ଚେହେରା ଅନୁସାରେ ଏଭଳି ବାଛନ୍ତୁ ଇୟର୍‌ ରିଂ

ମହିଳାମାନଙ୍କୁ ଆକର୍ଷଣୀୟ ଲୁକ୍‌ ଦେବାରେ ଇୟର୍‌ ରିଂର ମଧ୍ୟ ବିଶେଷ ଭୂମିକା ରହିଥାଏ। ତେବେ ସବୁ ମହିଳାଙ୍କୁ ଯେ ସବୁ ପ୍ରକାରର ଇୟର୍‌ ରିଂ ମାନିବ ତାହା ବି ଭାବିବା ଠିକ୍‌ ନୁହେଁ। କାରଣ ପ୍ରତ୍ୟେକ ମହିଳାଙ୍କର ମୁହଁର ଗଢ଼ଣ ଭିନ୍ନ ଭିନ୍ନ ହୋଇଥାଏ। ତେବେ କେଉଁ ଗଢ଼ଣର ଚେହେରାକୁ କେଉଁ ଇୟର୍‌ ରିଂ ପିନ୍ଧିଲେ ଭଲ ମାନିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ରାଉଣ୍ଡ ବା ଗୋଲ ଚେହେରା: ଯେଉଁ ମହିଳାମାନଙ୍କର ମୁହଁ ଗୋଲ୍‌ ବା ରାଉଣ୍ଡ ଶେପ୍‌ର ହୋଇଥାଏ, ସେମାନଙ୍କୁ ଲମ୍ବା ଡିଜାଇନ୍‌ ବାଲା ଇୟର ରିଂ ବେଶ୍‌ ଭଲ ମାନିଥାଏ। ବିଶେଷକରି ହ୍ୟାଙ୍ଗିଂ ଇୟର୍‌ ରିଂ ତଥା ମୋତି, କ୍ରିଷ୍ଟାଲ୍‌ ଅବା ଜେମ୍ସ ଷ୍ଟୋନ୍‌ର କାମ ହୋଇଥିବା ଡାଙ୍ଗଲର୍‌ ଇୟର ରିଂ ବି ଗୋଲ ଚେହେରାକୁ ସୁନ୍ଦର ଦେଖାଯାଇଥାଏ। କିନ୍ତୁ ରାଉଣ୍ଡ ଶେପ୍‌ର ଇୟର ରିଂ ଏହି ଚେହେରା ପାଇଁ ଆଦୌ ପରଫେକ୍ଟ ନୁହେଁ, କାରଣ ଏହା ଚେହେରାକୁ ଆହୁରି ଗୋଲାକାର ଲୁକ୍‌ ଦେଇଥାଏ।

ସ୍କୋୟାର୍‌ ବା ବର୍ଗାକାର ଚେହେରା: ବର୍ଗାକାର ଆକୃତି ଚେହେରା ଯେଉଁମାନଙ୍କର ସେମାନଙ୍କର ଥୋମଣି ପାଖ ଅଂଶ ସାମାନ୍ୟ ଚଉଡ଼ା ଦେଖାଯାଇଥାଏ। ତେଣୁ ଏପରି ଚେହେରା ଥିବା ମହିଳାମାନଙ୍କୁ ଟିୟର୍‌ ଡ୍ରପ୍‌ ତଥା ମିଡିୟମ୍‌ ସାଇଜ୍‌ର ଜେମ୍ସ ଷ୍ଟୋନ ଦ୍ୱାରା ସଜ୍ଜିତ ରୁପା ଅଥବା ସୁନାର ଇୟର ରିଂ ବି ବେଶ୍‌ ଭଲ ମାନିଥାଏ। ଏପରିକି ସେମାନେ ଚାହିଁଲେ ଡାଙ୍ଗଲର୍‌ ଇୟର୍‌ ରିଂ ବି ଟ୍ରାଏ କରିପାରିବେ। ହେଲେ ଏହାକୁ କିଣିବା ପୂର୍ବରୁ ଇୟର୍‌ ରିଂର ଶେପ୍‌ ଉପରେ ବିଶେଷ ଧ୍ୟାନ ଦେବେ। ମୁଖ୍ୟତଃ ଫ୍ଲାଓ୍ବାର୍‌, ସରକ୍ୟୁଲାର୍‌ ଏବଂ ହାର୍ଟ ଶେପ୍‌ର ଇୟର୍‌ ରିଂ ବର୍ଗାକାର ଚେହେରାକୁ ସୁନ୍ଦର ଦେଖାଯାଇଥାଏ। ଅନ୍ୟପକ୍ଷେ ଗୋଲ ତଥା ଚୋକର ଆକୃତିର ବଡ଼ ଇୟର ରିଂ ବର୍ଗାକାର ଚେହେରାକୁ ଆହୁରି ଚଉଡ଼ା ଲୁକ୍‌ ଦେଇଥାଏ। ତେଣୁ ଏହାକୁ ଟ୍ରାଏ ନ କରିବା ଭଲ।

