ଅନୁଗୋଳ

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ ଗହମ ପହଞ୍ଚାଇବାକୁ ଜିଲା ଯୋଗାଣ ବିଭାଗ ପକ୍ଷରୁ ଠିକାଦାର (ଏଲ୍‌-୨ କଣ୍ଟ୍ରାକ୍ଟର) ନିଯୁକ୍ତି ନିମନ୍ତେ ହୋଇଥିବା ଟେଣ୍ଡରକୁ ନେଇ ଉଠିଛି ଆପତ୍ତି। ଏପରି କି ଏଥିରେ ଫିକ୍ସିଂ କରାଯାଇଥିବା କେତେଜଣ ଆଶାୟୀ ଅଭିଯୋଗ କରିଛନ୍ତି। ପ୍ରତିବର୍ଷ ନୂଆ ଠିକାଦାର ଚୟନ କରାଯିବାର ନିୟମ ଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହାକୁ ଅଣଦେଖା କରାଯାଇ ଚଳିତବର୍ଷ ପୁରୁଣା କଣ୍ଟ୍ରାକ୍ଟରଙ୍କୁ ପୁଣି ଦାୟିତ୍ୱ ଅର୍ପଣ କରାଯିବାକୁ ଚକ୍ରାନ୍ତ ହୋଇଥିବା ଅଭିଯୋଗ ହେଉଛି। ତେବେ ଜିଲା ଯୋଗାଣ ବିଭାଗ ପକ୍ଷରୁ ଏହାକୁ ଖଣ୍ଡନ କରାଯିବା ସହ କୌଣସି ଅନିୟମିତତା ହୋଇ ନ ଥିବା କୁହାଯାଇଛି।
ଅଭିଯୋଗ ମୁତାବକ, ଜିଲା ଯୋଗାଣ ବିଭାଗର ବିଭିନ୍ନ ଗୋଦାମରୁ ପ୍ରାୟ ୧ ଲକ୍ଷ କୁଇଣ୍ଟାଲ ଚାଉଳ ଓ ଗହମ ଏଲ-୨ କଣ୍ଟ୍ରାକ୍ଟରମାନେ ଡିଲରମାନଙ୍କ ପର୍ଯ୍ୟନ୍ତ ପରିବହନ କରିଥାନ୍ତି। ସେହିପରି ଗୋଦାମରୁ ଗାଡ଼ିରେ ଲୋଡ୍‌ ଓ ଅନ୍‌ଲୋଡ୍‌ କରିବାକୁ ଥିବା ଶ୍ରମିକ ଯୋଗାଇବାକୁ ଅନ୍ୟ କଣ୍ଟ୍ରାକ୍ଟର (ହ୍ୟାଣ୍ଡଲିଙ୍ଗ) ମଧ୍ୟ ନିଯୁକ୍ତ ହୋଇଥାନ୍ତି। ସରକାରଙ୍କ ନିୟମ ଅନୁଯାୟୀ ଏଭଳି ଟେଣ୍ଡର ନିମନ୍ତେ ଦୁଇଟି ଓଡ଼ିଆ ଓ ଗୋଟିଏ ଇଂଲିଶ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରାଯିବା କଥା। କିନ୍ତୁ ଚଳିତବର୍ଷ ଅନୁଗୋଳ ଯୋଗାଣ ବିଭାଗ ପକ୍ଷରୁ କୌଣସି ଖବରକାଗଜରେ ବିଜ୍ଞାପନ ଦିଆଯାଇ ନାହିଁ। ସାଧାରଣରେ ନୋଟିସ୍‌ ମଧ୍ୟ କରାଯାଇ ନାହିଁ। କେବଳ ଅନ୍‌ଲାଇନ୍‌ରେ ବିଜ୍ଞାପନ ଛଡ଼ାଯାଇଥିବାରୁ ଟେଣ୍ଡର ପକାଇବାକୁ ଆଶାୟୀ ଥିବା ବହୁ ବ୍ୟକ୍ତି ଏହି ପ୍ରକ୍ରିୟାରେ ଭାଗ ନେଇପାରି