ଭୁବନେଶ୍ୱର: ଓଡ଼ିଶା କୋଲ୍ ଆଣ୍ଡ ପାଓ୍ବାର ଲିମିଟେଡ୍ (ଓସିପିଏଲ୍) ମନୋହରପୁର ଖଣିରୁ ଓଡ଼ିଶା ପାଓ୍ବାର ଜେନେରେଶନ କର୍ପୋରେଶନ (ଓପିଜିସି)କୁ କୋଇଲା ଯୋଗାଣ ଶୁଭାରମ୍ଭ ହୋଇଛି। ଓସିପିଏଲ୍ ଗତବର୍ଷଠାରୁ କୋଇଲା ଉତ୍ପାଦନ କରିଆସୁଛି। କିନ୍ତୁ ରେଳ ଯୋଗାଯୋଗର ସୁବିଧା ନ ଥିବାରୁ ଓପିଜିସିକୁ କୋଇଲା ଯୋଗାଇବା ସମ୍ଭବପର ହେଉ ନ ଥିଲା। ଶକ୍ତି ବିଭାଗର ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଓସିପିଏଲ୍ର ସିଇଓ ସାରିପୁତ୍ତ ମିଶ୍ରଙ୍କ ଚେଷ୍ଟାରେ ନିକଟରେ ଥିବା ଏ.ସି.ବି. ସାଇଡିଂରୁ ଓପିଜିସିକୁ କୋଇଲା ଯୋଗାଣ ସମ୍ଭବପର ହୋଇପାରିଛି। ଉଲ୍ଲେଖଯୋଗ୍ୟ, ଓପିଜିସି ତାପଜ ବିଦ୍ୟୁତ୍ କେନ୍ଦ୍ର ୟୁନିଟ-୩ କୋଇଲା ଯୋଗାଣ ଅଭାବକୁ ବନ୍ଦ ରହିଛି। ମନୋହରପୁର କୋଇଲା ଖଣିରୁ ଉତ୍କୃଷ୍ଟ ମାନର କୋଇଲା ଯୋଗାଣ ଫଳରେ ଓପିଜିସିର ୟୁନିଟ୍-୩ କାର୍ଯ୍ୟକ୍ଷମ ହୋଇପାରିବ। ଓସିପିଏଲ୍ କର୍ମଚାରୀମାନଙ୍କ ଉଦ୍ୟମକୁ ସବୁ ମହଲରୁ ଉଦ୍ୟମ କରାଯାଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.