ନୂଆଦିଲ୍ଲୀ, ୧୫ା୬: ପୂର୍ବ ଲଦାଖ ସ୍ଥିତ ଗଲଓ୍ବାନ ଘାଟିରେ ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷକୁ ବର୍ଷେ ପୂରିଛି। ଏବେ ବି ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍ଏସି) ନିକଟରୁ ହଟିନି ବେଜିଂ। ୧୧ ପର୍ଯ୍ୟାୟ ଧରି ଡିଜିଏମ୍ଓ ସ୍ତରୀୟ ଆଲୋଚନା ପରେ ସମୀକରଣ ତ ବଦଳିଛି, ତଥାପି ବିବାଦ ସମାଧାନ ପରିବର୍ତ୍ତେ ଦୁଇ ଦେଶ ମଧ୍ୟରେ ପ୍ରତିଯୋଗିତା ଏବଂ ଦ୍ୱନ୍ଦ୍ୱ ବୃଦ୍ଧି ପାଇଛି। ଚାଇନା ସହ ସବୁ ସ୍ଥିତିରେ ମୁକାବିଲା ପାଇଁ ଭାରତୀୟ ଯବାନ ଆହୁରି ଦୃଢ଼ ହୋଇଛନ୍ତି। ଅଧିକ ସମୟ ଧରି ସେଠାରେ ସେନା ନିୟୋଜିତ କରି ରଖିବାକୁ ଭାରତ ଏହାର ଭିତ୍ତିଭୂମିକୁ ଅଧିକ ମଜଭୁତ କରିଛି।
ବିସ୍ତାରବାଦୀ ଚିନ୍ତାଧାରା ରଖିଥିବା ପଡ଼ୋଶୀ ଚାଇନାର ସେନା ସହ ସବୁ ସ୍ଥିତିରେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ଭାରତୀୟ ଯବାନ। ଗଲଓ୍ବାନ ଘାଟି ସଂଘର୍ଷ ପରେ ଲଦାଖର ବିଯୁକ୍ତ ୪୦ ଡିଗ୍ରୀ ସେଲ୍ସିୟସ ତାପମାତ୍ରାରେ ସେନାକୁ ଅଧିକ ସମୟ ଧରି ମୁତୟନ କରି ରଖିବା ପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତରେ ଲାଗି ପଡ଼ିଛି ଭାରତ। ବର୍ଷେ ଭିତରେ ଭାରତ ଲଦାଖ ନିକଟରେ ପ୍ରାୟ ୬୦ ହଜାର ସେନା ମୁତୟନ କରିବା ସହ ସୁବିଧାଜନକ ସ୍ଥିତି ପାଇଁ ସଡ଼କ ସମେତ ଉତ୍ତମ ଯୋଗାଯୋଗର ବିଭିନ୍ନ ମାଧ୍ୟମକୁ ଉନ୍ନତ କରିଛି। ଚାଇନିଜ୍ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍ଏ)ର ଗତିବିଧି ଉପରେ ତୀଷ୍ନ ନଜର ରଖାଯିବା ସହ ସମସ୍ତ ଯବାନଙ୍କୁ ସମ୍ପୂର୍ଣ୍ଣ ଜାଗତିଆରରେ ରଖାଯାଇଥିବା ଭାରତୀୟ ସେନା ମୁଖ୍ୟ ଜେନେରାଲ ଏମ୍. ଏମ୍. ନରଓା୍ବଣେ ଗତ ମାସରେ ସୂଚନା ଦେଇଥିଲେ। ସେହିପରି ପ୍ରତିକୂଳ ପରିବେଶରେ ସେନା ତିଷ୍ଠିବା କଷ୍ଟକର ହୋଇଥିବାରୁ ଚାଇନା ଏହାର ୬୦ ପ୍ରତିଶତ ସୈନିକଙ୍କୁ ଅଦଳବଦଳ କରିସାରିଲାଣି। ଏହା ବାଦ ଭୀଷଣ ଥଣ୍ଡାରେ ଜଗି ରହିବାକୁ ଚାଇନା ନିଜ ସେନାକୁ ସ୍ବତନ୍ତ୍ର ଟ୍ରେନିଂ ମଧ୍ୟ ଦେବାରେ ଲାଗିଛି।
ପରେ ପାଟ୍ରୋଲ ପଏଣ୍ଟ ୧୪କୁ ‘ନୋ ପାଟ୍ରୋଲ ଜୋନ୍’ କରାଯାଇଥିଲା। ଉଭୟ ଦେଶ ସେଠାରୁ ଦେଢ଼ କି.