ଯାଜପୁର ଅଫିସ,୪ା୬:ପାରାଦୀପ ବନ୍ଦରରୁ ଯାଜପୁର ଜିଲା ଦେଇ ଯାଇଥିବା ୫୩ ନଂ.ଜାତୀୟ ରାଜପଥ କଳାବଜାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ପାରାଦୀପ ବନ୍ଦର ଠାରୁ ୫ କିମି ପରିଧି ମଧ୍ୟରେ ଥିବା ପାରାଦୀପ ଥାନା ଅନ୍ତର୍ଗତ ପିପିଏଲ ସାରରୋଡ, ବାଉରିଆ ପାଳନ୍ଦା, ବାଲିଝରା ଏବଂ କାଳୀମନ୍ଦିର ନିକଟରେ ଫର୍ନେସ ଅଏଲ (ଏଫ୍ଓ) ଅପମିଶ୍ରଣ କରାଯାଇ ଯାଜପୁର ଜିଲା କଳିଙ୍ଗନଗର ସମେତ କେନ୍ଦୁଝର, ରାଉରକେଲା, ଅନୁଗୋଳ, ଝାରସୁଗୁଡ଼ା ଆଦି ସ୍ଥାନକୁ ପରିବହନ କରାଯାଉଛି। ମାସିକ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଏହି କାରବାର ଚାଲିଛି। ଅଭିଯୋଗ ହେଲେ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ପୋଲିସ କେବଳ ଅପମିଶ୍ରଣ ଡିପୋ ସ୍ଥାନାନ୍ତର କରୁଛି। ଏହି କାରବାରରେ ରାଜ୍ୟ ବାହାରର ଲୋକମାନେ ନିୟୋଜିତ ଥିବାରୁ ପୋଲିସ ପାଇଁ ମାସିକ ବଟି ଆଦାୟ କରିବା ସହଜ ହୋଇଛି ବୋଲି ଅଭିଯୋଗ ହୋଇଛି।
ଭାରତୀୟ ତୈଳ ନିଗମ ଲିଃ (ଆଇଓସିଏଲ)ର ପାରାଦୀପ ତୈଳ ବିଶୋଧନାଗାରରୁ ବିଭିନ୍ନ ଶିଳ୍ପ କାରଖାନାକୁ ମୂଲ୍ୟବାନ ଫର୍ନେସ ଅଏଲ ଟ୍ୟାଙ୍କରରେ ପରିବହନ ହେଉଛି। ଯେତେ ପରିମାଣର ଫର୍ନେସ ଅଏଲ ଟ୍ୟାଙ୍କରରୁ କଢା ଯାଉଛି ସେହି ପରିମାଣର ପାଣି ଓ କିଛି ରାସାୟନିକ ଦ୍ରବ୍ୟ ମିଶାଇ ପୁଣି ଗନ୍ତବ୍ୟସ୍ଥଳକୁ ରପ୍ତାନୀ କରାଯାଉଛି। ପୂର୍ବରୁ ରାଜପଥ କଡରେ ପୁରୁଣା ଟ୍ୟାଙ୍କର ରଖାଯାଉଛି। ସେହି ଟ୍ୟାଙ୍କରରେ ପରିବହନ ଗାଡିରୁ ଫର୍ନେସ ଅଏଲ କଢାଯାଇ ଭର୍ତ୍ତି କରାଯାଉଛି। ଟ୍ୟାଙ୍କର ପୂର୍ଣ୍ଣ ହୋଇଗଲେ ତାହାକୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରାଯାଇ କମ ଦରରେ ବିକ୍ରି କରାଯାଉଛି। ଗୋଟିଏ ଟ୍ୟାଙ୍କରରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଫର୍ନେସ ଅଏଲ ରହୁଛି। ଏହି କାରବାରରେ କେତେଜଣ ଅସାଧୁ ବ୍ୟକ୍ତି ଓ ପୋଲିସ ଲାଭବାନ ହେଉଥିବା ବେଳେ ନିମ୍ନମାନର ଫର୍ନେସ ଅଏଲ ବ୍ୟବହାର କରି ଶିଳ୍ପ କମ୍ପାନୀମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ଜଣେ କାରଖାନା କର୍ମଚାରୀ ପ୍ରକାଶ କରିଛନ୍ତି। କୋଲକୋତାର ଏକ ଫର୍ନେସ ଅଏଲ ପରିବହନ ସଂସ୍ଥା ଦ୍ୱାରା ଏହି ର଼୍ୟାକେଟ ଦୀର୍ଘବର୍ଷ ହେଲା ସକ୍ରିୟ ରହିଛି ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷେ କଳିଙ୍ଗନଗରର ଏକ ଶିଳ୍ପସଂସ୍ଥାରେ ଫର୍ନେସ ଅଏଲର ଗୁଣବତ୍ତା ଓ ସ୍ବଚ୍ଛତା ମାପିବାକୁ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ଏହି ପରିବହନ ସଂସ୍ଥା ମାସିକ ଚାନ୍ଦା ଦେଇ ନିଜ କବଜାରେ ରଖିଛି। ଫଳରେ କମ୍ ଦରମା ପାଉଥିବା ସେହି ଶିଳ୍ପ ସଂସ୍ଥାର କର୍ମଚାରୀମାନେ ରାଜକୀୟ ଜୀବନଯାପନ କରୁଥିବା ଚର୍ଚ୍ଚା ହେଉଛି।
୨୦୨୦ ମେ ମାସରେ ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ଉକ୍ତ କାରଖାନା ପରିସରରେ ୨ ଏଫ୍ଓ ଟ୍ୟାଙ୍କରକୁ ଏଭଳି ଅଭିଯୋଗରେ ଅଟକ ରଖାଯାଇଥିଲା। ଏଥିରେ ସଂପୃକ୍ତ ଏଫ୍ଓ ପରିବହନ ସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ ମୂଲଚାଲ କରି ଛାଡି ଦିଆଯାଇଥିଲା। ଅଭିଯୋଗ ପାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟମ କରୁଥିବା ସମୟରେ ସେହି କାରଖାନାର ଜଣେ ପ୍ରଭାବଶାଳୀ ଅଧିକାରୀଙ୍କ ହସ୍ତକ୍ଷେପ ଫଳରେ ମାମଲା ଦବି ଯାଇଥିଲା। ୯ା୧ା୨୦୨୧ରେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ପୋଲିସ ଫର୍ନେସ ଅଏଲ ଅପମିଶ୍ରଣର ଡିପୋରେ ଚଢାଉ କରି ତୈଳ ଭର୍ତ୍ତି ଏକ ଟ୍ୟାଙ୍କରକୁ ଜବତ କରିଥିଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ବଦଳରେ ସ୍ଥାନ ଛାଡି ଚାଲିଯାଅ ବୋଲି ବାଲିଚନ୍ଦ୍ରପୁର ଥାନା ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ପରାମର୍ଶ ଦେଇଥିଲା। ଭଡଙ୍ଗା ଛକରେ ଚାଲିଥିବା ଏକ ଫର୍ନେସ ଅଏଲ ଅପମିଶ୍ରଣ ଡିପୋକୁ ପୂର୍ବରୁ ଚଢାଉ କରାଯାଇ ଅନୁରୂପ ପରାମର୍ଶ ଦିଆଯାଇଥିଲା। ସେମାନେ ଏବେ ଯାଜପୁର ଜିଲା ଛାଡି ପାରାଦୀପ ଥାନା ଇଲାକାରେ ଆଶ୍ରୟ ନେଇ ସେଠାରୁ ଅପମିଶ୍ରଣ ଫର୍ନେସ ଅଏଲ ପରିବହନ କରୁଥିବା ଜଣାପଡିଛି। ଅପମିଶ୍ରଣ ଫର୍ନେସ ଅଏଲ କାରବାର ସଂକ୍ରାନ୍ତରେ ସୂଚନା ମିଳିଲେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପାରାଦୀପ ପୋଲିସ ପକ୍ଷରୁ କୁହାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.