E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

କରୋନା କୁଟିର
9:03 amJune 2, 2021

ସମରେନ୍ଦ୍ର ବଳିଆରସିଂହ

 

କରୋନା ଗୋଟେ କାଳର ନାଁ, ‘ସାକ୍ଷାତ ଯମ’। କାହାକୁ ନେଇଯାଇଛି ତ, କାହା ଦେହରେ ହାତ ଆଉଁସି ପଳେଇ ଯାଇଛି। କି ଧନୀ, କି ଗରିବ ସମସ୍ତେ ଏଇ କରୋନା କାଳକୁ ସାମ୍ନା କରିଛନ୍ତି। ଏ ମଣିଷ ବନ୍ୟାା, ବାତ୍ୟା, ମରୁଡ଼ି ଦେଖିଛି, ଭୂମିକମ୍ପ ଦେଖିଛି; ହେଲେ ଏଭଳି ‘ନୀରବ ଘାତକ’ କେବେ ଦେଖି ନ ଥିଲା। ଭାବିଲେ, ଏଠି ଶତ୍ରୁ କିଏ? ନିଜ ହାତକୁ ବିଶ୍ୱାସ ନାହିଁ, ନିଜ ନାକ, ପାଟିକୁ ବିଶ୍ୱାସ ନାହିଁ। ଯୋଉ ହାତକୁ ସେ ଏତେ ଭଲ ପାଏ, ସେଇ ହାତ ତା’ ଜୀବନ ନେଇଯାଇପାରେ! ଯୋଉ ମଣିଷମାନେ ତା’ର ପ୍ରିୟ, ସେଇ ମଣିଷମାନେ ତା’ ମୃତ୍ୟୁର କାରଣ ସାଜିପାରନ୍ତି କିମ୍ବା ଏହାର ବିପରୀତ ଘଟିପାରେ। କରୋନା ଦାଉରୁ ବଞ୍ଚିଯାଇଥିବା ଲୋକଟି ଜୀବନଯାକ ସନ୍ତୁଳି ହେଉଥିବ, ଆହା! ମୋ ଯୋଗୁ ମୋ ପ୍ରିୟଜନଙ୍କ ଜୀବନ ଚାଲିଗଲା। ଏଭଳି ଏକ ଦୁଷ୍ଟ କାଳଖଣ୍ଡକୁ ମଣିଷ କ’ଣ କେବେ ଭୁଲିପାରିବ? ଗତବର୍ଷ କରୋନା ଆସିଥିଲା, ପ୍ରାୟତଃ ଚାଲିଯାଇଥିଲା। କିନ୍ତୁ ପୁଣି ଲେଉଟିଲା। ଗତବର୍ଷ କରୋନା ଯେତିକି ଛାନିଆ କରିଥିଲା, ଏଥର ବହୁଗୁଣରେ ଛାନିଆ କରିଛି। ଏଭଳି ଝଡ଼କୁ ସାମ୍ନା କରିବାକୁ ଆମେ ଜମାରୁ ପ୍ରସ୍ତୁତ ନ ଥିଲୁ। ଆମେ ପ୍ରସ୍ତୁତ ଥିଲୁ କ୍ଷମତା ହାସଲ କରିବା ଲକ୍ଷ୍ୟରେ। ଯେମନ୍ତ ରାଜା, ସେମନ୍ତ ପ୍ରଜା। କେହି ମାନିଲେନି। ଧିକ୍‌…ଆମେ ହେଲୁ ବିଶୃଙ୍ଖଳିତ ଭାରତୀୟ!
