Categories: ଖେଳ

କୋପା ଆମେରିକା ଫୁଟ୍‌ବଲ: ଆର୍ଜେଣ୍ଟିନା- ଚିଲି ମ୍ୟାଚ୍‌ ଡ୍ର

ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ ପ୍ରଦର୍ଶନ ସତ୍ତ୍ୱେ ଗ୍ରୁପ୍‌ ବି’ରେ ଆର୍ଜେଣ୍ଟିନା ଚିଲି ବିପକ୍ଷ ଏହି ମ୍ୟାଚ୍‌କୁ ଡ୍ର ରଖିଛି। ୩୩ତମ ମିନିଟ୍‌ରେ ମେସିଙ୍କ ଫ୍ରି କିକ୍‌ ଜରିଆରେ ଆର୍ଜେଣ୍ଟିନା ପ୍ରଥମ ଗୋଲ ସ୍କୋର କରିଥିଲା। ସ୍ଥାନୀୟ ନିଲଟୋନ ସାଣ୍ଟୋସ ଷ୍ଟାଡିୟମରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ କିମ୍ବଦନ୍ତୀ ଫୁଟ୍‌ବଲର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ମାରାଡୋନା ଗତ ନଭେମ୍ବରରେ ମାତ୍ର ୬୦ ବର୍ଷ ବୟସରେ ପ୍ରାଣ ହରାଇଥିଲେ।
ଚଳିତ ମାସ ୩୪ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ମେସିଙ୍କ ପାଇଁ କୋପା ଆମେରିକା ଟାଇଟଲ ହାସଲର ଶେଷ ସୁଯୋଗ ସୃଷ୍ଟି ହୋଇଛି। ବ୍ୟକ୍ତିଗତ ଭାବେ ଓ ନିଜ କ୍ଲବ ପାଇଁ ମେସି ଅସାଧାରଣ ଭାବେ ସଫଳତା ହାସଲ କରିଛନ୍ତି। ତେବେ ଆର୍ଜେଣ୍ଟିନା ପାଇଁ ସେ ସେତେଟା ସଫଳ ହୋଇପାରି ନାହାନ୍ତି। ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୧-୦ରେ ଅଗ୍ରଣୀ ହାସଲ କରିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଚିଲି ତରଫରୁ ୫୭ତମ ମିନିଟ୍‌ରେ ଏଡୁଆର୍ଡୋ ଭର୍ଗାସ୍‌ ଏକ ଫିଲ୍ଡ ଗୋଲ ପ୍ରଦାନ କରି ମ୍ୟାଚ୍‌ର ସ୍ଥିତିକୁ ୧-୧ ସମାନସ୍ତରକୁ ଆଣିଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ ସ୍କୋର ହୋଇପାରି ନ ଥିଲା। ଫଳରେ ମ୍ୟାଚ୍‌ ଅମୀମାଂସିତ ରହିଥିଲା।
କୋଚ୍‌ ଲିଓନେଲ ସ୍କାଲୋନିଙ୍କ ଆର୍ଜେଣ୍ଟିନା ୧୬ ଓ ୧୮ତମ ମିନିଟ୍‌ରେ ୩ଟି ସୁଯୋଗ ହରାଇଥିଲା। ଲାଉଟାରୋ ମାର୍ଟିନେଜଙ୍କଠାରୁ ଗୋଟିଏ ଓ ନିକୋଲାସ ଗୋଞ୍ଜାଲେଜଙ୍କଠାରୁ ଦୁଇଟି ଗୋଲ ସୁଯୋଗ ହାତଛଡ଼ା ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଚିଲି ଅଧିକ ଆକ୍ରମଣାତ୍ମକ ଗୋଲ କରିଥିଲା। ଏଭି ଭିଡିଓ ରିଭ୍ୟୁ ପରେ ଚିଲି ଏକ ପେନାଲ୍ଟି ସୁଯୋଗ ମଧ୍ୟ ପାଇଥିଲା। ମେସି କ୍ରମାଗତ ଭାବେ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଆର୍ଜେଣ୍ଟିନା ଗୋଲ ଦେଇପାରି ନ ଥିଲା। ଗତ ସପ୍ତାହରେ ବିଶ୍ୱକପ୍‌ କ୍ୱାଲିଫାୟରରେ ଠିକ୍‌ ସମାନ ଢଙ୍ଗରେ ଆର୍ଜେଣ୍ଟିନା ୨-୨ ଗୋଲରେ ମ୍ୟାଚ୍‌ ଅମୀମାଂସିତ ରଖିଥିଲା। ମ୍ୟାଚ୍‌ ପରେ ମେସି ଅବଶ୍ୟ ଅସନ୍ତୋଷ ଜାହିର କରିଛନ୍ତି। ଦଳ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ଷ୍ଟ୍ରାଇକର ଗୋଞ୍ଜାଲେଜ୍‌ ମଧ୍ୟ ତାଙ୍କ ତ୍ରୁଟି ସ୍ବୀକାର କରିଛନ୍ତି। ଅନ୍ୟପଟେ ମେସିଙ୍କ ପ୍ରଦର୍ଶନ ବେଶ୍‌ ଭଲ ଥିଲା ବୋଲି ଚିଲିର ଭିଡାଲ କହିଛନ୍ତି। ମ୍ୟାଚ୍‌ ଡ୍ର ହୋଇଥିବାରୁ ଚିଲି କିନ୍ତୁ ବେଶ୍‌ ଖୁସି ଜାହିର କରିଛି। ଦୁଇ ସପ୍ତାହ ତଳେ ଚିଲି ବିପକ୍ଷରେ ୧-୧ ଗୋଲରେ ମ୍ୟାଚ୍‌ ଡ୍ର ରଖିଥିଲା। ୨୦୧୫ କୋପା ଆମେରିକା ଫାଇନାଲରେ ପେନାଲ୍ଟି ଜରିଆରେ ଚିଲି ମେସିଙ୍କ ଆର୍ଜେଣ୍ଟିନାକୁ ହରାଇ ଟାଇଟଲ ଜିତିଥିଲା। ତେବେ ଦୁଇ ବର୍ଷ ତଳେ ଏହି ଟୁର୍ନାମେଣ୍ଟରେ ଆର୍ଜେଣ୍ଟିନା ୨-୧ ଗୋଲରେ ଚିଲିକୁ ହରାଇଥିଲା। ଗ୍ରୁପ୍‌ ବି’ରେ ଏବେ ପାରାଗୁଏ ଗୋଟିଏ ବିଜୟ ସହ ୩ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ଆର୍ଜେଣ୍ଟିନା ପରବର୍ତ୍ତୀ ମ୍ୟାଚ୍‌ରେ ଶୁକ୍ରବାର ଉରୁଗୁଏକୁ ଭେଟିବ। ଏହି ଦିନ ଚିଲି ଓ ବଲିଭିଆ ମୁହଁାମୁହିଁ ହେବେ। ସେହିପରି ଆଗାମୀ ସୋମବାର ଆର୍ଜେଣ୍ଟିନା ପାରାଗୁଏକୁ ଭେଟିବ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.