ସାଓ ପାଉଲୋ,୧୨।୬(ଏପି): କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆୟୋଜନ ନେଇ ପଥ ପରିଷ୍କାର ହୋଇଛି। କୋଭିଡ୍-୧୯ ମହାମାରୀ ସତ୍ତ୍ୱେ ବ୍ରାଜିଲ ସୁପ୍ରିମକୋର୍ଟ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି। ଦେଲରେ କରୋନା ମହାମାରୀର ଭୟାବହତା ଜାରି ରହିଥିବା ବେଳେ ଟୁର୍ନାମେଣ୍ଟ ଆୟୋଜନକୁ ସମାଲୋଚନା କରାଯାଇଥିଲା। ସର୍ବସମ୍ମତିକ୍ରମେ ୧୧ଜଣ ଜଜ୍ ଆୟୋଜନ ସପକ୍ଷରେ ନିଜର ମତ ରଖିଥିଲେ। ଫଳରେ ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୋ ଆୟୋଜକଙ୍କୁ ଆଶ୍ୱସ୍ତି ମିଳିଛି। ପ୍ରଥମେ ଏହି ଟୁର୍ନାମେଣ୍ଟକୁ କଲମ୍ବିଆ ଓ ଆର୍ଜେଣ୍ଟିନା ମିଳିତ ଭାବେ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍-୧୯ ପାଇଁ ଏହି ଦୁଇ ଦେଶ ଆୟୋଜନରୁ ଓହରିଯାଇଥିଲେ। ଫଳରେ ବ୍ରାଜିଲକୁ ଆୟୋଜନ ଅଧିକାର ମିଳିଥିଲା।
ବ୍ରାଜିଲରେ ଏହି ଟୁର୍ନାମେଣ୍ଟ ଆୟୋଜନକୁ ବିରୋଧ କରି ଦୁଇଟି ମକଦ୍ଦମାକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। ରବିବାର କୋପା ଆମେରିକା ଉଦ୍ଘାଟନୀ ମ୍ୟାଚ୍ରେ ବ୍ରାଜିଲ ଓ ଭେନେଜୁଏଲା ପରସ୍ପରକୁ ଭେଟିବେ ଓ ଏହି ମ୍ୟାଚ୍ ରାଜଧାନୀ ବ୍ରାସିଲିଆର ମାନେ ଗାରିଞ୍ଚା ଷ୍ଟାଡିୟମରେ ଆୟୋଜନ ହେବ। ଫାଇନାଲ ମୁକାବିଲା ରିଓ ଡି ଜାନେଇରୋର ଐତିହାସିକ ମାରାକାନା ଷ୍ଟାଡିୟମରେ ଖେଳାଯିବ। ବ୍ରାଜିଲିଆନ ସୋସିଆଲିଷ୍ଟ ପାର୍ଟି ଓ ମେଟାଲ ଓ୍ବାର୍କର୍ସ ୟୁନିୟନ ଆୟୋଜନ ବିରୋଧରେ ସୁପ୍ରିମକୋର୍ଟରେ ମକଦ୍ଦମା ଦାଏର କରିଥିଲେ। ଦେଶର ବିଭିନ୍ନ ରାଜ୍ୟରେ କୋଭିଡ-୧୯ ସ୍ଥିତି ଉଦ୍ବେଗଜନକ ରହିଛି। ପୁଣି ଟୁର୍ନାମେଣ୍ଟ ଆୟୋଜନ ହେଲେ ନୂଆ ଭାରିଆଣ୍ଟ ଦେଶକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପାର୍ଟି ତରଫରୁ କୁହାଯାଇଥିଲା। ପୁଣି ଯେପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା କରିବା ନିୟମ ଜାରି ରହିବ ସେ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ ନ ହେବା ଉଚିତ ବୋଲି ୟୁନିୟନ ତରଫରୁ କୁହାଯାଇଥିଲା। ସବୁପ୍ରକାର ଦୃଷ୍ଟିକୋଣକୁ ବିଚାର କରି ଟୁର୍ନାମେଣ୍ଟ ଆୟୋଜନକୁ ଅନୁମତି ଦିଆଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସମ୍ବିଧାନ ଓ ଏବେକାର ନିୟମକାନୁନ ଅନୁଯାୟୀ କୋର୍ଟ ଅନୁମତି ଦେଇଛନ୍ତି। ଲୋକଙ୍କ ଉପରେ ଜବରଦସ୍ତି ଟୁର୍ନାମେଣ୍ଟ ଆୟୋଜନକୁ ଲଦି ଦିଆଯାଇନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ରିଓ ଡି ଜାନେଇରୋ, ଗୋଇଆସ, ମାଟୋ ଗ୍ରୋସୋ ଓ ଦେଶର ବିଭିନ୍ନ ଫେଡେରାଲ ଜିଲାରେ କୋପା ଆମେରିକା ମ୍ୟାଚ୍ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.