Categories: ଖେଳ

କୋପା ଆମେରିକା ଫୁଟ୍‌ବଲ: ନକ୍‌ଆଉଟରେ ଆର୍ଜେଣ୍ଟିନା

ସାଓ ପାଉଲୋ,୨୩।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ ନକ୍‌ଆଉଟରେ ପ୍ରବେଶ କରିଛି। ବ୍ରାସିଲିଆର ମାନେ ଗାରିଞ୍ଚା ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଗ୍ରୁପ୍‌ ଏ’ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଆର୍ଜେଣ୍ଟିନା ୧-୦ ଗୋଲରେ ପାରାଗୁଏକୁ ହରାଇ ଅଗ୍ରଗତି କରିଛି।
କଡ଼ା ସଂଘର୍ଷପୂର୍ଣ୍ଣ ଏହି ମୁକାବିଲାରେ ଆର୍ଜେଣ୍ଟିନା ଦଶମ ମିନିଟ୍‌ରୁ ଅଗ୍ରଣୀ ହାସଲ କରିଥିଲା। ଦଳ ତରଫରୁ ଆଲେଜାଣ୍ଡ୍ରୋ ଡାରିଓ ଗୋମେଜ ମ୍ୟାଚ୍‌ର ଏକମାତ୍ର ଗୋଲ ସ୍କୋର କରିଥିଲେ। ଏହି ବିଜୟ ସହ ଆର୍ଜେଣ୍ଟିନା ଗ୍ରୁପ୍‌ ଏ’ରେ ୩ଟି ମ୍ୟାଚ୍‌ ଖେଳି ୨ ବିଜୟ ଓ ଗୋଟିଏ ଡ୍ର ସହ ୭ ପଏଣ୍ଟ ହାସଲ କରି ତାଲିକା ଶୀର୍ଷରେ ରହିଛି। ମେସି ଏହି ମୁକାବିଲାରେ ଆର୍ଜେଣ୍ଟିନା ପାଇଁ ୧୪୭ତମ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ହାସଲ କରିଛନ୍ତି। ଏଥିସହ ସେ ଅବରସପ୍ରାପ୍ତ ଡିଫେଣ୍ଡର ଜାଭିଏର ମାସ୍କେରାନୋଙ୍କ ସମକକ୍ଷ ହୋଇଛନ୍ତି। ଏଥର ସଫଳ ହେଲେ ମେସି ଦେଶ ପାଇଁ କୌଣସି ପ୍ରଥମ ମେଜର ଟାଇଟଲ ଜିତିବାର ଗୌରବ ଅର୍ଜନ କରିବେ। ଆର୍ଜେଣ୍ଟିନା ଦଳରେ ଏକାଧିକ ଅଦଳବଦଳ କରାଯାଇଥିଲା। ଦଳ ବିଜୟରେ ଆର୍ଜେଣ୍ଟିନା କୋଚ୍‌ ଲିଓନେଲ ସ୍କାଲୋନି ଖୁସି ଜାହିର କରିଛନ୍ତି। ତେବେ ଖେଳାଳିମାନେ କ୍ରମାଗତ ୩ଟି କୋପା ଆମେରିକା ମ୍ୟାଚ୍‌ ଖେଳି କ୍ଳାନ୍ତ ଅନୁଭବ କରୁଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି। ଟୁର୍ନାମେଣ୍ଟରେ ଅବଶ୍ୟ ମେସି ଏ ପର୍ଯ୍ୟନ୍ତ ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇନାହାନ୍ତି। ଆର୍ଜେଣ୍ଟିନା ତା’ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ସୋମବାର ବଲିଭିଆକୁ ଭେଟିବ। ସେହିପରି ମଙ୍ଗଳବାର ପାରାଗୁଏ ଓ ଚିଲି ମୁହଁାମୁହିଁ ହେବେ। ଦୁଇ ଗ୍ରୁପ୍‌ର ଶ୍ରେଷ୍ଠ ୪ଟି ଦଳ ନକ୍‌ଆଉଟରେ ପ୍ରବେଶ କରିବେ।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.