Categories: ଖେଳ

କୋପା ଆମେରିକାରେ କରୋନା ସଙ୍କଟ

ସାଓ ପାଉଲୋ,୧୭।୬(ଏପି): ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ କରୋନା ଆକ୍ରାନ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି। ୩୩ ଜଣ ଖେଳାଳି ଓ ଷ୍ଟାଫ୍‌ଙ୍କ ସମେତ ମୋଟ ୫୨ଜଣ ସଂକ୍ରମିତ ହେବା କଥା ବ୍ରାଜିଲ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ପୂର୍ବରୁ ୪୧ଟି କେସ ଦେଖାଦେଇଥିଲା। ଏବେ ଟୁର୍ନାମେଣ୍ଟରୁ ଆଉ ୧୯ ଜଣ ଓ୍ବାର୍କର ବା ଶ୍ରମିକ ସଂକ୍ରମିତ ହୋଇଛନ୍ତି ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।
କିଛି ଶ୍ରମିକ ବ୍ରାସିଲିଆରେ ରହୁଛନ୍ତି। ବ୍ରାଜିଲ ତା’ର ପ୍ରଥମ ମ୍ୟାଚ୍‌ରେ ଭେନିଜୁଏଲାକୁ ୩-୦ ଗୋଲରେ ହରାଇଥିଲା। ସେହିପରି ଆର୍ଜେଣ୍ଟିନା- ଚିଲି ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଭେନିଜୁଏଲା ଦଳ କରୋନା ଯୋଗୁ ପ୍ରଭାବିତ ହୋଇଥିଲା। କେତେଜଣ ଖେଳାଳି ଓ ଷ୍ଟାଫ୍‌ ଏଥିରେ ସଂକ୍ରମିତ ହୋଇଥିଲେ। ବଲିଭିଆ ଦଳର ମଧ୍ୟ ୩ଜଣ ଖେଳାଳି ଏଥିପାଇଁ ବାଦ୍‌ ପଡିଥିଲେ।
ଷ୍ଟ୍ରାଇକର ମାର୍ସେଲୋ ମାର୍ଟିନ୍ସ କରୋନା ପଜିଟିଭ ବୋଲି ବଲିଭିଆ ଗଣମାଧ୍ୟମ ଖବର ପ୍ରକାଶିତ କରିଥିଲା। ମାର୍ଟିନ୍ସ ଏଥିପାଇଁ ଦକ୍ଷିଣ ଆମେରିକା ଫୁଟ୍‌ବଲ ପ୍ରଶାସନିକ ସଂସ୍ଥା କନ୍‌ମେବୋଲଙ୍କୁ ଦାୟୀ କରିଥିଲେ। କେବଳ ସେତିକି ନୁହେଁ କଲମ୍ବିଆ, ପେରୁ ଓ ବଲିଭିଆର କେତେଜଣ ଷ୍ଟାଫ୍‌ କରୋନା ପଜିଟିଭ ବୋଲି ଜଣାପଡିଛି। କୋପା ଆମେରିକାରେ ୧୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ଆୟୋଜକ ବ୍ରାଜିଲରେ ବିଶ୍ୱର ସବୁଠାରୁ ଅଧିକ କରୋନା ମାମଲା ଦେଖିବାକୁ ମିଳିଛି। ଏଥିରେ ମୋଟ ୪, ୯୦,୦୦୦ ପ୍ରାଣ ହରାଇଛନ୍ତି। ପ୍ରଥମେ କୋପା ଆମେରିକା ଆର୍ଜେଣ୍ଟିନା ଓ କଲମ୍ବିଆରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ତେବେ ଶେଷ ମୁହୂର୍ତ୍ତରେ ଏହି ମେଗା ଇଭେଣ୍ଟକୁ ବ୍ରାଜିଲରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.