ରିଓ ଡି ଜାନେଇରୋ,୧୯।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ବ୍ରାଜିଲ ବିଜୟଧାରା ବଜାୟ ରଖିଛି। ବ୍ରାଜିଲ ତା’ର ଦ୍ୱିତୀୟ ମ୍ୟାଚ୍ରେ ୪-୦ ଗୋଲରେ ପେରୁକୁ ହରାଇଛି। ଏପର୍ଯ୍ୟନ୍ତ ମୋଟ ଉପରେ ବ୍ରାଜିଲ କ୍ରମାଗତ ନବମ ବିଜୟ ହାସଲ କରିଛି। ଏଥିସହ ବ୍ରାଜିଲ ଟାଇଟଲ ହାସଲ ସମ୍ଭାବନାକୁ ଆହୁରି ଦୃଢ଼ କରିଛି। ଏହା ପୂର୍ବରୁ ବ୍ରାଜିଲ ତା’ର ପ୍ରଥମ ମ୍ୟାଚ୍ରେ ଭେନିଜୁଏଲାକୁ ୩-୦ ଗୋଲରେ ପରାସ୍ତ କରିଥିଲା। ସ୍ଥାନୀୟ ନିଲଟୋନ ସାଣ୍ଟୋସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ବ୍ରାଜିଲ ତରଫରୁ ଆଲେକ୍ସ ସାଣ୍ଡ୍ରୋ ଦ୍ୱାଦଶ ମିନିଟ୍ରେ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ତାରକା ଷ୍ଟ୍ରାଇକର ନେମାର ୬୮ତମ ମିନିଟ୍ରେ ଦଳ ତରଫରୁ ଦ୍ୱିତୀୟ ଗୋଲ ଦେଇଥିଲେ। ୮୯ତମ ମିନିଟ୍ରେ ଇଭରଟନ ରିବେଇରୋ ଗୋଲ ଦେଇଥିଲେ। ଶେଷରେ ଇଞ୍ଜୁରି ଟାଇମର ତୃତୀୟ ମିନିଟ୍ରେ ଷ୍ଟ୍ରାଇକର ରିଚାର୍ଲିଶନ ଗୋଲ ଦେଇ ଦଳକୁ ବୃହତ୍ ବିଜୟ ପ୍ରଦାନ କରିଥିଲେ।
ଏହି ବିଜୟ ସହ ବ୍ରାଜିଲ ଗ୍ରୁପ୍ ଏ’ରେ ୨ଟି ମ୍ୟାଚ୍ ଖେଳି ୨ ବିଜୟ ସହ ୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ସେହିପରି କଲମ୍ବିଆ ଗୋଟିଏ ବିଜୟ, ଗୋଟିଏ ଡ୍ର ସହ ୪ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। କୋଚ୍ ଟିଟେଙ୍କ ତତ୍ତ୍ୱାବଧାନରେ ବ୍ରାଜିଲ ଆଶାନୁରୂପ ପ୍ରଦର୍ଶନ କରିଛି। ୨୦୨୨ କାତାର ବିଶ୍ୱକପ୍ ପାଇଁ ବ୍ରାଜିଲ ପ୍ରସ୍ତୁତି ଆରମ୍ଭ କରିଦେଇଛି। ପେରୁ ଚାପର ବଶବର୍ତ୍ତୀ ହୋଇଥିଲା ଓ ସ୍ବାଭାବିକ ଖେଳିପାରି ନ ଥିଲା। ବ୍ରାଜିଲ ପେରୁକୁ କୌଣସି ସୁଯୋଗ ମଧ୍ୟ ଦେଇ ନ ଥିଲା। ପରବର୍ତ୍ତୀ ମ୍ୟାଚ୍ରେ ବ୍ରାଜିଲ ବୁଧବାର କଲମ୍ବିଆ ବିପକ୍ଷରେ ଖେଳିବ। ୪ଟି ଗ୍ରୁପ୍ର ଶ୍ରେଷ୍ଠ ଦଳଗୁଡିକ ନକ୍ଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.