ନୂଆଦିଲ୍ଲୀ,୧୦।୬: କଂଗ୍ରେସର ପୂର୍ବତନ ନେତା ଜିତିନ ପ୍ରସାଦ ଦଳ ଛାଡି ଭାଜପାରେ ଯୋଗଦେବା ପରେ ପୁଣି ଥରେ କଂଗ୍ରେସ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଜିତିନ ପ୍ରସାଦଙ୍କ ଏହି ନିଷ୍ପତ୍ତି ପରେ ଜି -୨୩ ଗୋଷ୍ଠୀ ସଦସ୍ୟଙ୍କ ବୟାନବାଜି ଆରମ୍ଭ ହୋଇଯାଇଛି। ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ବ୍ୟାପକ ସଂସ୍କାର ଆଣିବାକୁ ଆହ୍ବାନ ଦେଇଛନ୍ତି ଏହି ଗୋଷ୍ଠୀ।
ଜିତିନ ପ୍ରସାଦ ଦଳ ଛାଡିବା ପରେ କଂଗ୍ରେସର ମୁଖ୍ୟ ସଦସ୍ୟ କପିଲ ସିବଲଙ୍କୁ ପଚରାଯାଇଥିଲା ଯେ, ଆପଣ ଏପରି ପଦକ୍ଷେପ ନେବେ କି? ଏହାର ଜବାବରେ ସିବଲ କହିଥିଲେ, ମୋ ମୃତ୍ୟୁ ପରେ ଏଭଳି କିଛି ହେବ। ତେବେ ଏହି ସମୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସିବଲ ଦଳର ନେତାମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ଏବେ ଶୁଣିବାର ସମୟ ଆସିଛି। ଦଳର ନେତୃତ୍ୱ କଣ କରିଛନ୍ତି ଏବଂ କଣ କରିନାହାଁନ୍ତି ମୁଁ ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ। ବର୍ତ୍ତମାନ ଆମେ ଭାରତୀୟ ରାଜନୀତିରେ ଏପରି ଏକ ସ୍ତରରେ ପହଞ୍ଚିଛୁ ଯେଉଁଠାରେ ଆଦର୍ଶ ଉପରେ ଏଭଳି ନିଷ୍ପତ୍ତି ନିଆଯାଉ ନାହିଁ। ଏବେ ଲୋକମାନେ ମତଦାନ ଉପରେ ନୁହେଁ ବରଂ ବ୍ୟକ୍ତିଗତ ଲାଭ ପାଇଁ ନିର୍ବାଚନରେ ପ୍ରବେଶ କରୁଛନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀଙ୍କ ନିକଟତର ଥିବା ଜିତିନ ପ୍ରସାଦ ବୁଧବାର କଂଗ୍ରେସ ଦଳ ଛାଡି ଭାଜପାରେ ଯୋଗ ଦେଇଥିଲେ। ଜିତିନ ଜି -୨୩ ଗୋଷ୍ଠୀର ଜଣେ ସଦସ୍ୟ ଥିଲେ ଯେ କି କଂଗ୍ରେସ ନେତୃତ୍ୱରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଦାବି କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.