ଲୋଇସିଂହା,୨୦।୬: ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟୁରାପାଲି ଗ୍ରାମରେ ପୈତୃକ ଜମି ବିବାଦକୁ କେନ୍ଦ୍ର କରି ରବିବାର ଦୁଇପକ୍ଷ ମଧ୍ୟରେ ମାରପିଟରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପ୍ରସନ୍ନ ବାଗ(୪୨)। ଏଥିରେ ଉଭୟ ପକ୍ଷର ଅନ୍ୟ ୭ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ଦଶରଥ ବାଗ ଓ କସରତ ବାଗଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଲୋଇସିଂହା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ପୋଲିସ ସୂଚନା ମୁତାବକ, ସକମା ପଞ୍ଚାୟତ ଅଧୀନ କୁଟୁରାପାଲି ଗ୍ରାମର ଅଇଁଠୁ ବାଗ, ନରସିଂହ ବାଗ, ଭରତ ବାଗ ଓ ଅଶ୍ୱିନୀ ବାଗ ରବିବାର ସକାଳେ ଟାଙ୍ଗର ଜମି(ଖେତ)କୁ ଧାନ ବୁଣି ଯାଇଥିଲେ। ତେବେ ବିବାଦୀୟ ଥିବା ଉକ୍ତ ଜମିରେ ଧାନ ନ ବୁଣିବାକୁ ପ୍ରସନ୍ନ ବାଗ, ଦଶରଥ ବାଗ, କସରତ ବାଗ ବାରଣ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା । ଠେଙ୍ଗାବାଡି, ଟାଙ୍ଗିଆରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ପ୍ରସନ୍ନଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ପରିବାରର ଦଶରଥ, କସରତ ଓ ସୁନୀଲ ଗୁରୁତର ହୋଇଥିଲେ । ଅପରପକ୍ଷର ଅଇଁଠୁ, ନରସିଂହ, ଭରତ ଓ ଅଶ୍ୱିନୀ ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ଡିଏସ୍ପି ଅମରତ କୁମାର ପଣ୍ଡା, ଆଇଆଇସି ରମାକାନ୍ତ ଜେନା ଓ ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା କରିଥିଲେ। ପୋଲିସ ସେଠାରୁ ଟାଙ୍ଗିଆ, ଠେଙ୍ଗା ଜବତ କରିଛି। ଆହତଙ୍କୁ ଚିକିତ୍ସା ପାଇଁ ଲୋଇସିଂହା ଡାକ୍ତରଖାନା ପଠାଯାଇଛି। ମୃତ ପ୍ରସନ୍ନଙ୍କ ପୁତୁରା ଆକାଶ ବାଗଙ୍କ ଲିଖିତ ଅଭିଯୋଗକ୍ରମେ ଥାନାରେ ଏକ ମାମଲା(ନଂ. ୧୭୫/୨୧)ରୁଜୁ ହୋଇଛି। ଅପରପକ୍ଷର ରାମପ୍ରସାଦଙ୍କ ଅଭିଯୋଗକ୍ରମେ ଥାନାରେ (ନଂ.୧୭୬/୨୧)ରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.