ବ୍ରାସିଲିଆ,୧୩।୬: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟ୍ବଲ ଟୁର୍ନାମେଣ୍ଟ ବିବେଚିତ ହେଉଥିବା କୋପା ଆମେରିକା ରବିବାରଠାରୁ ଆରମ୍ଭ ହେବ। ଦକ୍ଷିଣ ତଥା ଲାଟିନ ଆମେରିକାର ସର୍ବଶ୍ରେଷ୍ଠ ଫୁଟ୍ବଲ ଟୁର୍ନାମେଣ୍ଟ ବିବେଚିତ ହେଉଥିବା କୋପା ଆମେରିକାର ଉଦ୍ଘାଟନୀ ମ୍ୟାଚ୍ରେ ଗତଥରର ଚାମ୍ପିୟନ ତଥା ଆୟୋଜକ ବ୍ରାଜିଲ ଓ ଭେନିଜୁଏଲା ପରସ୍ପରକୁ ଭେଟିବେ। ସ୍ଥାନୀୟ ଇଷ୍ଟାଡିଓ ନାସିଓନାଲ ମେନ୍ ଗାରିଞ୍ଚା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ୟୁରୋ କପ୍ ଆରମ୍ଭ ହେବାର ଗୋଟିଏ ଦିନ ପରେ ଏହି ମେଗା ଇଭେଣ୍ଟର ୪୭ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି।
ପ୍ରଥମେ ଆର୍ଜେଣ୍ଟିନା ଓ କଲମ୍ବିଆ ଏହାକୁ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। କୋଭିଡ୍-୧୯ କାରଣରୁ ଏହି ଦୁଇ ଦେଶ ଓହରିଯାଇଥିଲେ। ଫଳରେ ବ୍ରାଜିଲକୁ ଆୟୋଜନ ଅଧିକାର ମିଳିଥିଲା। ବ୍ରାଜିଲ ନିଜ ଦେଶରେ ଆୟୋଜନ ନେଇ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା। ତେବେ ଶେଷରେ ବ୍ରାଜିଲ ସୁପ୍ରିମକୋର୍ଟ ଏହି ମେଗା ଇଭେଣ୍ଟ ଆୟୋଜନ କରିବାକୁ ଅନୁମତି ଦେଇଥିଲେ। ଟୁର୍ନାମେଣ୍ଟ ପାଖାପାଖି ମାସେ ଚାଲିବା ପରେ ଜୁଲାଇ ୧୦ ତାରିଖରେ ଶେଷ ହେବ। ଫାଇନାଲ ମ୍ୟାଚ ରିଓ ଡି ଜାନେଇରୋର ଐତିହାସିକ ମାରାକାନା ଷ୍ଟାଡିୟମରେ ଖେଳାଯିବ। ଦକ୍ଷିଣ ଆମେରିକା ଫୁଟ୍ବଲ ପ୍ରଶାସନର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା କନ୍ମେବୋଲ ଆନୁକୂଲ୍ୟରେ ଆୟୋଜନ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ମୋଟ ଗୋଟିଏ କନ୍ଫେଡେରେଶନର ୧୦ଟି ଦେଶ ଅଂଶଗ୍ରହଣ କରିବେ। ୧୦ଟି ଦଳକୁ ଏ ଓ ବି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ବ୍ରାଜିଲ ୨୦୧୯ରେ ନବମ ଟାଇଟଲ ଜିତି ସଫଳତମ ଦଳ ବିବେଚିତ ହେଉଛି। ବ୍ରାଜିଲର ୪ଟି ସହରରେ ମ୍ୟାଚ୍ଗୁଡିକ ଆୟୋଜନ ହେବ। ଘରୋଇ ପରିବେଶରେ ବ୍ରାଜିଲ ଅବଶ୍ୟ ଫେଭରାଇଟ୍ ବିବେଚିତ ହେଉଛି। ଗ୍ରୁପ୍ ବି’ରେ ବ୍ରାଜିଲ ଶୀର୍ଷ ସ୍ଥାନରେ ରହିବ ବୋଲି ଆଶା କରାଯାଉଛି। ସେହିପରି ଗ୍ରୁପ୍ ଏ’ରେ ଆର୍ଜେଣ୍ଟିନା ଓ ଉରୁଗୁଏ ଶ୍ରେଷ୍ଠ ଦୁଇଟି ସ୍ଥାନରେ ରହି ନକ୍ ଆଉଟ୍ରେ ପ୍ରବେଶ କରିବେ।
ଗ୍ରୁପ୍୍ ଏ: ଆର୍ଜେଣ୍ଟିନା, ବଲିଭିଆ, ଉରୁଗୁଏ, ଚିଲି ଓ ପାରାଗୁଏ ।
ଗ୍ରୁପ୍ ବି: ବ୍ରାଜିଲ, କଲମ୍ବିଆ, ଭେନିଜୁଏଲା, ଇକ୍ୱେଡର ଓ ପେରୁ ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.