ପାଠକ ବନ୍ଧୁ! କରୋନାକାଳୀନ ଏ ଆଲେଖ୍ୟର ଏମନ୍ତ ଉପକ୍ରମ ପରେ ଅସଲ ପ୍ରସଙ୍ଗକୁ ଆସିବା। ଲେଖାର ଶିରୋନାମା ‘କରୋନା କୁଟିର’। ‘କରୋନା ନିବାସ’, ‘କରୋନା ଆବାସ’, ‘କରୋନା ମହଲ’..ଏମିତି ବି ହୋଇପାରିବ। ତେବେ କେହି କ’ଣ ନିଜ ଘରର ନାଁ ଏଭଳି ରଖିପାରିବେ! ବୋଧହୁଏ ନା। କିନ୍ତୁ ବର୍ତ୍ତମାନ ସମୟର ଆବଶ୍ୟକତା, ସମସ୍ତେ ଏହିଭଳି ଗୋଟେ ଗୋଟେ କୁଟିର କରନ୍ତୁ, ନାଁ ପଛକେ ନ ରଖନ୍ତୁ। ହଁ, ଆଜ୍ଞା ଏହା ଜରୁରୀ ହୋଇପଡ଼ିଛି। ଯାହା ଘଟିଯାଇଛି, ଘଟିଯାଇଛି। ଏବେ ଯାହା କରାଯାଇପାରିବ, କରାଯାଉ। କାରଣ କରୋନା ମହାମାରୀ ଆମ ସହ ଦୀର୍ଘ ବର୍ଷ ରହିପାରେ ବୋଲି କିଛି ବିଶେଷଜ୍ଞ କହୁଛନ୍ତି। ଏହି ପରିପ୍ରେକ୍ଷୀରେ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ, କରୋନା କୁଟିର ପାଇଁ। ଆମ ଭାରତୀୟ ବ୍ୟବସ୍ଥାରେ ଅଧିକାଂଶ ଘରେ ଘରର ସବୁ ସଦସ୍ୟଙ୍କ ପାଇଁ ଅଲଗା ଅଲଗା ଘର ନ ଥାଏ। କାରଣ ଆର୍ଥିକ ସ୍ବଚ୍ଛଳତା ଉପରେ ଏହା ନିର୍ଭରଶୀଳ। ତେବେ ବର୍ତ୍ତମାନ ସମୟରେ ପରିବାରର ସବୁ ସଦସ୍ୟଙ୍କ ପାଇଁ ଅଲଗା ଅଲଗା କୋଠରିର ଆବଶ୍ୟକତା ରହିଛି, ଯାହା କରୋନାକାଳରେ ସହାୟକ ହୋଇପାରିବ। କାରଣ ଗୋଟିଏ ଦୁଇଟି କୋଠରିରେ ରହି ପରିବାରର ଅଧିକାଂଶ ସଦସ୍ୟ ସଂକ୍ରମିତ ହୋଇଛନ୍ତି। ଜଣକ ପରେ ଜଣେ ସଂକ୍ରମିତ ହୋଇଛନ୍ତି। ପୂରା ଘର ଉଜୁଡ଼ି ପଡ଼ିଛି। ଯେଉଁ ଘର ଥିଲା ସ୍ବର୍ଗ, ତାହା ନରକ ପାଲଟିଛି ।
ତେଣୁ ଅନ୍ତତଃପକ୍ଷେ ବର୍ତ୍ତମାନ ଯେଉଁମାନେ ନୂଆ ଘର କରିବେ, ସେମାନେ ଏଇ ଦିଗଟିକୁ ଧ୍ୟାନ ଦିଅନ୍ତୁ। କୋଠରି ପଛେ ଛୋଟ ହେଉ ଏବଂ ତା’ ସହ ଗାଧୁଆ ଘର-ପାଇଖାନା ରହୁ। ଛୋଟ ପିଲାଙ୍କ ପାଇଁ ଛୋଟ ହେଉ ପଛେ ପଢ଼ିବା ଘର ଲୋଡ଼ା। କରୋନା ଭଳି ପରିସ୍ଥିତି ଉପୁଜିଲେ ସେମାନେ ସେଇ ଘରେ ଏକାନ୍ତବାସରେ ରହିପାରିବେ। ଆଗେ ଘରର