ନୂଆଦିଲ୍ଲୀ,୬।୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସୀ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଖୋଲା ଆମନ୍ତ୍ରଣ କରିଛନ୍ତି। ଯାହା ପଚାରିବାର ଅଛି ଆସି ପଚାରିପାରିବ ବୋଲି ଚୋକ୍ସୀ କହିଛନ୍ତି। ଚିକିତ୍ସା ପାଇଁ ଭାରତ ଛାଡିଛି। ମୁଁ ଜଣେ ନିୟମ ପାଳନ କରୁଥିବା ନାଗରିକ ବୋଲି ଚୋକ୍ସୀ ମତ ରଖିଛନ୍ତି। ୬୨ ବର୍ଷ ଏହି ଜୁଏଲର୍ସ ପିଏନ୍ବିର ୧୪ ହଜାର କୋଟି ଟଙ୍କାର ଋଣ ଠକେଇରେ ସମ୍ପୃକ୍ତି ଜଣାପଡ଼ିବା ପରେ ଭାରତରୁ ଆଣ୍ଟିଗୁଆ ପଳାୟନ କରିଥିଲେ। ସେଠାରୁ ତାଙ୍କୁ ଭାରତ ଫେରାଇ ଆଣିବା ଲାଗି ଭାରତ ସରକାର ପ୍ରକ୍ରିୟା ଜାରି କରିଥିବା ବେଳେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଡୋମିନିକାରେ ଠାବ କରାଯିବା ପରେ ସେଠାରେ ଏବେ ସେ ରହିଛନ୍ତି। ଡୋମିନିକା ହାଇକୋର୍ଟଙ୍କୁ ଚୋକ୍ସୀ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ସେ କହିଛନ୍ତି, ଭାରତୀୟ ଆଇନକୁ ମୁଁ କେବେ ଅବମାନନା କରିନାହିଁ। ଭାରତ ଛାଡ଼ିବା ବେଳେ ମୋ ବିରୋଧରେ କୌଣସି ଓ୍ବାରେଣ୍ଟ ଜାରି କରାଯାଇ ନ ଥିଲା। ଆମେରିକାରେ ଚିକିତ୍ସା ପାଇଁ ଭାରତ ଛାଡ଼ିଥିଲି। ସେହିଭଳି ଡୋମିନିକା କୋର୍ଟଙ୍କ ଶୁଣାଣିଠାରୁ ଦୂରକୁ ଯିବାର କୌଣସି ଯୋଜନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଡୋମିନିକା କୋର୍ଟରେ ଚୋକ୍ସୀଙ୍କ ବିରୋଧରେ ମାମଲା ଚାଲିଥିବା ବେଳେ ତାଙ୍କ ସ୍ତ୍ରୀ ପ୍ରୀତି ବ୍ରିଟେନ ରାଣୀ ଏଲିଜାବେଥଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବାକୁ ନିବେଦନ କରିବେ ବୋଲି ଶୁଣାଯାଉଛି। ଚୋକ୍ସୀଙ୍କୁ ଆଣ୍ଟିଗୁଆ ଯିବାରେ ସେ ରାଣୀଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ଏବେ ପ୍ରସ୍ତୁତି ଜାରି ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.