ମି. ଦୂରକୁ ନିଜ ସେନା ଅପସାରଣ କରି ନେଇଥିଲେ ଏବଂ ସେହି ଅଞ୍ଚଳ ବଫର ଜୋନ୍ରେ ପରିଣତ ହୋଇଥିଲା। ବର୍ତ୍ତମାନ ପାଟ୍ରୋଲ ପଏଣ୍ଟ ପର୍ଯ୍ୟନ୍ତ ପାଟ୍ରୋଲିଂ ବନ୍ଦ ରହିଛି। ଚାଇନା କିନ୍ତୁ ଏହାର ସର୍ଭେଲାନ୍ସ କ୍ଷମତା ବଢ଼ାଇବାରେ ଲାଗିଛି। ଏଥିପାଇଁ ବେଜିଂ ପ୍ଲାଟ୍ୟୁ ଅପରେଶନ କ୍ଷମତା ଥିବା ଏକ ମାନବରହିତ ଏରିଆଲ ଯାନ(ୟୁଏଭି) ବିକଶିତ କରିଛି। ଏହାକୁ କୈଳାସ ପର୍ବତ ରେଞ୍ଜ୍ରେ ଏଲ୍ଏସି ନିକଟରେ ନିୟୋଜିତ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ଏଥିସହିତ ଏଲଏସିର ୩ଟି ସେକ୍ଟର ପଶ୍ଚିମ (ଲଦାଖ), ମଧ୍ୟ (ଉତ୍ତରାଖଣ୍ଡ, ହିମାଚଳ) ଏବଂ ପୂର୍ବ (ସିକିମ, ଅରୁଣାଚଳ ପ୍ରଦେଶ)ରେ ମଧ୍ୟ ସଶସ୍ତ୍ର ସେନା ମୁତୟନ କରିଛି।
ନିକଟରେ ସେନା ଗତିବିଧି ଜାରି ରହିଥିବାରୁ ଉଭୟ ଦେଶର ରାଜନୈତିକ ନିଷ୍ପତ୍ତି ଉପରେ କାହାର ଭରଷା ପାଉ ନାହିଁ। ଯାହାର ପ୍ରଭାବ ଭବିଷ୍ୟତରେ ଦେଖିବାକୁ ମିଳିବ ବୋଲି ବିଶେଷଜ୍ଞ ମଦ ଦେଉଛନ୍ତି। ଚାଇନା ପ୍ରତି ଭାରତୀୟଙ୍କ ମନୋଭାବ ଅଧିକ ବିଗିଡ଼ିଛି। ଏକ ସର୍ଭେ ଅନୁସାରେ ଗତ ୧୨ ମାସରେ ୪୩ ପ୍ରତିଶତ ଭାରତୀୟ ଚାଇନା ସାମଗ୍ରୀ କିଣିବାଠାରୁ ଦୂରେଇ ରହିଛନ୍ତି। ୬୦ ପ୍ରତିଶତରୁ କମ୍ ଲୋକେ ଅତିବେଶୀରେ ୨ଟି ଚାଇନା ସାମଗ୍ରୀ କିଣିଥିବା କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲ ସର୍କଲ୍ସ ପକ୍ଷରୁ ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛି। ଏଥିସହ ବର୍ଷେ ମଧ୍ୟରେ ଭାରତ ସରକାର ଟିକ୍ଟକ୍, ଅଲ୍ଲି ଏକ୍ସପ୍ରେସ ଭଳି ଶତାଧିକ ଚାଇନିଜ୍ ଆପ୍କୁ ଦେଶରେ ନିଷିଧ କରିଛନ୍ତି।
ଜୁନ୍ ୧୫ରେ କ’ଣ ହୋଇଥିଲା
ଏଲ୍ଏସି ଅତିକ୍ରମ କରି ଚାଇନା ଭାରତ ପଟକୁ ମାଡି ଆସିବାରୁ ଗତବର୍ଷ ଜୁନ୍ ୧୫ରେ ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ହାତାହାତି ହୋଇଥିଲେ ଭାରତୀୟ ଯବାନ ଓ ଚାଇନା ସେନା। ବିଗତ ୪୫ ବର୍ଷ ମଧ୍ୟରେ ଏହା ସୀମାରେ ପ୍ରଥମ ରକ୍ତାକ୍ତ ସଂଘର୍ଷ ଥିଲା। ଏଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ଚାଇନା ନିଜର ୫ ସୈନ୍ୟଙ୍କୁ ହରାଇଥିବା ମାନିଥିଲା। ହେଲେ ଏଥିରେ ୪୦ରୁ ଊର୍ଦ୍ଧ୍ୱ ଚାଇନା ସୈନ୍ୟଙ୍କ ଜୀବନ ଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ପରେ ସୀମା ନିକଟରେ ଉଭୟ ଦେଶ ବ୍ୟାପକ ସେନା ମୁତୟନ କରିଥିଲେ। ଦୁଇ ଦେଶ ମଧ୍ୟରେ ୧୧ ରାଉଣ୍ଡ ସାମରିକ ଆଲୋଚନା ପରେ ସମାଧାନର ସୂତ୍ର ବାହାରିଥିଲା। ଏଥିରେ ଉଭୟ ପକ୍ଷ ସୀମାଠାରୁ ଦୂରକୁ ନିଜ ସେନାକୁ ହଟାଇବାକୁ ରାଜି ହୋଇଥିଲେ। ଏହା ପରେ ବି ସୀମାଠାରୁ ବେଶୀ ଦୂରକୁ ହଟିନାହାନ୍ତି ଚାଇନା ସୈନ୍ୟ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.