ଦୁଇ-ତିନି ପୁଅଙ୍କ ପାଇଁ ବାପା, ମା’ ବା ଅଭିଭାବକ ଗୋଟିଏ ଜାଗାରେ ସମସ୍ତଙ୍କ ପାଇଁ ଘର କରୁଥିଲେ। କିନ୍ତୁ ଏବର ଆବଶ୍ୟକତା ହେଉଛି, ଗୋଟିଏ ଜାଗାରେ କରନ୍ତୁ ପଛେ, କିନ୍ତୁ ଭବିଷ୍ୟତରେ ଭିନେ ହେଲେ ଯେଭଳି କିଛି ଅସୁବିଧା ହେବନାହିଁ। ଘରଗୁଡ଼ିକ ସେଇଭଳି ହେବା ଦରକାର। ଭାଇବାଣ୍ଟ ବେଳେ ଯେଉଁ ସମସ୍ୟା ଦେଖାଯାଏ, ତାହା ଦେଖାଯିବନି। କରୋନା ଭଳି ପରିସ୍ଥିତିରେ ଏହା ସହାୟକ ହୋଇପାରିବ। ଘରର ଜଣେ ସଂକ୍ରମିତ ହେଲେ ସମସ୍ତେ ସଂକ୍ରମିତ ହେବେନାହିଁ। ଆବେଗିକ ଦୃଷ୍ଟିକୋଣରୁ ଏହା ଖଟ୍‌କା ଲାଗିପାରେ, କିନ୍ତୁ ଏହା ହିଁ ଆଜିର ବାସ୍ତବିକତା। ଆଜିକାଲି ଅଧିକାଂଶ ବ୍ୟକ୍ତି ଛାତ ଉପରେ ଗୋଟେ କୋଠରି ସହ ଗାଧୁଆଘର-ପାଇଖାନା କରୁଛନ୍ତି। କରୋନାକାଳୀନ ଏକାନ୍ତବାସ ପାଇଁ ଏହା ବେଶ୍‌ ସହାୟକ ହେଉଛି। ଭବିଷ୍ୟତରେ ଘର କରୁଥିବା ଲୋକମାନେ ମଧ୍ୟ ଏଥିପ୍ରତି ଦୃଷ୍ଟିଦେବା ଦରକାର।
କରୋନା କୁଟିରର ଆଉ ଏକ ଆବଶ୍ୟକତା ହେଲା ସ୍ବଚ୍ଛତା। କରୋନା ସମୟରେ ଅଧିକାଂଶ ବ୍ୟକ୍ତି ଘରେ ପଶିବା ପୂର୍ବରୁ ଗାଧେଇ, ପ୍ୟାଣ୍ଟ ଶାର୍ଟ ଧୋଇ ଘରକୁ ଯାଉଛନ୍ତି। ଘରେ ପହଞ୍ଚିବା ପୂର୍ବରୁ ଦାଣ୍ଡରେ ପାଣି ବାଲ୍‌ଟି ଥୋଇବାକୁ ଆଗତୁରା ଫୋନ୍‌ କରି କହୁଛନ୍ତି। ତେବେ ଦାଣ୍ଡରେ ଗାଧେଇବାର ସୁବିଧା ବା ସ୍ଥାନ ସମସ୍ତଙ୍କର ନାହିଁ। କାରଣ ସହରୀ ବ୍ୟବସ୍ଥାରେ ଅନେକେ ପାଚେରି ଉପରେ ଘର ଛିଡ଼ା କରିଛନ୍ତି। ତେଣୁ ଆଧୁନିକ ଗୃହନିର୍ମାଣ ଶୈଳୀରେ ଏସବୁକୁ ବିଚାରକୁ ନେବା ଆବଶ୍ୟକ। ସବୁତକ ଜାଗାରେ ଘର ନ କରି କିଛି ସ୍ଥାନ ଛାଡ଼ିବା ଦରକାର। ଦ୍ୱିତୀୟତଃ, ଯେଉଁମାନଙ୍କର ସୁବିଧା ଅଛି, ଆବଶ୍ୟକ ଜାଗା ଅଛି, ସେମାନେ ଘରକୁ ପ୍ରବେଶ କରିବା ପୂର୍ବରୁ ଗ୍ୟାରେଜ୍‌କୁ ଲାଗି କିମ୍ବା କୌଣସି ପାର୍ଶ୍ୱରେ ହେଉ ଛୋଟ ଗାଧୁଆ ଘର-ପାଇଖାନାଟେ କରନ୍ତୁ କିମ୍ବା ଭଲଭାବେ ଧୁଆଧୁଇ ହେବା ପାଇଁ ବ୍ୟବସ୍ଥା କରନ୍ତୁ। ଅନେକେ ଅତିଥି ଗୃହ ବା ଗେଷ୍ଟ ରୁମ୍‌ କରୁଛନ୍ତି। ଆପଣ ଯଦି ଚାହିଁବେ, ଏହା ଘରର ପ୍ରବେଶସ୍ଥଳୀ ପାଖରେ କରନ୍ତୁ। ଛୋଟ କୋଠରି ହେଉ ଏବଂ ସେଥିରେ ପାଇଖାନା-ଗାଧୁଆ ଘର ଲାଗିକରିଥାଉ। କରୋନାକାଳରେ ଏହା ସହାୟକ ହୋଇପାରିବ। ପୃଥକବାସ ଓ ସଂଲଗ୍ନ ଗାଧୁଆଘର-ପାଇଖାନା ପାଇଁ ଯେଉଁଠି ସମ୍ଭବ, ଘରର ନବୀକରଣ କରାଯାଇପାରେ। କିଛି ବ୍ୟବସାୟିକ ପ୍ରତିଷ୍ଠାନ ତଥା କାର୍ଯ୍ୟାଳୟରେ ପ୍ରବେଶପଥରେ ସାନିଟାଇଜ୍‌ କରିବା ପାଇଁ ବିଶେଷ ବ୍ୟବସ୍ଥା କରାଗଲାଣି। ଘରେ ମଧ୍ୟ ସେହିଭଳି କରାଯାଇପାରିବ। କରୋନା ପାଇଁ ସଂପ୍ରତି ଘରୁ କାମ କରିବା ବା ୱାର୍କ ଫ୍ରମ୍‌ ହୋମ୍‌ ବ୍ୟବସ୍ଥା ଲାଗୁକରିଛନ୍ତି ଅନେକ କମ୍ପାନୀ। ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ମାଧ୍ୟମରେ କମ୍ପୁଟର ବା ସ୍ମାର୍ଟଫୋନ୍‌ ମାଧ୍ୟମରେ ଅନେକ କାର୍ଯ୍ୟ ସମ୍ଭବ ହେଉଛି। ଏହାଫଳରେ କର୍ମଚାରୀ ଅଫିସ୍‌ ଯିବା ଆସିବାରେ ହେଉ ବା ଅଫିସର ଘରଭଡ଼ା, ବିଦ୍ୟୁତ୍‌ ବିଲ୍‌ ଓ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ ଖର୍ଚ୍ଚ ସୀମିତ ହୋଇପାରୁଛି। ତେଣୁ ଘରେ ଅଫିସ୍‌ ଭଳି ଏକ କୋଠରି ନିହାତି ଲୋଡ଼ା। ନୂତନ ଘର ଡିଜାଇନରେ ଏହାକୁ ସାମିଲ କରାଯିବାର ଆବଶ୍ୟକତା ରହିଛି। ପଢ଼ାଘରକୁ ମଧ୍ୟ ଅଫିସ୍‌ ଘରର ରୂପ ଦିଆଯାଇପାରେ।
