ଭଦ୍ରକ ଅଫିସ,୧୮।୬: ଶୁକ୍ରବାର ଥିଲା ବାହାଘର। ଏନେଇ ଘରେ ଚାଲିଥିଲା ପ୍ରସ୍ତୁତି। ବେଶ୍ ଖୁସି ଥିଲେ ପରିବାର ଲୋକ। ହେଲେ ବିଧିର ବିଧାନ ଥିଲା ଭିନ୍ନ। ବାହାଘରର ପୂର୍ବରୁ ଉଠିଲା କୋକେଇ। କରୋନା ଛଡ଼ାଇ ନେଲା ଖୁସି। ଘରେ ଏବେ ଶୋକର ଛାୟା। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳି ଅଞ୍ଚଳର ନାଥସାହିରେ।
ପ୍ରକାଶ ଯେ, ପ୍ରାଣବନ୍ଧୁ ନାଥଙ୍କ ପୁଅ ଚନ୍ଦ୍ରମଣି (୨୮)ଙ୍କ ଗତ ୧୧ ତାରିଖରେ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ଏହାର ୩ ଦିନ ପୂର୍ବରୁ ଲଗ୍ନ ହୋଇଥିଲା। ହେଲେ ପରଦିନ ହଠାତ୍ ଜ୍ୱର ହେବାରୁ କରୋନା ଟେଷ୍ଟ କରାଯିବା ପରେ ପଜିଟିଭ୍ ଆସିିଥିଲା। ସେଥିପାଇଁ ବିବାହ ଘୁଞ୍ଚାଇ ୧୮ ତାରିଖ ଅର୍ଥାତ୍ ଶୁକ୍ରବାରକୁ ଧାର୍ଯ୍ୟ କରିଥିଲେ ଉଭୟ ପରିବାର। ହେଲେ ହଠାତ୍ ୧୪ ତାରିଖରେ ଚନ୍ଦ୍ରମଣି ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରିବାର ଲୋକ ଘରକୁ ଡାକ୍ତର ଡାକାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଚନ୍ଦ୍ରମଣିଙ୍କ ଅକ୍ସିଜେନ ଲେବୁଲ କମି ଯାଉଥିବା ଡାକ୍ତର କହିଥିଲେ। ତାଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ପ୍ରସ୍ତୁତ ହେଉଥିବା ବେଳେ ଚନ୍ଦ୍ରମଣିଙ୍କ ମୃତ୍ୟୁ ଘଟିଥିଲା। କରୋନା ଭୟରେ ଶେଷକୃତ୍ୟ ପାଇଁ ଗ୍ରାମବାସୀ କେହି ଆସି ନ ଥିଲେ। ଫଳରେ ସ୍ଥାନୀୟ ସରପଞ୍ଚ ନିମାଇଁ ଚରଣ ନାୟକ, ବ୍ଲକ ପ୍ରଶାସନ ଓ ମେଡ଼ିକାଲ କର୍ମଚାରୀଙ୍କ ସହଯୋଗରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏଭଳି ଏକ ଦୁଃଖଦ ଘଟଣା ଅଞ୍ଚଳବାସୀଙ୍କୁ ମ୍ରିୟମାଣ କରିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.