Categories: ଖେଳ

କୋପା ଆମେରିକା: ଉରୁଗୁଏକୁ ହରାଇଲା ଆର୍ଜେଣ୍ଟିନା

ସାଇ ପାଓଲୋ, ୨୦।୬(ଏ.ପି.)- କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି। ଫଳରେ ଲିଓନେଲ ମେସିଙ୍କ ଦଳ ଗ୍ରୁପ୍‌ ‘ଏ’ରେ ଚିଲି ସମକକ୍ଷ ୪ ପଏଣ୍ଟ ପାଇଛି। ତେବେ ଚିଲି ପ୍ରଥମ ଏବଂ ଆର୍ଜେଣ୍ଟିନା ଦ୍ୱିତୀୟ ସ୍ଥାନରେ ରହିଛି। ମ୍ୟାଚର ୧୩ତମ ମିନିଟରେ ମେସିଙ୍କ କ୍ରସ୍‌ ପାସ୍‌କୁ ହେଡ୍‌ ଜରିଆରେ ଗୋଲରେ ପରିଣତ କରିଥିଲେ ମିଡ୍‌ଫିଲ୍ଡର ଗୁଇଡୋ ରୋଡ୍ରିଗ୍ବେଜ। ଶେଷରେ ଏହା ନିର୍ଣ୍ଣାୟକ ହୋଇଥିଲା। ଆର୍ଜେଣ୍ଟିନା ପୂର୍ବରୁ ଚିଲି ବିପକ୍ଷ ମ୍ୟାଚକୁ ୧-୧ ଗୋଲରେ ଡ୍ର ରଖିଥିଲା। ମେସିଙ୍କ ଦଳ ଏହାର ପରବର୍ତ୍ତୀ ଲିଗ୍‌ ମ୍ୟାଚରେ ପାରାଗୁଏକୁ ଭେଟିବ। ନକ୍‌ଆଉଟର ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ରାଜିଲ ବିପକ୍ଷ ମୁକାବିଲାକୁ ଏଡ଼ାଇବାକୁ ହେଲେ ଆଗାମୀ ମ୍ୟାଚରେ ଆର୍ଜେଣ୍ଟିନାକୁ ବିଜୟ ହାସଲ କରିବାକୁ ପଡ଼ିବ।

ବ୍ରେରେଟନଙ୍କ ଗୋଲରେ ଚିଲି ବିଜୟୀ
ଇଂଲିଶ୍‌ମ୍ୟାନ ବେନ୍‌ ବ୍ରେରେଟନଙ୍କ ଗୋଲ ବଳରେ ଚିଲି କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ବୋଲିଭିଆକୁ ପରାସ୍ତ କରିଛି। ଇଂଲଣ୍ଡର ଷ୍ଟୋକ୍‌ରେ ଜନ୍ମିତ ୨୨ ବର୍ଷୀୟ ବ୍ରେରେଟନ ମ୍ୟାଚର ୧୦ମ ମିନିଟରେ ଏହି ଗୋଲଟି ଦେଇଥିଲେ।ଏଡୁଆର୍ଡୋ ଭର୍ଗାସଙ୍କ ପାସ୍‌କୁ ସେ ଗୋଲରେ ପରିଣତ କରିଥିଲେ। ବ୍ରେରେଟନଙ୍କ ମା’ ଜଣେ ଚିଲି ଅଧିବାସୀ। ଶୁକ୍ରବାର କୋପା ଆମେରିକାର ପରିଚାଳନା ସଂସ୍ଥା କନ୍‌ମେବୋଲ ପକ୍ଷରୁ ବୋଲିଭିଆର ଟପ୍‌ ସ୍କୋରର ମାର୍ସେଲୋ ମାର୍ଟିନ୍ସଙ୍କୁ ସସ୍‌ପେଣ୍ଡ କରାଯାଇଥିଲା। କୋପା ଆମେରିକା ଆୟୋଜକଙ୍କୁ ସମାଲୋଚନା କରିବାରୁ ତାଙ୍କୁ ଦଣ୍ଡ ସ୍ବରୂପ ସସ୍‌ପେଣ୍ଡ କରାଯିବା ସହ ୨୦,୦୦୦ ଆମେରିକୀୟ ଡଲାର ଜରିମାନା କରାଯାଇଥିଲା। ଚିଲି ଏହାର ପରବର୍ତ୍ତୀ ମ୍ୟାଚରେ ଉରୁଗୁଏକୁ ଭେଟିବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.