ନାହାନ୍ତି। ଏପରି କି କୋରିଜେଣ୍ଡମ ମଧ୍ୟ ଅନ୍‌ଲାଇନ୍‌ରେ ଦିଆଯାଇଛି। ୧୩ ମେ ୨୦୨୧ରେ ଅନ୍‌ଲାଇନ୍‌ରେ ବିଜ୍ଞାପନ ଦିଆଯାଇଥିବା ବେଳେ ୨୩ ଜୁନ ୨୦୨୧ରେ ଏହାକୁ ଖୋଲାଯାଇଛି। ପୁରୁଣା ଠିକାଦାରମାନଙ୍କୁ ପୁନର୍ବାର ନିଯୁକ୍ତି ନିମନ୍ତେ ବିଭାଗର କେତେଜଣ ଅସାଧୁ କର୍ମଚାରୀ ଏଭଳି କାର୍ଯ୍ୟ କରୁଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି। ସେହିପରି ପୂର୍ବରୁ କାର୍ଯ୍ୟ ନେଇଥିବା ଠିକାଦାର କିମ୍ବା ସେମାନଙ୍କ ପରିବାର ଲୋକ ବିଭାଗ ପକ୍ଷରୁ ଦିଆଯାଉଥିବା ଏଲ-୨, ହ୍ୟାଣ୍ଡଲିଙ୍ଗ, ମିଲର ଓ ଏମ୍‌ଡିଏମ୍‌ ଆଦି ଟେଣ୍ଡରରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ନିୟମ ରହିିଛି। କିନ୍ତୁ ଚଳିତବର୍ଷ ଯେଉଁ ୮ ଜଣ ଠିକାଦାରଙ୍କୁ ଦାୟିତ୍ୱ ଦେବାକୁ ଚକ୍ରାନ୍ତ ହେଉଛି, ସେମାନେ ପୂର୍ବରୁ କାର୍ଯ୍ୟ କରୁଛନ୍ତି। ଏପରି କି ଏଯାଏ ସେମାନେ ଇସ୍ତଫା ମଧ୍ୟ ଦେଇନାହାନ୍ତି। ତେଣୁ ୨୦୨୧-୨୨ ବର୍ଷ ପାଇଁ ଚାଉଳ ଓ ଗହମ ପରିବହନ କରିବାକୁ ଏହି ପୁରୁଣା କଣ୍ଟ୍ରାକ୍ଟରମାନେ କିପରି ଯୋଗ୍ୟ ବିବେଚିତ ହେଉଛନ୍ତି ତାହାକୁ ନେଇ ଅନ୍ୟ ଆଶାୟୀମାନେ ପ୍ରଶ୍ନ ଉଠାଇଛନ୍ତି।
କୌଣସି ଫିକ୍ସିଂ ହୋଇନାହିଁ
ଯୋଗାଣ ବିଭାଗ ପକ୍ଷରୁ କରାଯାଇଥିବା ଟେଣ୍ଡରରେ କୌଣସି ଫିକ୍ସିଂ ହୋଇନାହିଁ। ସରକାରଙ୍କ ସମସ୍ତ ନିୟମ ପାଳନ କରାଯାଇଛି। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଖବର କାଗଜରେ ବିଜ୍ଞାପନ ବାହାର କରିବାକୁ ଦିଆଯାଇଥିଲା। କିନ୍ତୁ କେଉଁଥିରେ ଏହା ପ୍ରକାଶିତ ହୋଇଛି ଜାଣିନାହିଁ। ନୂଆ ଲୋକଙ୍କୁ ମଧ୍ୟ ଟେଣ୍ଡର ପ୍ରଦାନ କରାଯାଇଛି।
-ଶ୍ରୀନିବାସ ମିଶ୍ର, ଜିଲା ସହକାରୀ ଯୋଗାଣ ଅଧିକାରୀ, ଅନୁଗୋଳ
ବିଭାଗରେ ପ୍ରିୟାପ୍ରୀତି ତୋଷଣ ଚାଲିଛି