ଓଭାଲ୍‌ ବା ଅଣ୍ଡାକୃତି ଚେହେରା: ଏହି ଚେହେରା ଥିବା ମହିଳାମାନଙ୍କୁ ସବୁ ପ୍ରକାରର ଇୟର୍‌ ରିଂ ବେଶ୍‌ ଭଲ ମାନିଥାଏ। ଅନ୍ୟ ଫେସ୍‌କଟ୍‌ର ମହିଳାମାନଙ୍କୁ ଯେଉଁଠି ସେମାନଙ୍କ ଫେସ୍‌ ଆକାରର ଇୟର୍‌ ରିଂ ପିନ୍ଧିବାକୁ ମନା କରାଯାଇଥାଏ, ସେଠି ଅଣ୍ଡାକୃତି ଚେହେରା ଥିବା ମହିଳାଙ୍କୁ କିନ୍ତୁ ଓଭାଲ୍‌ ଶେପ୍‌ର ଇୟର୍‌ ରିଂ ପିନ୍ଧିବାକୁ କୁହାଯାଇଥାଏ। କାରଣ ଏହି ଶେପ୍‌ର ଇୟର୍‌ ରିଂ ମହିଳାଙ୍କୁ ଏଲିଗାଣ୍ଟ ଲୁକ୍‌ ଦେଇଥାଏ। ଟିୟର୍‌ ଡ୍ରପ୍‌ ଇୟର୍‌ ରିଂ ବି ଅଣ୍ଡାକୃତି ଚେହେରା ଥିବା ମହିଳାଙ୍କ ପାଇଁ ଅନ୍ୟ ଏକ ଭଲ ବିକଳ୍ପ ହୋଇଥାଏ।

ଡାଇମଣ୍ଡ ଓ ହାର୍ଟ ଶେପ୍‌ର ଚେହେରା: ଏହି ଧରଣର ଫେସ୍‌କଟ୍‌ ଥିବା ମହିଳାମାନଙ୍କର ଥୋମଣି ଅଂଶଟି ପତଳା ଓ ଗାଲ ଶାର୍ପ ଦେଖାଯାଇଥାଏ। ତେଣୁ ଏଭଳି ଚେହେରା ଥିବା ମହିଳାମାନେ ତଳ ଆଡକୁ ଚଉଡ଼ା ଡିଜାଇନ୍‌ ହୋଇଥିବା ଇୟର୍‌ ରିଂକୁ ଚୁଜ୍‌ କରିବା ଦରକାର। ଖାସ୍‌କରି ଡାଙ୍ଗଲର୍‌, ଟିୟର୍‌ ଡ୍ରପ୍‌ ଅଥବା ଝୁମ୍‌କା ଡିଜାଇନ୍‌ର ଇୟର୍‌ ରିଂ ଏଥିପାଇଁ ବେଷ୍ଟ ଅପ୍ସନ ହୋଇଥାଏ। କାରଣ ଏଗୁଡ଼ିକ ଫେସ୍‌କୁ ବାଲାନ୍ସ ଲୁକ୍‌ ଦେଇଥାଏ। ଅନ୍ୟପକ୍ଷେ ରାଉଣ୍ଡ ଡିଜାଇନ୍‌ ଅଥବା ଚୋକର୍‌ କିମ୍ବା ଷ୍ଟଡ୍‌ ଷ୍ଟାଇଲ୍‌ର ଇୟର୍‌ ରିଂ ହାର୍ଟ ଶେପ୍‌ର ଚେହେରାକୁ ସେତେ ଭଲ ମାନି ନଥାଏ।

