Categories: ଖେଳ

କୋପା ଆମେରିକା: ଆୟୋଜନ ନେଇ ବ୍ରାଜିଲ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆଜି

ସାଓ ପାଓଲୋ,୧୦।୬(ଏପି): କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟ ଆୟୋଜନ ନେଇ ବିବାଦ ଦେଖାଦେଇଥିବା ବେଳେ ବ୍ରାଜିଲ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଗୁରୁବାର ଅନ୍ତିମ ନିଷ୍ପତ୍ତି ନେବେ। ବ୍ରାଜିଲରେ ଆଉ ମାତ୍ର ୨ ଦିନ ପରେ ଏହି ମେଗା ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି। ପ୍ରଥମେ ଏହାକୁ କଲମ୍ବିଆ ଓ ଆର୍ଜେଣ୍ଟିନା ମିଳିତ ଭାବେ ଏହାର ଆୟୋଜନ କରିଥାନ୍ତେ। କିନ୍ତୁ କୋଭିଡ୍‌-୧୯ କାରଣରୁ ଏହି ଦୁଇ ଦେଶରେ ଟୁର୍ନାମେଣ୍ଟ ଆୟୋଜନକୁ କଡ଼ା ବିରୋଧ କରାଯାଇଥିଲା। ଶେଷରେ କୋପା ଆମେରିକା ବ୍ରାଜିଲରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ମୁଖ୍ୟ ବିଚାରପତି ଲୁଇଜ୍‌ ଫୁକ୍ସ ଗୁରୁବାର ସ୍ବତନ୍ତ୍ର ସେସନ ଡାକିଛନ୍ତି। ଏଥିରେ ସେ ଓ ଅନ୍ୟ ୧୦ଜଣ ବିଚାରପତି ଇଲେକ୍‌ଟ୍ରୋନିକ ଡିଭାଇସ୍‌ ଦ୍ୱାରା ମତଦାନ କରିବେ। ଏହି ମାମଲାରେ ଅସାଧାରଣ ଭାବେ ଜରୁରିକାଳୀନ ସ୍ଥିତି ସୃଷ୍ଟି ହୋଇଛି ଓ କୋଭିଡ୍‌-୧୯ ସ୍ଥିତିରେ ଏହାର ପ୍ରାସଙ୍ଗିକତା ମଧ୍ୟ ରହିଛି ବୋଲି ଜଷ୍ଟିସ୍‌ କାରମେନ ଲୁସିଆ କହିଛନ୍ତି। ଯେତେଶୀଘ୍ର ସମ୍ଭବ ଏ ନେଇ ଅନ୍ତିମ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି।
ବ୍ରାଜିଲିଆନ ସୋସିଆଲିଷ୍ଟ ପାର୍ଟି ଓ ମେଟାଲ ଓ୍ବାର୍କରଙ୍କ ଏକ ଟ୍ରେଡ୍‌ ୟୁନିୟନ ଏହି ମାମଲାକୁ କୋର୍ଟରେ ପହଞ୍ଚାଇଥିଲେ। ଯେ ପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଉଛି ସେ ପର୍ଯ୍ୟନ୍ତ ବ୍ରାଜିଲ କୌଣସି ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରିବା ଉଚିତ ନୁହେଁ ବୋଲି ୟୁନିୟନ ତରଫରୁ କୁହାଯାଇଛି। ଅନ୍ତିମ ମୁହୂର୍ତ୍ତରେ ଦକ୍ଷିଣ ଆମେରିକା ଫୁଟ୍‌ବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା କନ୍‌ମେବୋଲର ଅନୁରୋଧ କ୍ରମେ ବ୍ରାଜିଲ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ରାଜି ହୋଇଥିଲା ବୋଲି ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସେନାରୋ କହିଛନ୍ତି। ସାମାଜିକ ଦୂରତା ବିରୋଧରେ ସେ ମନ୍ତବ୍ୟ ଦେଇଥିଲେ ଓ ଏହା ଦ୍ୱାରା ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହେଉଛି ବୋଲି ସେ କହିଥିଲେ। କୋଭିଡ୍‌-୧୯ରେ ୪ ଲକ୍ଷ ୭୪ ହଜାର ପ୍ରାଣ ହରାଇଛନ୍ତି। ମାନେ ଗାରିଞ୍ଚା ଷ୍ଟାଡିୟମରେ ରବିବାର ଉଦ୍‌ଘାଟନୀ ମୁକାବିଲାରେ ଭେନେଜୁଏଲା ଓ ବ୍ରାଜିଲ ପରସ୍ପରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

webteam

Recent Posts

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…

5 years ago

ଧାନ କିଣାବିକା ସମସ୍ୟା, ରାସ୍ତାକୁ ଓହ୍ଲାଇଲା କୋଶଲ ସେନା

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…

5 years ago

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…

5 years ago

ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି)…

5 years ago

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ…

5 years ago

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…

5 years ago

This website uses cookies.