ଯୋଗାଣ ବିଭାଗରେ ପ୍ରିୟାପ୍ରୀତି ତୋଷଣ ଚାଲିଛି। ସେଥିପାଇଁ କୌଣସି ଖବର କାଗଜରେ ବିଜ୍ଞାପନ ଦିଆଯାଇ ନାହିଁ। ବାରମ୍ବାର ଅନ୍‌ଲାଇନ୍‌ରେ କୋରିଜେଣ୍ଡମ ବାହାର କରି କେତେବେଳେ ଟେଣ୍ଡର ସାରିଦେଲେ ଜଣାପଡ଼ିଲା ନାହିଁ। ପୁରୁଣା ଲୋକଙ୍କୁ ଟେଣ୍ଡର ଦେବାକୁ ଏପରି ଚକ୍ରାନ୍ତ କରାଯାଇଛି।
-ତପନ ପ୍ରଧାନ, ଟେଣ୍ଡର ଆଶାୟୀ, ଅନୁଗୋଳ
ପୂର୍ବରୁ ଅନିୟମିତତା ଚାଲି ଆସିଛି
ବିଭିନ୍ନ ସମୟରେ ଯୋଗାଣ ବିଭାଗ ପକ୍ଷରୁ କରାଯାଇଥିବା ଟେଣ୍ଡରରେ ଅନିୟମିତତା ହୋଇଛି। ପୁରୁଣା ଠିକାଦାରଙ୍କ ଠାରୁ ଲାଭାନ୍ବିତ ହେଉଥିବା କେତେଜଣ କର୍ମଚାରୀ ଏପରି ଭାବେ ସରକାରୀ ନିୟମ ପାଳନ କରୁନାହାନ୍ତି। ଏ ନେଇ ଜିଲାପାଳ ହସ୍ତକ୍ଷେପ କରିବା ଆବଶ୍ୟକ।
-ରଶ୍ମିରଞ୍ଜନ ସାହୁ, ଯୁବନେତା, ଅନୁଗୋଳ
ଅନ୍‌ଲାଇନ୍‌ରୁ ଦେଖି ଆବେଦନ କରିଛୁ
ଯୋଗାଣ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ରେ ଦିଆଯାଇଥିବା ଏଲ-୨ ଟେଣ୍ଡର ଦେଖି ଆବେଦନ କରିଥିଲି। ବିଭିନ୍ନ ସମୟରେ ଯେଉଁ ବିଜ୍ଞାପନ ଅନ୍‌ଲାଇନ୍‌ରେ ପ୍ରକାଶ ପାଉଛି, ତାହା ଦେଖିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ବର୍ତ୍ତମାନ ଯୋଗାଣ ବିଭାଗର ଏଲ-୨ କଣ୍ଟ୍ରାକ୍ଟର ଭାବେ କାର୍ଯ୍ୟ କରୁଛି।
-ସୁଧୀର ରଞ୍ଜନ ସାହୁ, ଟେଣ୍ଡର ପାଇଥିବା କଣ୍ଟ୍ରାକ୍ଟର

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

ଶତ୍ରୁତାକୁ ନେଇ ପୋଲ ତଳକୁ ଠେଲିଦେଇଥିଲେ

ଦେବଗଡ଼,୨୮ା୫: ଦେବଗଡ଼ ଥାନା ଅଧୀନ ଶୁଳିଆ ପୋଲତଳୁ ମୁମୂର୍ଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ୨୩ ତାରିଖରେ ଉଦ୍ଧାର କରାଯାଇଥିଲା। ପରେ…

5 years ago

This website uses cookies.