିତିରେ ଏବେ ବିରୋଧୀ ଦଳ ଚିରାଗଙ୍କୁ ଅଫର ଦେବାକୁ ଆରମ୍ଭ କରିଥିବା ଜଣାପଡ଼ିଛି। କଂଗ୍ରେସ ହେଉ ବା ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସମସ୍ତେ ଚିରାଗଙ୍କୁ ସେମାନଙ୍କ ସହ ହାତ ମିଳାଇବାକୁ ଇଛା ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳିଛି, ଆରଜେଡି ଓ କଂଗ୍ରେସ ପକ୍ଷରୁ ଚିରାଗଙ୍କୁ ଅଫର ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେଳ ସେ ଏନ୍ଡିଏଠାରୁ ଅଲଗା ହୋଇ ବିରୋଧୀଙ୍କୁ ମଜଭୁତ କରିବା ଲାଗି ଏକାଠି ହୁଅନ୍ତୁ ବୋଲି କୁହାଯାଇଛି। ସେହିପରି ଆରଜେଡିର ବିଧାୟକ ଭାଇ ବିରେନ୍ଦ୍ର କହିଛନ୍ତି, ବିହାରର ବର୍ତ୍ତମାନ ରାଜନୈତିକ ପରିସ୍ଥିତିରେ ଚିରାଗ ଓ ତେଜସ୍ବୀ ଏକାଠି ହେବା ପାଇଁ ପାଗ ଅନୁକୂଳ ରହିଛି। ତେଣୁ ଚିରାଗ ତେଜସ୍ବୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପାଇଁ ସାହାଯ୍ୟ କରନ୍ତୁ ଏବଂ ନିଜେ ଦିଲ୍ଲୀରେ ଦଳର ରାଜନୀତି ସମ୍ଭାଳନ୍ତୁ ବୋଲି ଭାଇ ବିରେନ୍ଦ୍ର କହିଛନ୍ତି। ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ପ୍ରେମଚନ୍ଦ୍ର ମିଶ୍ରା କହିଛନ୍ତି, ଚିରାଗ କଂଗ୍ରେସରେ ସାମିଲ ହୋଇ ବିରୋଧୀଙ୍କୁ ମଜଭୁୁତ କରନ୍ତୁ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.