ଆଜିକାଲି ଘରଗୁଡ଼ିକ ପିଲାର୍‌-ଷ୍ଟ୍ରକ୍ଚର ମାଧ୍ୟମରେ ହେଉଥିବାବେଳେ ପ୍ଲାଇଉଡ୍‌ ବା ପ୍ଲାଷ୍ଟରବୋର୍ଡ ମାଧ୍ୟମରେ ବିଭିନ୍ନ କୋଠରିଗୁଡ଼ିକୁ ପ୍ରସ୍ତୁତ କରାଯାଉଛି, ପାର୍ଟିସନ ୱାଲ୍‌ କରାଯାଉଛି। ବିଶେଷକରି ଅଫିସ୍‌ ଓ ବିଭିନ୍ନ ବ୍ୟବସାୟିକସ୍ଥଳୀରେ ଏହାର ଉପଯୋଗ କରାଯାଉଛି। ଘରୋଇ ବାସସ୍ଥଳୀଗୁଡ଼ିକରେ ଏଭଳି କରାଗଲେ କରୋନା ସମୟରେ ଏହା ସହାୟକ ହୋଇପାରିବ। ଘରଲୋକେ ନିଜେ ଯଦି ସେଗୁଡ଼ିକୁ ପୁନଃ ଅବସ୍ଥାପିତ କରି ଆବଶ୍ୟକତା ଅନୁଯାୟୀ ଛୋଟ ଛୋଟ କୋଠରି କରିପାରିବେ, ତା’ ହେଲେ ତାହା କରୋନା ପୃଥକବାସରେ କାମରେ ଲାଗିପାରିବ। ଘର ପାଇଁ ଝରକା ଗୋଟେ ବଡ଼ ଆବଶ୍ୟକତା। କିନ୍ତୁ ଆଧୁନିକ ଗୃହନିର୍ମାଣଶୈଳୀରେ ଝରକା କେବଳ ନାମକୁ ମାତ୍ର। ଅଧିକାଂଶ ସ୍ଲାଇଡିଂ ଝରକା ଲଗାଉଛନ୍ତି, ତାହା ଅନେକ ସମୟରେ ବନ୍ଦ, କାଁଭାଁ ଖୋଲୁଚି। ଝରକା ପବନ ଆସିବା ପାଇଁ ନୁହେଁ, କେବଳ ଆଲୋକ ପାଇଁ ବ୍ୟବହୃତ ହେଉଛି। କାରଣ ଘରେ ସବୁବେଳେ ଏସି। ସେଇ ଏସି କରୋନା ସଂକ୍ରମଣର ବଡ଼ କାରଣ। ଘରକୁ ଖୋଲା ପବନ ଆସିପାରୁନି, ଏସି ମାଧ୍ୟମରେ ସଂକ୍ରମଣ ବଢ଼ିଚାଲିଛି।
କରୋନା କାଳ ପିଲାଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ। ଯେହେତୁ ପିଲା ଘରୁ ବାହାରକୁ ବାହାରିପାରୁନାହାନ୍ତି, ତେଣୁ ସେମାନଙ୍କ ପାଇଁ ଛାତ ହିଁ ଗୋଟିଏ ପ୍ରକୃଷ୍ଟ ଜାଗା। ପିଲାଙ୍କ ଖେଳିବା ପାଇଁ ସେଠାରେ କିଛି ପରିବର୍ତ୍ତନ କରାଯାଇ ମନୋରଞ୍ଜନ-ଉପଯୋଗୀ କରାଯାଇପାରେ। ଯଦି ବାଡ଼ିବଗିଚା ଅଛି ଭଲ, ସେଠାରେ ଆପଣ ପନିପରିବା ଲଗାଇ ଆତ୍ମନିର୍ଭରଶୀଳ ହୋଇପାରିବେ। ଯଦି ବାଡ଼ିବଗିଚା ପାଇଁ ଜାଗା ନାହିଁ, ତା’ ହେଲେ ଛାତ ଉପରେ ବି ପନିପରିବା ଲଗାଇପାରିବେ। ସହରାଞ୍ଚଳରେ ଏହା ରୁଫ୍‌ ଟପ୍‌ ଗାର୍ଡନ ଭାବେ ଲୋକପ୍ରିୟ ହେଉଛି। ଶାରୀରିକ ପରିଶ୍ରମ ହେଲା, ରାସାୟନିକ ସାରଯୁକ୍ତ ପରିବା ଖାଇବାରୁ ତ୍ରାହି ମିଳିଲା। ଆତ୍ମନିର୍ଭରଶୀଳତାର ଏହା ଏକ ବଡ଼ ନମୁନା। ପନିପରିବା ବାବଦ ଖର୍ଚ୍ଚ ମଧ୍ୟ ବଞ୍ଚିଲା। