ଜୟପୁର/ନୂଆଦିଲ୍ଲୀ, ୧୪।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ କଂଗ୍ରେସ ନେତା ସଚିନ ପାଇଲଟଙ୍କ ବିଦ୍ରୋହର ପ୍ରାୟ ବର୍ଷେ ପରେ ପୁଣିଥରେ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ତୀବ୍ର ହୋଇଛି। ସଚିନ ଇତିମଧ୍ୟରେ ଦିଲ୍ଲୀରେ ପହଞ୍ଚତ୍ଥିବାବେଳେ ରାଜନୈତିକ ସଙ୍କଟ ଦୂର କରିବା ଲାଗି କେନ୍ଦ୍ରୀୟ ନେତୃତ୍ୱ ତତ୍ପର ହୋଇଛନ୍ତି। ସଚିନଙ୍କ କ୍ୟାମ୍ପ୍ରୁ ୪/୫ ଜଣ ଅନୁଗତଙ୍କୁ ରାଜ୍ୟ କ୍ୟାବିନେଟରେ ନେବା ଲାଗି ଗେହଲଟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।
ଗତବର୍ଷ ଜୁଲାଇରେ ସଚିନ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ନେତୃତ୍ୱ ବିରୋଧରେ ଖୋଲା ବିଦ୍ରୋହ କରିଥିଲେ। ଦଳ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ଅଚଳାବସ୍ଥାର ସମାଧାନ ହୋଇଥିଲା। ରାଜ୍ୟ ସରକାରରେ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିବ ବୋଲି ସେତେବେଳେ ସଚିନଙ୍କ ଗୋଷ୍ଠୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା, ଯାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ସଙ୍କଟ ସମାଧାନ ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଣ୍ଟା ଭିଡ଼ିଥିବାବେଳେ ଖୁବ୍ଶୀଘ୍ର ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଇତିମଧ୍ୟରେ ଗେହଲଟ ଦଳୀୟ ବିଧାୟକ ଏବଂ ବିଏସ୍ପିରୁ ଆସି କଂଗ୍ରେସରେ ଯୋଗଦେଇଥିବା ସଦସ୍ୟମାନଙ୍କ ସହ ନିୟମିତ ବୈଠକ ଚଳାଇଛନ୍ତି। ଗେହଲଟଙ୍କ କ୍ୟାବିନେଟରେ ୯ ମନ୍ତ୍ରୀପଦ ଖାଲି ରହିଛି। ସଚିନଙ୍କ ଅନୁଗତଙ୍କ ବ୍ୟତୀତ ୧୮ ଜଣ ସ୍ବାଧୀନ ବିଧାୟକଙ୍କର ମଧ୍ୟ ଉକ୍ତ ପଦବୀ ଉପରେ ଆଖି ରହିଛି।
ସଚିନଙ୍କ ଗୋଷ୍ଠୀର ବିଧାୟକମାନଙ୍କ ଫୋନ୍ ଟ୍ୟାପିଂ କରାଯାଉଥିବା ନେଇ ଶନିବାର ବିଧାୟକ ବେଦପ୍ରକାଶ ସୋଲାଙ୍କି ଅଭିଯୋଗ କରିଥିଲେ। ତେବେ କାହା ନିର୍ଦ୍ଦେଶରେ କିଏ ଫୋନ୍ ଟ୍ୟାପ୍ କରୁଛି ତାହା ସେ ଜାଣନ୍ତି ନାହିଁ ବୋଲି କହିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.