ନୂଆଦିଲ୍ଲୀ,୨୧।୬: ରାଜସ୍ଥାନ ଓ ପଞ୍ଜାବରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଜୁନ ୨୪ରେ ଏକ ବଡ଼ ବୈଠକ ଡ଼କାଇଛନ୍ତି। ଏହି ବୈଠକରେ ଦଳର ସମସ୍ତ ମହାସଚିବ, ରାଜ୍ୟ ପ୍ରଭାରୀ ଓ ରାଜ୍ୟର ସଭାପତି ଆଦି ଭିଡ଼ିଓ କନ୍ଫରେନ୍ସିଂରେ ସାମିଲ ହେବେ। ଏହି ବୈଠକରେ ବର୍ତ୍ତମାନର ରାଜନୈତିକ ସ୍ଥିତି ଓ ମହଙ୍ଗା ଦର ଉପରେ ଚର୍ଚ୍ଚା ହେବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ବରୁ ଦଳକୁ ମଜଭୂତ କରିବା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି। ଅନ୍ୟପଟେ ଦେଶରେ ମହଙ୍ଗା ଦରକୁ ନେଇ କେନ୍ଦ୍ରକୁ ଘେରିବା ପାଇଁ କଂଗ୍ରେସ ଏହି ବୈଠକରେ ଏକ ବ୍ଲୁ ଫ୍ରିଣ୍ଟ ପସ୍ତୁତ କରିବ। ଦେଶରେ ବଢ଼ୁଥିବା ଡିଜେଲ ଓ ପେଟ୍ରୋଲର ଦାମ୍ ଓ ମହଙ୍ଗା ଦର ବିରୋଧରେ ଆନ୍ଦୋଳନ କରିବାକୁ କଂଗ୍ରେସ ନେତା ରଣନୀତି ପ୍ରସ୍ତୁତ କରିବେ ବୋଲି ଚର୍ଚ୍ଚା ହେଉଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.