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଧିକାଂଶ ଲୋକ ଘର କରି ନିଜେ ରହି ଭଡ଼ା ଦେବାରେ ଆଗ୍ରହୀ। ଆଗ୍ରହ ରହିବା ସ୍ବାଭାବିକ, ଭଡ଼ା ଗୋଟେ ଭଲ ଆୟର ପନ୍ଥା। ତେବେ ନିଜର ସ୍ବାଚ୍ଛନ୍ଦ୍ୟ ପାଇଁ କିଛି ସ୍ଥାନ ରଖିବା ମଧ୍ୟ ଦରକାର। ଏଇ ଯେମିତି ଗୋଆର ଅଧିବାସୀମାନେ ଘର ଆଗରେ, ପଛରେ ଲନ୍‌ଟିଏ ନିହାତି ରଖିଥିବେ, କିଛି ଗଛ ଲଗାଇଥିବେ। କରୋନାକାଳୀନ ଗୃହବନ୍ଦୀ ଅବସ୍ଥା ପାଇଁ ଏହା ବେଶ୍‌ ଉପଯୋଗୀ।
ଜନସଂଖ୍ୟା ବୃଦ୍ଧି ହେତୁ ଆପାର୍ଟମେଣ୍ଟଗୁଡ଼ିକର ଚାହିଦା ବଢିଚାଲିଛି। ତେବେ କରୋନା ମହାମାରୀ ହେଉ କିମ୍ବା ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ହେଉ, ଆପାର୍ଟମେଣ୍ଟଗୁଡ଼ିକ ସୁରକ୍ଷିତ ନୁହନ୍ତି। ଆପାର୍ଟମେଣ୍ଟରେ ସ୍ବେରେଜ ପାଇପ୍‌ ମାଧ୍ୟମରେ କରୋନା ସଂକ୍ରମିତ ହେଉଛି ବୋଲି ରିପୋର୍ଟ ଆସିଲାଣି। ସର୍ବସାଧାରଣ ଲିଫ୍ଟ, ସୁଇମିଂପୁଲ୍‌, ପାର୍କ ଆଦି ଆପାର୍ଟମେଣ୍ଟ ରହଣି ପାଇଁ ଆକର୍ଷଣ ସାଜିଥିବାବେଳେ ସେସବୁ ଗୋଷ୍ଠୀ ସଂକ୍ରମଣ ପାଇଁ ସମସ୍ୟା ଭାବେ ଉଭା ହେଇଛି। ଏହି ପରିପ୍ରେକ୍ଷୀରେ କ’ଣ କରାଯାଇପାରିବ, ସେ ନେଇ ଆର୍କିଟେକ୍ଚରମାନେ ଚିନ୍ତା କଲେଣି। ଆବଶ୍ୟକତା ହେଉଛି ଉଦ୍ଭାବନର ଜନନୀ। ତେଣୁ କରୋନାକାଳୀନ ପରିସ୍ଥିତି ପାଇଁ ଆମକୁ ସଜାଗ ହେବାକୁ ପଡ଼ିବ। ଘରକୁ ସ୍ବର୍ଗ କରିବାକୁ ପଡ଼ିବ।
‘ବିଶ୍ୱାତ୍ମା’, ଏମ୍‌-୨୩, ଖୋର୍ଦ୍ଧା ବିଡିଏ କଲୋନୀ, ଖୋର୍ଦ୍ଧା, ମୋ:୮୨୪୯୬୭୯୦୯୯


