ସାଓ ପାଉଲୋ,୧୧।୬(ଏପି): କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ବ୍ରାଜିଲ ଏକ ୨୪ ଜଣିଆ ଦଳ ଘୋଷଣା କରିଛି। ତାରକା ଷ୍ଟ୍ରାଇକର ନେମାର ଓ ଅଭିଜ୍ଞ ଡିଫେଣ୍ଡର ଥିଆଗୋ ସିଲଭାଙ୍କୁ ଏହି ଦଳରେ ସାମିଲ କରାଯାଇଛି।
ହେଡ୍ କୋଚ୍ ଟିଟେ ବୁଧବାର ଏହି ଦଳ ଘୋଷଣା କରିଛନ୍ତି। ଏହି ଟୁର୍ନାମେଣ୍ଟ ରବିବାର ଆରମ୍ଭ ହେବାକୁ ଯାଉଛି। କୋଭିଡ୍-୧୯ କାରଣରୁ କଲମ୍ବିଆ ଓ ଆର୍ଜେଣ୍ଟିନା ଏହି ଟୁର୍ନାମେଣ୍ଟ ଆୟୋଜନରୁ ଓହରିଯାଇଥିଲେ। ଏହାପରେ ବ୍ରାଜିଲକୁ ଏହି ଆୟୋଜନ ଅଧିକାର ମଳିଥିଲା। ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ନେମାର ଇଚ୍ଛା ପ୍ରକାଶ କରିଥିଲେ। ତେବେ ଦୁଇଟି ଯାକ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ଅସମ୍ଭବ ମନେ ହେଉଛି। ୨୦୧୬ ରିଓ ଅଲିମ୍ପିକ୍ସରେ ଘରୋଇ ପରିବେଶରେ ନେମାରଙ୍କ ନେତୃତ୍ୱରେ ବ୍ରାଜିଲ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଜୁଲାଇ ୧୦ରେ ଐତିହାସିକ ମାରାକାନା ଷ୍ଟାଡିୟମରେ କୋପା ଆମେରିକା ଫାଇନାଲ ମ୍ୟାଚ୍ ଖେଳାଯିବ। ଟୋକିଓ ଅଲିମ୍ପିକ୍ସର ଉଦ୍ଘାଟନୀ ମ୍ୟାଚ୍ ଜୁଲାଇ ୨୨ ତାରିଖରେ ୟୋକୋହାମାରେ ଖେଳାଯିବ ଏବଂ ଏଥିରେ ଜର୍ମାନୀ ଓ ବ୍ରାଜିଲ ମୁହଁାମୁହିଁ ହେବେ। ସେହିପରି ଫାଇନାଲ ଅଗଷ୍ଟ ୭ ତାରିଖରେ ଖେଳାଯିବ।
କୋପା ଆମେରିକାରେ ବ୍ରାଜିଲ ଭେନେଜୁଆଲ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ବିନା ଦର୍ଶକରେ ଏହି ମ୍ୟାଚ୍ ଖେଳାଯିବ। କୋଭିଡ୍-୧୯ ମହାମାରୀ ପ୍ରକୋପ ଜାରି ରହିବା ସତ୍ତ୍ୱେ ବ୍ରାଜିଲ ଏହି ଟୁର୍ନାମେଣ୍ଟ ଆୟୋଜନ କରୁଥିବାରୁ ଖେଳାଳିମାନେ ନିଜ ଦେଶରେ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଘୋଷିତ ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିମାନଙ୍କୁ ସାମିଲ କରାଯାଇଛି। ବାର୍ସେଲୋନର ଇମର୍ସନ ଆହତ ହୋଇଥିବା ଡାନି ଆଲଭେସଙ୍କ ବଦଳରେ ଦଳରେ ସ୍ଥାନ ପାଇଛନ୍ତି। ଇଞ୍ଜୁରି କାରଣରୁ ବେନିଫିକାର ଲୁକାସ ଭେରିସିମୋ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ଆଟଲେଟିକୋ ମାଡ୍ରିଡ୍ ଫେଲିଫ ସାମିଲ ହୋଇଛନ୍ତି। ଦଳରେ ଚେଲସି ଡିଫେଣ୍ଡର ଥିଆଗୋ ସିଲ୍ଭା, ଲିୟନ ମିଡ୍ଫିଲ୍ଡର ଲୁକାସ ପାକ୍ୱୋଟା ସ୍ଥାନ ପାଇଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.