ମୁମ୍ବାଇ, ୩।୬: ୪୧ ବର୍ଷୀୟା ସ୍ତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ସହ ୩ ଝିଅଙ୍କ ସହ ଘରେ ବନ୍ଦୀ କରି ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ରର ସୋଲାପୁର ଜିଲାରୁ ଗୁରୁବାର ସାମ୍ନାକୁ ଆସିଛି ଏଭଳି ଘଟଣା।
ଅଭିଯୁକ୍ତ ସ୍ବାମୀ ନ ଥିବାବେଳେ ସ୍ତ୍ରୀ ବାଲ୍କୋନିରୁ ସାହାଯ୍ୟ ପାଇଁ ଚିଠି ଫୋପାଡ଼ିଥିଲେ, ଯାହାକୁ ପାଇଥିଲେ ସ୍ଥାନୀୟ ମହିଳା। ଏ ସମ୍ପର୍କରେ ଜାଣିବା ପରେ ପୋଲିସ ଘର ଉପରେ ଚଢ଼ାଉ କରି ମହିଳା ଓ ତାଙ୍କ ୩ ଝିଅଙ୍କୁ ଉଦ୍ଧାର କରିଛି। ୩୭୬ ଦଫା (ବଳାତ୍କାର) ଓ ବଳପୂର୍ବକ ଅଟକ ରଖିବା ଭଳି ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ପୁଅ ନ ହେବାରୁ ଦେଢ଼ ବର୍ଷ ହେଲା ପୀଡ଼ିତାଙ୍କୁ ବଳପୂର୍ବକ ଘରେ ବନ୍ଦୀ ପ୍ରାୟ ରଖିଥିଲେ। ସ୍ବାମୀ ଯୌନ ନିର୍ଯାତନା ଦେବା ସହ ବହୁବାର ଗର୍ଭପାତ କରାଇଥିବା ମହିଳା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.