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଲାକ୍ଷାଦ୍ୱୀପ

କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ଏବେ ଅଶାନ୍ତ ହୋଇପଡ଼ିଛି। ସେଠାକାର ଜନସାଧାରଣଙ୍କ ଅଧିକାର ଓ ସ୍ୱଚ୍ଛନ୍ଦ ଜୀବନଯାପନରେ ପ୍ରଶାସକ ପ୍ରଫୁଲ ଖୋଡ଼ା ପଟେଲ ପ୍ରତିବନ୍ଧକ ସାଜିଛନ୍ତି। ଏହି...

ଜରୁରୀ ସ୍ଥିତି ପାଇଁ ଏକଚ୍ଛତ୍ରବାଦ ଦାୟୀ

ଅମିତ ଶାହା ୪୬ ବର୍ଷ ପୂର୍ବେ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଲେଖା ହୋଇଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର...

ଏଇ ଭାରତରେ

”ଆମ ପୃଥିବୀ ଅତି ସୁନ୍ଦର, ଆକର୍ଷଣୀୟ। ଆମେ ତାଙ୍କୁ ଭଲ ପାଇବା, ତା’ପାଇଁ ପ୍ରତିଦିନ କିଛି ସମୟ ଦେବା ଓ ତା’ର ଯତ୍ନ ନେବା ଦରକାର।...

କରୋନା ମୃତ୍ୟୁ

ଗୌରାଙ୍ଗ ଚରଣ ପରିଡ଼ା   କରୋନା ମହାମାରୀରେ ମୃତ୍ୟୁସଂଖ୍ୟାକୁ ନେଇ ଏବେ ସବୁଠି ବେଶ ଚର୍ଚ୍ଚା। ଏ ସଂଖ୍ୟା ନେଇ ସରକାରୀ ହିସାବ ଠିକ୍‌ ନୁହେଁ...

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରରେ ଦେଶକୁ ଅକ୍ସିଜେନ ଅଭାବର ସାମ୍ନା କରିବାକୁ ପଡ଼ିଛି। ତେବେ ସରକାରୀ ସ୍ତରରେ ଏହି ସଙ୍କଟ ଦୂର କରିବା ଲାଗି ପଦକ୍ଷେପ...

ଏଇ ଭାରତରେ

ଜନସେବା କରିବାର ତରିକା ସମାଜସେବୀ ମାତିୟୁର ରହମାନଙ୍କ କ୍ଷେତ୍ରରେ ନିଶ୍ଚିତ ଭିନ୍ନ। ସେ ବିଦେଶରୁ ମୃତଦେହ ଆଣିବାରେ ଗରିବ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସବୁ...

ଏଇ ଭାରତରେ

ବିନା ମାଟିରେ ସେଓ ଘରେ ଫଳିବ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏମିତି ସେଓ ପଳାଉଛନ୍ତି ବେଙ୍ଗାଲୁରୁର ବିବେକ ବିଳାସିନୀ। କମ୍‌ ଥଣ୍ଡାରେ ଫଳୁଥିବା...

କରୋନା ଓ ଏକ୍‌ମୋ ଯନ୍ତ୍ର

ଡା.ପ୍ରଫୁଲ୍ଲ କୁମାର ଦାସ ସମ୍ପ୍ରତି ରାଜ୍ୟରେ କୋଭିଡ୍‌ ସ୍ଥିତି ଅତି ଉଦ୍‌ବେଗଜନକ ରହିଛି ଓ ପ୍ରତିଦିନ ଫୁସ୍‌ଫୁସ୍‌ଜନିତ ସଂକ୍ରମଣ କାରଣରୁ ଅନେକ ଲୋକଙ୍କର ପ୍ରାଣହାନି ଘଟୁଛି।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ବର୍ଷକଠାରୁ ବଳିଗଲା ମାସକ ମୃତ୍ୟୁ
Next Post Next post:
ବିକଳ୍ପ ନ ଥିବା ଚରିତ୍ର

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts