Categories: ଖେଳ

ରୋନାଲ୍ଡୋ ବୋତଲ ହଟାଇବାରୁ କୋକା କୋଲାର ବଡ଼ କ୍ଷତି

ବୁଡାପେଷ୍ଟ,୧୭।୬ (ପି.ଟି.) : ୟୁରୋକପ୍‌ରେ ପର୍ତ୍ତୁଗାଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ହଙ୍ଗେରୀ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ତାଙ୍କ ଆଗରେ ରଖାଯାଇଥିବା କୋକା କୋଲା ବୋତଲ ହଟାଇ ଦେଇଥିଲେ। ଏହା କୋକା କୋଲା କମ୍ପାନୀର ପ୍ରଭୁତ କ୍ଷତି ଘଟାଇଛି। ରୋନାଲ୍ଡୋଙ୍କ ଏହି ଆଚରଣ ଦ୍ୱାରା କମ୍ପାନୀ ୪ ବିଲିୟନ ଅମେରିକୀୟ ଡଲାର ଅର୍ଥାତ ୨୯.୩୪ ହଜାର କୋଟି ଟଙ୍କାର କ୍ଷତି ସହିଛି। ଏହି ଘଟଣା ପରେ ଶେୟାର ବଜାରେ କମ୍ପାନୀର ଶେୟାର ପ୍ରାଇସ୍‌ ୫୬.୧୦ ଡଲାରରୁ ୧.୬ ପ୍ରତିଶତ ଅବନତି ହୋଇ ୫୫.୨୨ ଡଲାରରେ ପହଞ୍ଚିଛି। ଏହାଦ୍ୱାରା କମ୍ପାନୀର ମାର୍କେଟ ଭେଲ୍ୟୁ ୨୪୨ରୁ କମି ୨୩୮ ଡଲାରରେ ପହଞ୍ଚିଛି। ଉଲ୍ଲେଖଥାଉ କି, କୋକା କୋଲା ୟୁରୋପର ୧୧ଟି ଦେଶରେ ଖେଳାଯାଉଥିବା ୟୁରୋକପ୍‌ର ଅଫିସିଆଲ ସ୍ପୋନ୍ସର ରହିଛି। ଏ ସଂମ୍ପର୍କିତ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। କୋକା କୋଲା ବୋତଲ ବଦଳରେ ସେ ଏକ ପାଣି ବୋତଲକୁ ଧରିଥିଲେ ଓ କୋଲ୍ଡ ଡ୍ରିଙ୍କ୍ସ ବଦଳରେ ପାଣିକୁ ବ୍ୟବହାର କରିବାକୁ ସେ କହୁଥିବା ସମ୍ମିଳନୀରେ ଲକ୍ଷ୍ୟ କରାଯାଇଥିଲା। ୩୬ ବର୍ଷୀୟ ରୋନାଲ୍ଡୋ ପୂର୍ବରୁ ମଧ୍ୟ ଏଭଳି କୋଲ୍ଡ ଡ୍ରିଙ୍କ୍ସ ପିଇବା ନେଇ ଅସହଜ ମନେ କରୁଥିବା ଏକାଧିକ ବାର କହିଛନ୍ତି। ମଙ୍ଗଳବାର ଫ୍ରାନ୍ସ ମିଡ୍‌ ଫିଲ୍ଡର ପଲ ପୋଗବା ମଧ୍ୟକ ଏଭଳି ଘଟଣା ଘଟାଇଛନ୍ତି। ସେ ଜଣେ ମୁସ୍‌ଲିମ୍‌ ହୋଇଥିବାରୁ ଖବରଦାତା ସମ୍ମିଳନୀରେ ହେନେକେନ ବିୟର ବୋତଲ ହଟାଇଥିଲେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.