ଟ୍ରାଏଙ୍ଗେଲ୍‌ ବା ତ୍ରିକୋଣ ଆକୃତିର ଚେହେରା: ଏଭଳି ଚେହେରା ଥିବା ମହିଳାମାନେ ଚେନ୍‌ ହ୍ୟାଙ୍ଗିଙ୍ଗ୍‌ ବାଲା ଅଥବା ତଳ ଆଡକୁ ଚଉଡ଼ା ଡିଜାଇନ୍‌ ହୋଇଥିବା ବାଲା ଇୟର୍‌ ରିଂ ପିନ୍ଧିଲେ ଲୁକ୍‌ ଆକର୍ଷଣୀୟ ଲାଗିଥାଏ। ଏପରିକି ଝୁମ୍‌କା ଷ୍ଟାଇଲ୍‌ ବା ଟିୟର୍‌ ଡ୍ରପ୍‌ ଷ୍ଟାଇଲ୍‌ର ଇୟର ରିଂ ବି ଏହି ଚେହେରାକୁ ବେଶ୍‌ ଭଲ ମାନିଥାଏ। ବିଶେଷକରି ଡାଇମଣ୍ଡ ଶେପ୍‌ର ଝୁମ୍‌କା ଟ୍ରାଏଙ୍ଗେଲ୍‌ ଫେସ୍‌କୁ କଣ୍ଟ୍ରାଷ୍ଟ ଲୁକ୍‌ ଦେଇଥାଏ। ଅନ୍ୟପକ୍ଷେ ଜ୍ୟୋମେଟ୍ରିକାଲ୍‌ ଶେପ୍‌ ଅଥବା ଷ୍ଟଡ୍‌ ଡିଜାଇନ୍‌ର ଇୟର୍‌ ରିଂ ଏହି ଚେହେରା ଥିବା ମହିଳାମାନଙ୍କୁ ସେତେ ଭଲ ମାନେନାହିଁ।

ଲମ୍ବା ତଥା ପତଳା ଚେହେରା: ଯେଉଁମାନଙ୍କର ଚେହେରା ଟିକେ ଲମ୍ବା ଆଉ ପତଳା ଦେଖାଯାଇଥାଏ, ସେମାନେ ଚାହିଁଲେ ମିଡିୟମ୍‌ ସାଇଜ୍‌ର ହ୍ୟାଙ୍ଗିଙ୍ଗ୍‌ ଇୟର୍‌ ରିଂ ଟ୍ରାଏ କରିପାରିବେ। ଏହା ଚେହେରାକୁ ଓ୍ବାଇଡ୍‌ ଲୁକ୍‌ ଦେଇଥାଏ। ସେହିପରି ଗ୍ଲାମର୍‌ ଲୁକ୍‌ ପାଇଁ ଏହି ଚେହେରା ଥିବା ମହିଳାମାନେ କ୍ୟୁବିକ୍‌ ଶେପ୍‌ର କ୍ରିଷ୍ଟାଲ୍‌ ଷ୍ଟଡ୍‌ ବି ଚୁଜ୍‌ କରିପାରିବେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.